Posted inଖେଳ

ଖେଳରତ୍ନ ପାଇଁ ହକି ଅଧିନାୟିକା ରାନୀଙ୍କ ନାମ ସୁପାରିସ: ଅର୍ଜୁନ ଲାଗି ବନ୍ଦନା, ମୋନିକା, ହରମନପ୍ରୀତ

ନୂଆଦିଲ୍ଲୀ,୨।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଭାରତୀୟ ହକି ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ୍‌ କରାଯାଇଛି। ସେହିପରି ଅର୍ଜୁନ ପୁରସ୍କାର ପାଇଁ ମହିଳା ହକି ଖେଳାଳି ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂଙ୍କ ନାମ ସୁପରିସ କରାଯାଇଛି। ମଙ୍ଗଳବାର ଏ ନେଇ ହକି ଇଣ୍ଡିଆ ଘୋଷଣା କରିଛି। ଅନ୍ୟପଟେ ମେଜର ଧ୍ୟାନଚାନ୍ଦ ଆଓ୍ବାର୍ଡ ଫର ଲାଇଫ୍‌ ଟାଇମ ଆଚିଭମେଣ୍ଟ ପାଇଁ ପୂର୍ବତନ ଖେଳାଳି ଆର.ପି. ସିଂ ଓ ତୁଷାର ଖାଣ୍ଡ୍‌କରଙ୍କ ନାମ ସୁପାରିସ କରିଛି ହକି ଇଣ୍ଡିଆ। ସେହିପରି କୋଚ୍‌ ବି.ଜେ. କାରିଆପ୍ପା ଓ ରୋମେଶ ପଠାଣିଆ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ନୋମିନେଟ୍‌ ହୋଇଛନ୍ତି।

୨୦୧୬ ଜାନୁୟାରୀ ୧ରୁ ୨୦୧୯ ଡିସେମ୍ବର ୩୧ ତାରିଖ ମଧ୍ୟରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। ଏହି ସମୟ ଅବଧିରେ ରାନୀ ଭାରତୀୟ ଦଳର ନେତୃତ୍ୱ ନେଇ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ଏହି ସମୟରେ ତାଙ୍କ ନେତୃତ୍ୱରେ ଭାରତ ୨୦୧୭ ମହିଳା ଏସିଆ କପ୍‌ରେ ଚାମ୍ପିୟନ ହୋଇଥିଲେ। ସେହିପରି ୨୦୧୮ ଏସିଆନ ଗେମ୍ସରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ୨୦୧୯ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସରେ ସେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ତାଙ୍କ ନିର୍ଣ୍ଣାୟକ ଗୋଲ ବଳରେ ଭାରତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲା। ଭାରତ ମଧ୍ୟ ଏଫ୍‌ଆଇଏଚ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ନବମ ସ୍ଥାନ ଅଧିକାର କରିଥିଲା। ରାନୀ ମଧ୍ୟ ପ୍ରଥମ ଭାରତୀୟ ଭାବେ ଓ୍ବାଲର୍‌ଡ ଗେମ୍ସ ଆଥଲେଟ ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ସେ ମଧ୍ୟ ୨୦୧୬ରେ ଅର୍ଜୁନ ଓ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ହାସଲ କରିଥିଲେ।

ମହିଳା ଷ୍ଟ୍ରାଇକର ବନ୍ଦନା ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ମୋନିକା ୧୫୦ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳିଛନ୍ତି। ଏମାନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଏହି ଦୁଇ ଖେଳାଳି ୨୦୧୯ରେ ହିରୋସୀମାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ, ଟୋକିଓ ୨୦୨୦ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଓ ଭୁବନେଶ୍ୱରରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫାୟରରେ ନିର୍ଣ୍ଣାୟକ ପ୍ରଦର୍ଶନ କରିଥିଲେ। ଭାରତୀୟ ପୁରୁଷ ଦଳର ତାରକା ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ ସିଂ ଅର୍ଜୁନ ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାରେ ସାମିଲ ହୋଇଛନ୍ତି। ଓଡ଼ିଶାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସରେ ସେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମନପ୍ରୀତ ସିଂଙ୍କ ଅନୁପସ୍ଥିତିରେ ସେ ୨୦୨୦ ଅଲିମ୍ପିକ ଟେଷ୍ଟ ଇଭେଣ୍ଟ ସେ ଭାରତର ନେତୃତ୍ୱ ନେଇ ବିଜୟୀ କରାଇଥିଲେ। ରୁଷିଆ ବିପକ୍ଷ ଅଲିମ୍ପିକ୍‌ କ୍ୱାଲିଫାୟରରେ ମଧ୍ୟ ସେ ଖେଳିଥିଲେ।

ପୂର୍ବତନ ଭାରତୀୟ ଖେଳାଳି ଆର.ପି. ସିଂ ଓ ଖାଣ୍ଡ୍‌କର ମଧ୍ୟ ସେମାନଙ୍କ ସମୟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ଓ ଜୀବନବ୍ୟାପୀ ସାଧନା ପାଇଁ ଏମାନଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରାଯାଇଛି। କାରିଆପ୍ପାଙ୍କ ତତ୍ତ୍ୱାବଧାନରେ ଭାରତୀୟ ଜୁନିୟର ପୁରୁଷ ଦଳ ୨୦୧୯ରେ ସୁଲତାନ ଜୋହର କପ୍‌ରେ ରୌପ୍ୟ ପଦକ ହାସଲ କରିଥିଲା।
ଭାରତୀୟ ମହିଳା ହକିରେ ରାନୀ ତାଙ୍କ ପ୍ରଦର୍ଶନ ଓ ନେତୃତ୍ୱ ମାଧ୍ୟରେ ଉଦାହରଣ ସୃଷ୍ଟି କରିଛନ୍ତି। ଖେଳରତ୍ନ ପୁରସ୍କାର ପାଇବାକୁ ସେ ଯୋଗ୍ୟ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି ସୁପାରିସ୍‌ କରାଯାଇଥିବା ଖେଳାଳିଙ୍କ ନାମକୁ ବିଚାରି କରି ଏକ ସଂକ୍ଷିପ୍ତ ତାଲକା ପ୍ରକାଶ କରିବ। ବିଭିନ୍ନ ପୁରସ୍କାର ପାଇଁ ଏହି କମିଟି ଏଥିରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଚୟନ କରିବ। ଅଗଷ୍ଟ ୨୯ ତାରିଖ ଜାତୀୟ ସ୍ପୋଟର୍‌ସ ଦିବସରେ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri