ନୂଆଦିଲ୍ଲୀ, ୧୦।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ବୁଧବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୧୪୬ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୭ ହଜାର ୭୫୦ ଛୁଇଁଛି। ତେବେ ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେବା ସଂଖ୍ୟା ଅଧିକ ହୋଇଛି। ଇତିମଧ୍ୟରେ ଲକ୍ଷେ ୩୫ ହଜାର ୨୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ଲକ୍ଷେ ୩୩ ହଜାର ୬୩୨ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ ହଜାର ୯୮୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୨୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ଅଧିକ ହେବା ଏକ ଭଲ ସୂଚନା ବୋଲି କୁହାଯାଉଛି।