ଖପ୍ରାଖୋଲ, ୨୨ା୪(ଡି.ଏନ.ଏ): ଲକ୍ ଡାଉନ ସମୟରେ ଲୋକେ ପଦାକୁ ବାହାରୁ ନ ଥିବାବେଳେ ଉତ୍ପାଦିତ ପନିପରିବା ଠିକରେ ବିକ୍ରି ହୋଇ ପାରୁ ନାହିଁ। ଲୋକଙ୍କୁ ପରିବା ଯୋଗାଇବା ପାଇଁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ମାଁ ବୃନ୍ଦାବତୀଉତ୍ପାଦନକାରୀ ଦଳ ବିକଳ୍ପ ଅନୁଷ୍ଠାନ, ଓରମାସ୍ ଓ ଓଏଲଏମ୍ର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ପରିବା ଗାଡି ବୁଧବାର ଉଦ୍ଘାଟିତ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ବିଡିଓ ତରଣୀ ସୁନା ଓ ଓରମାସ୍ ସିଓ କମଳେନ୍ଦୁ ପଲ୍ ପତାକା ଦେଖାଇ ଗାଡିର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ବେହେରା, ଜିପିଇଓ ସୁଶାନ୍ତ ପାଣି, ଡବ୍ଲୂଇଓ ଡ. ନନ୍ଦି କିଶୋର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।