ଖୋଜାଯିବ ସୀମାନ୍ତ ସଂଖ୍ୟାଲଘୁ ଓଡ଼ିଆଙ୍କ ସମସ୍ୟା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଓଡ଼ିଶାର ଉପାନ୍ତ ତଥା ପଡ଼ୋଶୀ ରାଜ୍ୟରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବ ଗୃହ କମିଟି। ଏଥିଲାଗି ୭ ସବ୍‌ କମିଟି ଗଠିତ ହୋଇଛି। କମିଟି ସଦସ୍ୟ ପଡ଼ୋଶୀ ରାଜ୍ୟ ଗସ୍ତ କରି ସଂଖ୍ୟାଲଘୁ ଓଡ଼ିଆଙ୍କ ସମସ୍ୟା ବୁଝିବେ ଏବଂ ଏହାର ପ୍ରତିକାର କରିବାକୁ ସୁପାରିସ କରିବେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ବିଧାନସଭାର ପ୍ରକୋଷ୍ଠ ନମ୍ବର ୫୯ରେ ଭିଡିଓ କନ୍‌ଫରେନ୍ସରେ ଆୟୋଜିତ ଉକ୍ତ ବୈଠକରେ ସୀମାନ୍ତରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆଙ୍କ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଉପରେ ବ୍ୟାପକ ଆଲୋଚନା ହୋଇଛି। ବିଧାନସଭା ଅଧିବେଶନ ପରେ କୋଭିଡ୍‌ ସ୍ଥିତି ସ୍ବାଭାବିକ ହେଲେ ଏଥିଲାଗି ଗଠିତ ୭ ସବ୍‌-କମିଟି ସଦସ୍ୟ ବିଭିନ୍ନ ରାଜ୍ୟ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ। ଓଡ଼ିଆଙ୍କ ସ୍ବାର୍ଥରକ୍ଷା ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ସହ ଆଲୋଚନା କରାଯିବ। ସୀମାନ୍ତ ଆନ୍ଧ୍ର ପାଇଁ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ତେଲଙ୍ଗାନା ପାଇଁ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଛତିଶଗଡ଼ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ, ଝାଡ଼ଖଣ୍ଡ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ପଶ୍ଚିମବଙ୍ଗ ପାଇଁ ବିଧାୟକ ଅନନ୍ତ ଦାସ, ଗୁଜରାଟ ଓ ମହାରାଷ୍ଟ୍ର ପାଇଁ ଉପବାଚସ୍ପତି ରଜନୀକାନ୍ତ ସିଂ, କର୍ନାଟକ ପାଇଁ କୃଷିମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍‌-କମିଟି ସମ୍ପୃକ୍ତ ରାଜ୍ୟ ଗସ୍ତରେ ଯିବେ। ରାଜ୍ୟର ସୀମାନ୍ତ ଜିଲାରୁ ନିର୍ବାଚିତ ବିଧାୟକଙ୍କୁ ସବ୍‌କମିଟିରେ ସଭ୍ୟ ଭାବେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ରାଜ୍ୟର ଉପାନ୍ତ ଜିଲାର ପିଲାଙ୍କୁ ପଡ଼ୋଶୀ ରାଜ୍ୟରେ ସିଟି, ବି.ଏଡ୍‌ ଏବଂ ପଡ଼ୋଶୀ ରାଜ୍ୟର ପିଲାଙ୍କୁ ଓଡ଼ିଶାରେ ସମାନ ତାଲିମ ଦେବାକୁ ଅନୁମତି ପ୍ରଦାନ କରାଯାଉଥିଲା। ଭାଷା ସୁରକ୍ଷା ଲାଗି ଏହି ବ୍ୟବସ୍ଥା ପୁନଃ ପ୍ରଚଳନ କରାଯିବ। ଏ ନେଇ ସରକାରଙ୍କୁ କମିଟି ସୁପାରିସ କରିବ ବୋଲି ଆଲୋଚନା ହୋଇଛି।
ପଡ଼ୋଶୀ ରାଜ୍ୟର ସୀମାକୁ ଲାଗି ରହିଥିବା ଜିଲାର ଜିଲାପାଳଙ୍କ ସହ ଆଗାମୀ ବୈଠକରେ ଆଲୋଚନା କରାଯିବ। ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି। ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri