ଛତ୍ରପୁର,୨୫ା୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସୋମବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ା ଏମାନେ ଘରେ କ୍ୱାରାଣ୍ଟାଇନ୍ରେ ରହିବେ। ସ୍ବାସ୍ଥ୍ୟ ଟିମ୍ ନିୟମିତ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବେ ବୋଲି ସୂଚନା ଦିଆଯାଇଛି ା ତେବେ ଜିଲାରେ ଏ ପର୍ଯ୍ୟନ୍ତ ୨୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି।