Posted inଫୁରସତ

ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା

ହାଇଦ୍ରାବାଦ୍‌:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍‌ର ଗୁଡିମଲକାପୁର ସରକାରୀ ସ୍କୁଲ୍‌କୁ ଦିବ୍ୟା ନାମକ ଝିଅଟିଏ ପ୍ରତିିଦିନ ମଧ୍ୟାହ୍ନଭୋଜନ ସମୟରେ ବାସନଟିଏ ଧରି ଆସି ପହଞ୍ଚିଯାଏ। ପିଲାମାନଙ୍କ ସହ ଖାଇବା ଲକ୍ଷ୍ୟ ନେଇ ସେ ଆସେ। ହାତରେ ବାସନ ଧରି କ୍ଲାସ୍‌ ରୁମ୍‌କୁ ପ୍ରବେଶ କରିବାର ଦୃଶ୍ୟ ଭାଇରାଲ ହେଲା। ମିଡିଆରେ ଏହି ଛବିକୁ ‘ଭୋକିଲା ନଜର’ ଶୀର୍ଷକରେ ଉପସ୍ଥାପନ କରାଯାଇଥିଲା। ଏହି ଫଟୋକୁ ଏମ୍‌.ବି.ଫାଉଣ୍ଡେଶନ ଏନଜିଓର ସଂଯୋଜକ ଭେଙ୍କଟ ରେଡ୍ଡୀ ଦେଖିବା ପରେ ଦିବ୍ୟାକୁ ତା ଅଧିକାର ପ୍ରଦାନ କରିଛନ୍ତି। ସେହି ସ୍କୁଲ୍‌ରେ ଦିବ୍ୟାର ନାମ ଲେଖାଯାଇଛି। ଖାଇବା ଆଶାରୁ ହାତରେ ଖଡି ଧରିଛି ସେ। ଦିବ୍ୟା ମା’ବାପାଙ୍କ ସହ ପାଖ ବସ୍ତିରେ ରହେ। ବାପା ଜରି ଗୋଟାନ୍ତି ଓ ମା’ ଅନ୍ୟ ଘରେ ବାସନ ସଫା କରନ୍ତି। ସ୍କୁଲ୍‌ରେ ଦିବ୍ୟାର ନା ଁ ଲେଖାଯିବା ପରେ ଏବେ ସେ ସବୁଦିନ ସ୍କୁଲ୍‌କୁ ଯାଉଛି ଓ ମଧ୍ୟାହ୍ନଭୋଜନ ବି ଖାଉଛି। ଯେଉଁଦିନ ସେ ପ୍ରଥମେ ସ୍କୁଲକୁ ଗଲା ତାହାର ଫଟୋ ମଧ୍ୟ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି ରେଡ୍ଡୀ।


Enter your email to get our daily news in your inbox.

All Right Reserved By Dharitri.Com

କପେ ଚା’କୁ ଲକ୍ଷେ ଟଙ୍କା

ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍‌ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର...

ଜାଣନ୍ତି କି କାହିଁକି ହିନ୍ଦୀ ବାମରୁ ଡାହାଣକୁ, ଊର୍ଦ୍ଦୁ ଡାହାଣରୁ ବାମକୁ ଲେଖାଯାଏ, ଏହା ପଛର କାରଣ ଜାଣିଲେ…

ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାରତରେ କଥିତ। ଏହି ଦୁଇଟି ଭାଷା ମଧ୍ୟରେ ଅନେକ ସମାନତା ଅଛି, ତଥାପି ସେଗୁଡ଼ିକ ଲେଖିବାରେ ଏକ ବଡ଼ ପାର୍ଥକ୍ୟ...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri