ଛତ୍ରପୁର, ୧୪।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ପାଇଁ ହାସ୍ୟ ଶିବିରର ଆୟୋଜନ କରାଯାଉଛି। ଏହାଫଳରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ମନ ସ୍ଥିର ରହିବା ସହ ସ୍ବାସ୍ଥ୍ୟାବସ୍ଥା ଠିକ ରହିପାରୁଥିବା କୁହାଯାଇଛି। ଏହାଛଡ଼ା ପ୍ରବାସୀମାନେ ଯୋଗଠାରୁ ଆରମ୍ଭ କରି ବ୍ୟାୟାମ, ପରିସରରେ ଚାରାରୋପଣ ଓ ସଫେଇ କାର୍ଯ୍ୟ କରୁଛନ୍ତିି। ସେମାନଙ୍କୁ ଦକ୍ଷତା, ସ୍ବାସ୍ଥ୍ୟକର୍ମୀ ତାଲିମ ଦିଆଯାଉଛି। କ୍ୱାରେଣ୍ଟାଇନ ସେଣ୍ଟରରେ ଦୈନିକ ନୂଆ ନୂଆ କାର୍ଯ୍ୟକ୍ରମ କରାଯାଇ ଅନ୍ତେବାସୀଙ୍କୁ ଏଥିରେ ସାମିଲ କରାଯାଉଥିବା ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି।