ଗଞ୍ଜାମ ସହରରେ ମାଲାମାଲ ଅସାଧୁ ବ୍ୟବସାୟୀ: ଦୋକାନ ଆଗରେ ତାଲା, ଭିତରେ ଖୋଲା

ଗଞ୍ଜାମ,୨୧।୬(ଡି.ଏନ୍‌.ଏ.):ମହାମାରୀ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଟ୍‌ଡାଉନ୍‌ରେ ଫାଇଦା ଉଠଉଛନ୍ତି ଗଞ୍ଜାମ ସହରର କିଛି ଅସାଧୁ ବ୍ୟବସାୟୀ l ଦେକାନ ଆଗରେ ତାଲା ପଡ଼ିଥିଲେ ହେଁ ମାଲିକମାନେ ଭିତରେ ଭିତରେ ବିଭିନ୍ନ ଜିନିଷ ଚଢ଼ା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତିl ଆଳୁ, ବାଇଗଣ, ଓ ଖାଉଟି ସାମଗ୍ରୀ ଆଦି କଳା ବଜାରୀ ହେଉଥିବା ଅଭିଯୋଗ ହେଉଛିl ଦୋକାନ ମାଲିକମାନେ ଅତ୍ୟାବଶ୍ୟକ ଜିନିଷର ମଧ୍ୟ ଦର ବଢ଼ାଇ ଦେଇଛନ୍ତି l ଏହା ଦ୍ୱାରା ଗରିବ ଜନସାଧାରଣ ନାନା ହଇରାଣ ହେଉଛନ୍ତି l ସ୍ଥାନୀୟ ପ୍ରଶାସନ ଖାଲି କିଏ ମାକ୍ସ ପିନ୍ଧିନାହିଁି, ସଟ୍‌ଡାଉନ୍‌ରେ କିଏ ବାହାରେ ବୁଲୁଛି ତାହା ଅନୁଧ୍ୟାନ କରି ଚୁପ୍‌ ବସୁଛନ୍ତି l ସହରର ବଡ ବଡ଼ ଦୋକାନ ଗୁଡିକରେ ପ୍ରଶାସନ ପକ୍ଷରୁ ଯଦି ନିୟମିତ ଚଢ଼ାଉ ଜାରି କରାଯାଇଥାନ୍ତା ତାହା ହେଲେ ଏପରି ଅବସ୍ଥା ହୋଇଛି ନ ଥାନ୍ତା ବୋଲି ବୁଦ୍ଧଜୀବୀ ମହଲରେ ମତ ପ୍ରକାଶ ପାଇଛି l ଏ ସମ୍ପର୍କରେ ତହସିଲଦାରଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବା ବେଳେ ବିଡ଼ିଓ ଜ୍ୟୋତି ଶଙ୍କର ରାୟ କହିଛନ୍ତି ତଦନ୍ତ ପରେ ପଦକ୍ଷେପ ନିଆଯିବ l ଏଣୁ ପ୍ରଶାସନ ପକ୍ଷରୁ ଅସାଧୁ ବେପାରୀଙ୍କୁ ଧରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସି ଦାବି କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

୩ଘଣ୍ଟା ଭିତରେ ପ୍ରବଳ ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮।୯: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ଗତ ଦୁଇ ଦିନ ହେବ ବର୍ଷାର ପରିମାଣ ବଢିଥିବା ବେଳେ ଆଜି ଟ୍ବିନ ସିଟିରେ...

ଆସନ୍ତା ୩୦ରେ ବନ୍ଦ ରହିବ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୮।୯: ଆସନ୍ତା ସୋମବାର ଅର୍ଥାତ୍‌ ସେପ୍ଟେମ୍ବର ୩୦ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ...

ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭାଜପାର ପରିବର୍ତ୍ତନ…

ଭୁବନେଶ୍ୱର,୨୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଯିବେ। ୩୦...

ଗଛରେ ରଶି ଲଗାଇ  ଝୁଲିପଡିଲେ ଯୁବକ

ବାଲିଗୁଡ଼ା,୨୮।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ୨୨ବର୍ଷର...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ, କାର୍ଯ୍ୟରତ ସମୟରେ ଦେହାନ୍ତ ହେଲେ ମିଳିବ…

ଭୁବନେଶ୍ୱର,୨୮ା୯: ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍‌ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ...

ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ….

ଭୁବନେଶ୍ୱର,୨୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ...

ଲୋକସେବା ଭବନରେ କେତେଟା ରାତି ଯାଏ ରୁହନ୍ତି ମୁଖ୍ୟମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୮ା୯:ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଜିଲାପାଳ ଓ ଏସପି ସମ୍ମିଳନୀରେ...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri