ଖରା ତାତି ସାଙ୍ଗକୁ ବଢ଼ୁଛି ଜଳକଷ୍ଟ

କେନ୍ଦୁଝର, ୧୬ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଏକ ପାହାଡିଆ ଜିଲା ଭାବେ ପରିଗଣିତ ହେଉଥିବାବେଳେ ଜିଲାରେ ଥିବା  ଅନେକ ଗ୍ରାମରେ ଏବେ ପାନୀୟଜଳ ସମସ୍ୟା ଉକତ୍ଟ ରୂପ ଧାରଣ କରିଛି। ଅନେକ ସ୍ଥାନରେ କୂଅପୋଖରୀ, ଜଳାଶୟ ଆଦି ଶୁଖିଯାଇ ପାଣି ଟୋପାଏ ନ ଥିବାବେଳେ ପାନୀୟ ଜଳ ପାଇଁ ଲୋକମାନଙ୍କୁ ୪/୫ କି.ମି. ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡୁଛି। ଯେଉଁ ଅଞ୍ଚଳରେ ନଳକୂପଗୁଡିକରେ ପାଣି ବାହାରୁଛି ସେଠାରେ ମହିଳାମାନଙ୍କର ଲମ୍ବା ଧାଡି ପରିଲକ୍ଷିତ ହେଉଛି। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ସପ୍ତାହ ସୁଦ୍ଧା ପାନୀୟ ଜଳ ସମସ୍ତ ଗ୍ରାମକୁ ବିଭିନ୍ନ ଗାଡି ମାଧ୍ୟମରେ ଯୋଗାଇ ଦିଆଯାଇଥାଏ।

ଚଳିତବର୍ଷ ଅଦ୍ୟାବଧି ସବୁ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଇ ଦିଆଯାଇ ନ ଥିବାରୁ ଲୋକେ ଜଳକଷ୍ଟ ଭୋଗ କରୁଛନ୍ତି। ଖରା ତାତି ଦିନକୁ ଦିନ ବୃଦ୍ଧି ପାଇ କେନ୍ଦୁଝର ଜିଲାରେ ପାରଦ ୪୦କୁ ଛୁଇଁ ସାରିଲାଣି। ଆଗାମୀ ଦିନରେ ଗ୍ରୀଷ୍ମ ପ୍ରଭାବ ଅଧିକ ବୃଦ୍ଧି ପାଇବା ସମ୍ଭାବନା ଥିବାବେଳେ ଗ୍ରାମାଞ୍ଚଳରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି। ଜଙ୍ଗଲ ଧ୍ୱଂସ ହେବା ଫଳରେ ମାଟିର ଜଳଧାରଣ ଶକ୍ତି ହ୍ରାସ ପାଇବାରେ ଲାଗିଛି। ଭୂଗର୍ଭସ୍ଥ ଜଳପତ୍ତନ ନିମ୍ନସ୍ତରକୁ ଖସିଚାଲିଛି। ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଯୋଡା, ବଡବିଲ ଆଦି ବ୍ଲକ ଅଞ୍ଚଳରେ ନଳକୂପ ଖୋଳାଯାଉଥିଲେ ସୁଦ୍ଧା ଅଧିକାଂଶ ନଳକୂପରୁ ପାନୀୟ ଜଳ ବାହାରୁ ନାହିଁ। କେତେକ ଚୁଆ, ନଦୀ ଓ ନାଳ ପାଣିକୁ ପାନୀୟ ରୂପେ ବ୍ୟବହାର କରୁଥିବାବେଳେ ଆଉ କେତେକଙ୍କୁ ପାଣି ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଛି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ଜିଲାରେ ପାଖାପାଖି ୧୪୦୦୦ରୁ ଉର୍ଦ୍ଧ୍ୱ ନଳକୂପ ରହିଛି। ସେହିପରି ଜିଲ୍ଲାରେ ୧୨୦୦ରୁ ଉର୍ଦ୍ଧ୍ୱ ପରିମଳ କୂପ ରହିଛି। ନଳକୂପ ମରାମତି ପାଇଁ ପ୍ରତ୍ୟେକ ବ୍ଲକକୁ ଦାୟିତ୍ୱ ଦିଆଯାଇଛି। ସେହିପରି ଜିଲାରେ ୩୦୦ରୁ ଊର୍ଦ୍ଧ୍ୱ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି। ଏଥିମଧ୍ୟରୁ ବହୁ ସ୍ବଜଳଧାରା ଯୋଜନାର ନିର୍ମାଣ ହୋଇଥିବା ପ୍ରକଳ୍ପ ଅଚଳ ହୋଇପଡିଥିବାବେଳେ ସଜଡା ଯାଉନଥିବାରୁ ସମସ୍ୟା ଉଗ୍ରରୂପ ଧାରଣ ଧରିଛି। ନୂତନ ଭାବେ ଖୋଳା ଯାଉଥିବା ନଳକୂପଗୁଡିକ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ବିଫଳ ହେଉଥିବା ଜଣାପଡିଛି। ଜଳସ୍ତର ହ୍ରାସ ଯୋଗୁଁ ଏହି ସମସ୍ୟା ଉପୁଜୁଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ମତପ୍ରକାଶ କରୁଛନ୍ତି। ପୂର୍ବରୁ ଗ୍ରାମାଞ୍ଚଳରେ ୨୫ରୁ ୩୦ମିଟର ଗଭୀରରେ ପାଣି ମିଳୁଥିବାବେଳେ ଏବେ ୫୦ରୁ ୬୦ ମିଟର ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ସର୍ବନିମ୍ନ ୧୦ଟି ଘର ଥିବା ଜନବସତି ଓ ୫୦୦ ମିଟର ଦୂରରେ ନଳକୂପ ନଥିବା ଜନବସତିରେ ଏକ ନଳକୂପ ଖୋଳିବା ପାଇଁ ୍ଯଯବସ୍ଥା ରହିଥିଲେ ସୁଦ୍ଧା ଏହା ଶହ ଶହ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇଛି। ସେହିପରି ଅନେକ ଅଞ୍ଚଳରେ ନଳକୂପ ଖୋଳିବା ପାଇଁ ଗାଡି ପହଞ୍ଚି ପାରୁନଥିବାରୁ ଜିଲାର ପାହାଡିଆ ଅଞ୍ଚଳରେ ଥିବା ଶତାଧିକ ଗ୍ରାମରେ ପାନୀୟ ଜଳ ସଙ୍କଟ ଉଗ୍ରରୂପ ଧାରଣ କରିଛି। ଗ୍ରାମାଞ୍ଚଳରେ ତୁରନ୍ତ ପାନୀୟ ଜଳ ଯୋଗାଇ ନଦେଲେ ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ଗୁରୁତର ହେବ ବୋଲି ଅନୁମାନ କରାଯାଉଛି। ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳକୁ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ବାସୀନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋଲଗେଟକୁ ଧକ୍କାଦେଇ ହୁହୁ ହୋଇ ଜଳିଲା କଣ୍ଟେନର: ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲ୍ପର ବି…

ବାଲେଶ୍ୱର,୨୪।୧୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ...

ହୁତୁହୁତୁ ହୋଇ ଜଳିଗଲା ୭ ବଖରା

ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି।...

ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,୧୮ା୧୧(ବାଞ୍ଛାନିଧି ଦେ): ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଦେଶର ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର...

ଡିଭାଇଡରରେ ପିଟିହେଲା ବସ୍‌

ଜଳେଶ୍ୱର,୧୮ା୧୧: ବାଲେଶ୍ୱର ଜିଲା ଜଳେଶ୍ୱରର ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ସୋମବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ରେ ୫୦ ଜଣ ଯାତ୍ରୀ ଥିବାବେଳେ କେହି...

ଚାଲି ଚାଲି ଯାଉଥିଲେ, ଯୁବକଙ୍କୁ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି

ବସ୍ତା,୧୭।୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ୬୦ ନଂ ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ...

ଖତଗଦାରେ ଲୁଚାଇ ରଖିଥିଲେ ଲକ୍ଷାଧିକ ଚୋରି ଟଙ୍କା, ମାଡ଼ି ବସିଲା ହାଇଦ୍ରାବାଦ ପୋଲିସ

ଭୋଗରାଇ,୧୬ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ୍‌ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।...

କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟର ଡ଼ଙ୍ଗା

ସୋର,୧୫।୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ,...

ଧରାପଡ଼ିଲେ ବଣ୍ଟି-ବବ୍‌ଲି ଯୋଡ଼ି:ସେଲିବ୍ରିଟିଙ୍କ ଫେକ୍‌ ଆଇଡିରେ ପ୍ରେମ ସମ୍ପର୍କ

ବାଲେଶ୍ୱର, ୧୫।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ସାଇବର ଥାନା ପୋଲିସ ହାତରେ ବଣ୍ଟି-ବବ୍‌ଲି ଯୋଡ଼ି ଓ ସେମାନଙ୍କ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ ସେଲିବ୍ରିଟିଙ୍କ ଫେକ୍‌ ଆଇଡି ଦ୍ୱାରା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri