ନୂଆଦିଲ୍ଲୀ,୨୮।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ଦେଶରେ ବ୍ୟାପକ ଟେଷ୍ଟ୍ କରାଇବା ପାଇଁ ଚାଇନାରୁ ୫ ଲକ୍ଷ ର଼୍ୟାପିଡ୍ ଆଣ୍ଟିବଡ଼ି ଟେଷ୍ଟ୍ କିଟ୍ ଅଣାଯିବା ଲାଗି ଅର୍ଡର ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଟେଷ୍ଟ୍ କିଟ୍ ତ୍ରୁଟିଯୁକ୍ତ ବୋଲି ଜଣାପଡ଼ିଥିଲା। ଏଭଳି କିଟ୍ ଦ୍ୱାରା ମାତ୍ର ୩୦ ମିନିଟ୍ ମଧ୍ୟରେ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇପାରିଥାଏ। ତେବେ କିଟ୍ ଖରାପ ଥିବାରୁ ଭାରତ ଅର୍ଡର ରଦ୍ଦ କରିଛି। ଭାରତର ଏଭଳି ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ଚାଇନା ଦୂତାବାସ ପ୍ରବକ୍ତା ଜେ ରୋଙ୍ଗ୍ ଏହି ଅଭିଯୋଗ ନେଇ କହିଛନ୍ତି ଯେ, ଚାଇନା ସବୁବେଳେ ଗୁଣବତ୍ତା ଉତ୍ପାଦ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଏପରିସ୍ଥଳେ ଟେଷ୍ଟ୍ କିଟ୍କୁ ତ୍ରୁଟିଯୁକ୍ତ କହିବା ଅତ୍ୟନ୍ତ ଦୁଭାର୍ଗ୍ୟ ଜନକ ବୋଲି ସେ କହିଛନ୍ତି।