ଛତ୍ରପୁର, ୧୩।୪(ଡି.ଏନ୍.ଏ.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗତ ତିନି ଦିନ ହେଲା ଗଞ୍ଜାମ ଜିଲାର ୭ ଲକ୍ଷ ୨ ହଜାର ୭୪୮ ଘରକୁ ଅଙ୍ଗନବାଡି, ଆଶା କର୍ମୀ ଓ ଶିକ୍ଷକକମାନେ ଯାଇ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ସର୍ଭେ କରିଛନ୍ତି। ଜିଲାର ମୋଟ ୨୯ ଲକ୍ଷ ୫୦ ହଜାର ୨୪୫ ଜଣଙ୍କର ସ୍କ୍ରିନିଂ କରାଯାଇଛି। ଏଥିରୁ କେତେକଙ୍କ ଠାରେ ସାମାନ୍ୟ ଥଣ୍ଡା, କାଶ, ଜ୍ୱର ନେଇ ଫ୍ଲୁ ଥିବା ସର୍ଭେରେ ଚିହ୍ନଟ ହୋଇଥିଲା। ଏହି ରିପୋର୍ଟକୁ ଆଧାରକରି ଡାକ୍ତରଙ୍କୁ ନେଇ ଗଠିତ ରାପିଡ୍ ରେସପନ୍ସ ଟିମ୍ ଫ୍ଲୁ ଥିବା ଲୋକଙ୍କ ଘରକୁ ଯାଇ ସେମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ସ୍କ୍ରିନିଂ ଜାରିରଖିଛନ୍ତି। ଆବଶ୍ୟକ ପଡିଲେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯିବ ବୋଲି ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ