କେନ୍ଦୁଝର, ୨୦।୪(ସ୍ବ.ପ୍ର.)-କେନ୍ଦୁଝରରେ କୋରନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହାସହିତ ପ୍ରବଳ ଖରା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ତାପମାତ୍ରା ପାଖାପାଖି ୩୯ ଡିଗ୍ରୀ ରହୁଥିବାରୁ ବହୁତ ଗରମ ଅନୁଭୂତ ହେଉଛି। ଏଥିପାଇଁ ଅନେକ ସ୍ବେଚ୍ଛାକୃତ ଭାବେ ସାମାଜିକ ଦୂରତ୍ୱ ବଜାୟ ରଖି ଲୋକଙ୍କୁ ପାଣି, ସର୍ବତ ଆଦି ବାଣ୍ଟୁଛନ୍ତି। କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଯାତାୟାତ କରୁଥିବା ଲୋକଙ୍କୁ ନିୟମିତ ଭାବେ ସର୍ବତ ବାଣ୍ଟୁଛନ୍ତି।