ଗଡ଼କରୀଙ୍କ ୧୫ ଲକ୍ଷ କୋଟିର ନିବେଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ,୬-୬: କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦାୟିତ୍ୱ ସମ୍ଭାଳିବା ପରେ ଆସନ୍ତା ୫ ବର୍ଷ ପାଇଁ ଆର୍ଥିକ ବିକାଶରେ ସଡ଼କ ପରିବହନ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଯୋଗଦାନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ମିଡିଆ ସହ ସାକ୍ଷାତକାର ବେଳେ ସେ କହିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୧୫ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ। ଏଥିସହ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବିଶ୍ୱ ବଜାରରେ ଉପଲବ୍ଧ କରାଇ ଜିଡିପିକୁ ଗତିଶୀଳ କରିବା ଲାଗି ସେ ଯୋଜନା ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି ଯେ, ଜିଡିପିର ବୃଦ୍ଧି କରିବା ତାଙ୍କର ମିଶନ ହେବ। ଜାତୀୟ ରାଜପଥ ନିର୍ମାଣ ଏବଂ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଜରିଆରେ ଏହି ଲକ୍ଷ୍ୟକୁ ପୂରଣ କରାଯିବ। ରାଜପଥ ନିର୍ମାଣ ଲାଗି ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ତଦନୁଯାୟୀ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ମୋଦି ସରକାର ଅମଳରେ ୨୨ ଗ୍ରିନ ଏକ୍ସପ୍ରେସ୍‌ଓ୍ବେ ନିର୍ମାଣ ସହ ରୋକି ହୋଇଥିବା ସମସ୍ତ ପ୍ରକଳ୍ପଗୁଡ଼ିକୁ ଆସନ୍ତା ୧୦୦ ଦିନ ଭିତରେ ପୁନର୍ବାର ଆରମ୍ଭ କରାଯିବ। ପାଓ୍ବାରଗ୍ରିଡ଼ ଢାଞ୍ଚାରେ ସଡ଼କର ମଧ୍ୟ ଗ୍ରିଡ଼ ତିଆରି କରାଯିବ। ସେ କହିଛନ୍ତି ଯେ, ପୂର୍ବ ସରକାକର ଅମଳରେ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ୧୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ କରାଯାଇଛି। ତନ୍ମଧ୍ୟରୁ ୧୧ ଲକ୍ଷ କୋଟି ଟଙ୍କା କେବଳ ରାଜପଥ ନିର୍ମାଣରେ ଖର୍ଚ୍ଚ ହୋଇଛି। ଆସନ୍ତା ୧୦୦ ଦିନ ଭିତରେ ଆଇଏଲ୍‌ଏଫ୍‌ଏସ୍‌ ଦ୍ୱାରା ଆରମ୍ଭ କରାଯାଇଥିବା ଏବଂ ଠପ୍‌ ପଡ଼ିଥିବା ସମସ୍ତ ପ୍ରକଳ୍ପକୁ ଆରମ୍ଭ କରିବା ତାଙ୍କର ପ୍ରାଥମିକତା ହେବ। ସେହିପରି ଆର୍ଥିକ ଅଭାବ କାରଣରୁ ୨୨୫ ପ୍ରକଳ୍ପ ଅଧାରେ ବନ୍ଦ ହୋଇଛି। ଅସୁବିଧାକୁ ଦୂର କରାଯାଇଛି। କେବଳ ୨୦-୨୫ ପ୍ରକଳ୍ପ ବନ୍ଦ ହୋଇପଡିରହିଛି। ଆସନ୍ତା ୧୦୦ ଦିନ ଭିତରେ ସେଗୁଡ଼ିକୁ ପୁନର୍ବାର ଚାଲୁ କରାଯିବ। ସେ କହିଛନ୍ତି ଯେ, ଦେଶର ସୀମାରେ ୧୭ ଏଭଳି ପ୍ରକଳ୍ପ ରହିଛି, ଯାହା କି ରନ୍‌ଓ୍ବେ ଭାବେ କାର୍ଯ୍ୟ କରିପାରିବ। ତନ୍ମଧ୍ୟରୁ ୧୩ଟିର ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଦିଲ୍ଲୀ-ମିରଠ ଏକ୍ସପ୍ରେସଓ୍ବେ ଆସନ୍ତା ୨ ମାସ ଭିତରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସଓ୍ବେ ନିର୍ମାଣ ଜୋର୍‌ସୋର୍‌ରେ ଚାଲିଛି। ଦୁର୍ଘଟଣାକୁ କମାଇବା ତାଙ୍କର ପ୍ରାଥମିକତା ରହିଛି। ଦେଶରେ ଏବେ ପ୍ରାୟ ୭୦୪ ବ୍ଲାକ୍‌ ସ୍ପଟ୍‌ ରହିଛି। ଏହାବ୍ୟତୀତ ପ୍ରାୟ ୮ହଜାର ଏଭଳି ବ୍ଲାକ୍‌ସ୍ପଟ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ଏଗୁଡ଼ିକୁ ଠିକ୍‌ କରାଦିଆଯିବ। ସେହିପରି ଜଏଣ୍ଟ ଭେଞ୍ଚର୍ସ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ ଏବଂ ଖଦି ଉତ୍ପାଦଗୁଡ଼ିକୁ ସାରା ବିଶ୍ୱର ବଜାରରେ ପହଞ୍ଚାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri