Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଓଡ଼ିଶାକୁ ୧୩ ପଦକ

ଭୁବନେଶ୍ୱର, ୩।୩(କ୍ରୀଡ଼ା ପ୍ରତିନିଧି)-
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଭୁବନେଶ୍ୱର ଓ କଟକରେ ସଫଳତାର ସହ ସମ୍ପନ୍ନ ହୋଇଛି। ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ୩୪୦୦ ଆଥଲେଟ ଏଥିରେ ଅଂଶଗ୍ରହଣ କରିଥିଲେ। ୨୦୬ଟି ସ୍ବର୍ଣ୍ଣ, ୨୦୬ଟି ରୌପ୍ୟ ଓ ୨୮୬ଟି ବ୍ରୋଞ୍ଜ୍‌ ପଦକ ପାଇଁ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଠାକାର ଭିତ୍ତିଭୂମୀରେ ଶତମୁଖ ହୋଇଛନ୍ତି ରାଜ୍ୟ ବାହାରର ଖେଳାଳି ଓ ଅଫିସିଆଲ। ମାତ୍ର ଓଡ଼ିଶା ପ୍ରତିଯୋଗୀଙ୍କ ସଫଳତାକୁ ଦେଖିଲେ ନିରାଶ ହେବାକୁ ପଡ଼େ। ପ୍ରତିଯୋଗିତାରେ ଓଡ଼ିଶା ମୋଟ ୧୩ଟି ପଦକ ହାସଲ କରିଛି। ଏଥିରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କିଟ୍‌ ୪ ସ୍ବର୍ଣ୍ଣ, ୧ ରୌପ୍ୟ, ୨ ବ୍ରୋଞ୍ଜ ସହ ମୋଟ ୭ ପଦକ ପାଇଥିବାବେଳେ ବ୍ରହ୍ମପୁର ୧ ସ୍ବର୍ଣ୍ଣ, ୧ ରୌପ୍ୟ, ୧ ବ୍ରୋଞ୍ଜ ସହ ୩, ସମ୍ବଲପୁର ୧ ସ୍ବର୍ଣ୍ଣ, ୧ ରୌପ୍ୟ ସହିତ ୨ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଗୋଟିଏ ବ୍ରୋଞ୍ଜ ପଦକ ପାଇବାକୁ ସକ୍ଷମ ହୋଇଥିଲା। ଦେଖିବାକୁ ଗଲେ ପଏଣ୍ଟ ଟେବୁଲର ପ୍ରଥମ ତିନିସ୍ଥାନ ଅଧିକାର କରିଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟ ୧୭-୧୯-୧୦, ସାବିତ୍ରୀ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ୧୭-୧୧-୯ ଏବଂ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ୧୩-୦୬-୧୪ ତୁଳନାରେ ଆମେ ବହୁ ପଛରେ। ତେବେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଭଳି ଏଠାରେ ମଧ୍ୟ କେତେକ ପ୍ରତିଭା ସମ୍ପନ୍ନ ଖେଳାଳି ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ଆସି ପାରିଛନ୍ତି।
ଓଡ଼ିଶାକୁ ମିଳିଥିବା ୧୩ ପଦକ ମଧ୍ୟରୁ ସବୁଠାରୁ ଅଧିକ ସଫଳତା ପାଇଥିଲେ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ତଥା ଜାତୀୟ ରେକର୍ଡଧାରିଣୀ ଦୂତୀ ଚାନ୍ଦ। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇ ସାରିଥିବା ଦୂତୀଙ୍କ ପାଇଁ ଏହି ପ୍ରତିଯୋଗିତା ବିଶେଷ କଷ୍ଟକର ନ ଥିଲା। ତେବେ ଘରୋଇ ପରିବେଶରେ ଦକ୍ଷତା ଦେଖାଇ ସେ ମହିଳା ୧୦୦ ଓ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିବା ସହ ରାଜ୍ୟ ଏବଂ ନିଜ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସ୍ବର୍ଣ୍ଣ ପଦକ ପ୍ରସଙ୍ଗ ଉଠିଲେ ଦୂତୀଙ୍କୁ ଛାଡ଼ିଦେଲେ କିଟ୍‌ ପାଇଁ ମହିଳା ରଗ୍‌ବୀ ଏବଂ ପୁରୁଷ ରିକର୍ଭ ତୀରନ୍ଦାଜୀ ଦଳ ସ୍ବର୍ଣ୍ଣିମ ସଫଲତା ପାଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇଛନ୍ତି ମନୀଷା ମେରେଲ। ସେ ମହିଳା ଲଙ୍ଗଜମ୍ପରେ ଆଗକୁ ବଢ଼ିବାର ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବ୍ରହ୍ମପୁରର ମନୋଜ କୁମାର ସାହୁ ଭାରୋତ୍ତୋଳନରେ ସୁନା ସାଉଁଟିଛନ୍ତି।
ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିଲେ ଦୂତୀଙ୍କ ବ୍ୟତୀତ କେବଳ ମନୀଷା ଓ ମନୋଜ ସ୍ବର୍ଣ୍ଣ ପଦକର ସ୍ବାଦ ଚାଖିଛନ୍ତି। ମନୋଜ ପୁରୁଷ ୭୩ କେଜି ଇଭେଣ୍ଟରେ ମୋଟ ୨୬୭ କେଜି ଭାରୋତ୍ତୋଳନ କରି ପ୍ରଥମସ୍ଥାନ ଅଧିକାର କରିଥିଲେ। ସେ ସ୍ନାଚ୍‌ରେ ୧୧୫ ଓ କ୍ଲିନ ଆଣ୍ଡ ଜର୍କରେ ୧୫୨ କେଜି ଭାର ଉଠାଇଥିଲେ। ରୌପ୍ୟ ପଦକ ତାଲିକାରେ ଅଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳିକା ପ୍ରମିଳା କିର୍ସାନୀ, କିଟ୍‌ ତୀରନ୍ଦାଜ ରଞ୍ଜିତ ନାୟକ ଓ ସମ୍ବଲପୁର ମହିଳା ହକି ଦଳ। ସେହିପରି କିଟ୍‌ ବିଶ୍ୱବିଦ୍ୟାଳୟ ପୁରୁଷ ରଗ୍‌ବୀ ଦଳ, ଭାରୋତ୍ତୋଳକ କୁମ୍ଭେଶ୍ୱର ମଲିକ, ବ୍ରହ୍ମପୁର ଭାରୋତ୍ତୋଳିକା ବନିତା ଘଡ଼େଇ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦ ମିଟର ଧାବିକା ଦୀପାଳି ମହାପାତ୍ର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏବେ ପ୍ରତିଭା ମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଭବିଷ୍ୟତ ପାଇଁ ଗଢ଼ିବାର ସମୟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା...

ଚମତ୍କାର ଅନୁଭବ, ସ୍ବପ୍ନ ସାକାର ହୋଇଛି…

ନୂଆଦିଲ୍ଲୀ, ୨୪।୯ ଭାରତୀୟ ମହିଳା ଓ ପୁରୁଷ ଦଳ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଏଥିପାଇଁ ଦେଶର ଚେସ୍‌ ମହଲରେ...

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri