ଖଣି ହାତେଇବାକୁ ଭରପୂର ଉଦ୍ୟମ

ଯୋଡ଼ା,୫-୨(ଡି.ଏନ୍‌.ଏ.):ଆସନ୍ତା ମାର୍ଚ୍ଚ ୩୧ରେ ଲିଜ୍‌ ଅବଧି ଶେଷ ହେବାକୁ ଥିବା ୧୯ ଖଣିର ନିଲାମ ପ୍ରକ୍ରିୟା ଏବେ ଚାଲିଛି। ଏହା ଆସନ୍ତା ୧୮ତାରିଖରେ ଶେଷ ହେବ। ତେବେ ନିଲାମ ହାତେଇବାକୁ ଏବେ ଖଣି ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଗତ ସପ୍ତାହଠାରୁ ଆରମ୍ଭ ହୋଇଥିବା ଖଣି ନିଲାମରେ ବର୍ତ୍ତମାନ ସୁଦ୍ଧା କେଜେଏସ୍‌ ଆହଲୁଓ୍ବାଲିଆ ଅଧୀନରେ ଥିବା ନୂଆଗାଁ ଖଣି ଏବଂ ସୁନ୍ଦରଗଡ଼ ଜିଲା କୋଇଡ଼ାସ୍ଥିତ ନାରାୟଣପୋଷି ଆରିୟନ ମାଇନ୍ସ ଲୁହାପଥର ଖଣିକୁ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ହାତେଇବାରେ ସଫଳ ହୋଇଛି। ସେହିପରି ଆହଲୁଓ୍ବାଲିଆ ଅଧୀନରେ ଥିବା କେନ୍ଦୁଝର ଜିଲାର ଠାକୁରାଣୀ କେ.ପି. ଏଣ୍ଟରପ୍ରାଇଜର୍ସ ଲୁହାଖଣିକୁ ଆର୍ସେଲର ମିତ୍ତଲ କମ୍ପାନୀ ହାତେଇଛି। ଏପରି କି ବଳଦାସ୍ଥିତ ସିରାଜୁଦ୍ଦିନ୍‌ ଆଣ୍ଡ ମାଇନ୍ସକୁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ପୁନଃ ଆର୍ସେଲର ମିତ୍ତଲଠାରୁ ବହୁ ଅଧିକ ମୂଲ୍ୟର ନିଲାମ ଡାକି ସିରାଜୁଦ୍ଦିନ୍‌ କମ୍ପାନୀ ନିଜର ଅକ୍ତିଆରରେ ରଖିବାରେ ସକ୍ଷମ ହୋଇଛି। ଖବରଲେଖା ହେବା ପର୍ଯ୍ୟନ୍ତ ମଙ୍ଗଳବାର ଅତି ପ୍ରତିଦ୍ୱନ୍ଦ୍ୱିତା ଭାବେ କେଜେଏସ୍‌ ଆହାଲୁଓ୍ବାଲିଆର ଗଣୁଆ ଲୌହ ଖଣିର ନିଲାମ ପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ଚାଲିଛି। ତେବେ ଏହି ନିଲାମ ପ୍ରକ୍ରିୟାରେ ଗୋଟିଏ ତଥ୍ୟ ସ୍ପଷ୍ଟ ହୋଇଯାଇଛି ଯେ, ଦୀର୍ଘ ୫ ଦଶନ୍ଧିରୁ ୭ ଦଶନ୍ଧି ଧରି ଖଣି ଚଳାଇ ଆସୁଥିବା ଖଣି ଲିଜ୍‌ଧାରୀଙ୍କଠାରୁ ବହୁରାଷ୍ଟ୍ରୀୟ ଇସ୍ପାତ କମ୍ପାନୀ ଖଣି ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି। ଆସନ୍ତା ୫ ତାରିଖ ବୁଧବାର ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଜୁରୁଡିସ୍ଥିତ ଜିଲିଂ ଲଙ୍ଗାଲଟା ଲୌହ ଖଣି ନିଲାମ, ୬ରେ ରୋଇଡା-୨ ଲୌହ ଖଣି ନିଲାମ, ୭ରେ ଜଜାଙ୍ଗସ୍ଥିତ ରୁଙ୍ଗଟା ଲୌହ ଖଣି ନିଲାମ, ୮ରେ ମହୁଲସୁଖା ଲୌହ ଓ ମାଙ୍ଗାନିଜ୍‌ ଖଣି ନିଲାମ, ୯ରେ ନଦିଡିହୀସ୍ଥିତ ରୁଙ୍ଗ୍‌ଟା(ବିଆଇକୋ) ଲୌହ ଖଣି ନିଲାମ, ୧୦ରେ ମୟୂରଭଞ୍ଜ ଜିଲାର ଗୋରୁ ମହିଷାଣୀ ଲୌହ ଖଣି ନିଲାମ, ୧୧ରେ ନଦିଡିହୀସ୍ଥିତ ରୁଙ୍ଗଟା (ଫ୍ରିଗ୍ରେଡ୍‌) ନିଲାମ, ୧୨ ତାରିଖରେ କଳମଙ୍ଗସ୍ଥିତ ରୁଙ୍ଗଟା ଲୌହ ଓ ମାଙ୍ଗାନିଜ୍‌ ଖଣି , ୧୩ ତାରିଖରେ ସିଲିଯୋଡାସ୍ଥିତ ରୁଙ୍ଗଟା ଲୌହ ଖଣି ନିଲାମ, ୧୪ରେ ପଳସାସ୍ଥିତ ଜରିବାହାଲ ଲୌହ ଖଣି, ୧୫ରେ ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣିମଣ୍ଡଳର ତେହେରାଇ ଲୌହ ଓ ମାଙ୍ଗାନିଜ୍‌ ଖଣି ନିଲାମ, ୧୬ରେ ଜଜାଙ୍ଗସ୍ଥିତ ଜୁରୁଡି ଲୌହ ଖଣି ନିଲାମ, ୧୭ରେ କାଟେସାହି ମାଙ୍ଗାନିଜ୍‌ ଖଣିର ନିଲାମ, ୧୮ରେ କାନ୍ଥର କୋଇଡ଼ା ମାଙ୍ଗାନିଜ୍‌ ଖଣି ଓ ମୟୂରଭଞ୍ଜ ଜିଲାର ବାଦାମ ପାହାଡ଼ ଲୌହ ଖଣିର ନିଲାମ ତାରିଖ ଧାର୍ଯ୍ୟ ହୋଇଛି। ସମସ୍ତ ୧୯ ଖଣିର ନିଲାମ ଶେଷ ହେବା ପରେ ନିଲାମଧାରୀଙ୍କୁ ଲେଟର ଅଫ୍‌ ଇଣ୍ଟେଣ୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଚାଲୁ ରହିଥିବା ଖଣିକୁ ରାଜନୈତିକସ୍ତରରେ ସୁରକ୍ଷା ଦେବା ପାଇଁ ଭରପୂର ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳିଛି; ଯାହାର ଏକ ଝଲକ ଦେଖିବାକୁ ମିଳିଥିଲା ଗତ ଜାନୁୟାରୀ ୩୧ ତାରିଖରେ ଆନନ୍ଦପୁର ବି.ଏନ୍‌. ହାଇସ୍କୁଲ ପ୍ଲାଟିନମ୍‌ ଜୁବିଲି ଅବସରରେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ବିଭିନ୍ନ ଯୋଜନାକୁ ଖଣି ମାଲିକ ଡି.ଆର୍‌. ପଟ୍ଟନାୟକଙ୍କ ଭାଇ ତଥା ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ମାଲିକାଣୀ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଦେଢ଼ଶୁର ତଥା ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଥିଲେ। ନବୀନ ପଟ୍ଟନାୟକଙ୍କ ଶିକ୍ଷା ଯୋଜନା ଓ ଅନ୍ୟାନ୍ୟ ଯୋଜନାକୁ ପ୍ରଶଂସା କରିବା ସହିତ ନବୀନ ଜଣେ ଭଲ ମୁଖ୍ୟମନ୍ତ୍ରୀ ବୋଲି ପିସିସି ସଭାପତି ନିରଞ୍ଜନ କହିଥିଲେ। ନିରଞ୍ଜନଙ୍କ ମୁହଁରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ପ୍ରଶଂସା ବାହାରିବାକୁ ନେଇ ଖଣି ଅଞ୍ଚଳରେ ବେଶ୍‌ ଆଲୋଡନ ପ୍ରକାଶ ପାଇଛି। ଏହା ପଛରେ କିଛି ଭିତିରିଆ ଉଦ୍ଦେଶ୍ୟ ରହିଥିବା ଜଣାପଡ଼ୁଛି। କାରଣ ନିରଞ୍ଜନଙ୍କ ଭାଇ ଏବଂ ତାଙ୍କ ଭାଇବୋହୂଙ୍କ ଅକ୍ତିଆରରେ ଏକାଧିକ ଖଣି ରହିଛି। ଏହାକୁ ସୁରକ୍ଷା ଦେବା ପାଇଁ ନିରଞ୍ଜନ ଏହିଭଳି ବାକ୍‌ଚାତୁରି ଦେଖାଇଛନ୍ତି ବୋଲି କୁହାଯାଉଛି। ଏପରି କି ଚର୍ଚ୍ଚା ହେଉଛି ଯେ, ସ୍ବର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ଅଧୀନରେ ଥିବା ଖଣିଗୁଡିକୁ ରାଜ୍ୟ ସରକାରଙ୍କୁ ଦେଇଥିଲେ। ହେଲେ ପୂର୍ବତନ ଖଣି ମାଲିକ ନିରଞ୍ଜନ ପଟ୍ଟନାୟକ ମନ୍ତ୍ରୀ ହେବା ପରେ ନିଜ ଖଣିଗୁଡିକୁ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରିଥିଲେ। ତେଣୁ ନିଜ ସମ୍ପର୍କୀୟଙ୍କ ଅଧୀନରେ ଥିବା ଖଣିକୁ ସୁରକ୍ଷା ଦେବାକୁ ନିରଞ୍ଜନ ଏପରି କହିଥିବା କୁହାଯାଉଛି। ଅନ୍ୟପକ୍ଷରେ ସାନି ନିଲାମରେ ଖଣିଗୁଡ଼ିକୁ ନୂଆନୂଆ ଆନ୍ତଃ ରାଜ୍ୟ ଓ ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ହାତୋଉଥିବାରୁ ଉକ୍ତ ଖଣିଗୁଡ଼ିକରେ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୂର୍ବବତ କାର୍ଯ୍ୟ ମିଳିବ କି ସେମାନଙ୍କୁ ଛଟେଇ କରାଯିବ ସେନେଇ ଖଣି କର୍ମଜୀବୀମାନେ ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri