ହାତୀଓଟ,୨୩।୨(ଡି.ଏନ୍.ଏ.): ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ରବିବାର ସକାଳେ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା ୪ ଶିଶୁଙ୍କ ମଧ୍ୟରୁ ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ପୁଅ ଥିବା ବେଳେ ଜଣେ ଝିଅ ଅଛନ୍ତି। ସେମାନେ ହେଲେ ଦୀପକ ଗୌଡ, ସାଇରାମ ଯେନା ଓ ଇତିଶ୍ରୀ ଯେନା। ତେବେ ଆଲୋକ ଯେନା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ଗ୍ରାମର ଶିବ ମନ୍ଦିର ପାଖରେ ଥିବା ଏକ ଅସମ୍ପୂର୍ଣ୍ଣ ଲାଟ୍ରିନ ଘରେ ଶିଶୁମାନେ ଖେଳୁଥିବା ସମୟରେ ହଠାତ୍ ତଳକୁ ପଡ଼ିଯାଇଥିଲେ। ତେବେ ତଳେ କୌଣସି କାରଣରୁ ରହିଥିବା ରଡ଼ ନିଆଁରେ ସେମାନଙ୍କ ଶରୀରର ୯୦ ପ୍ରତିଶତ ଅଂଶ ଜଳିଯାଇଥିଲା। ହେଲେ ଏଯାବତ୍ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ