ଗଡ଼ିବନି ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା,୨୩।୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଇଚ୍ଛାପୁର ରଥଦାଣ୍ଡରେ ଗଡିବନି । ରଥଯାତ୍ରା ପାଇଁ ରଥ ନିର୍ମାଣ ସରିଥିଲେ ମଧ୍ୟ କପଡା ଘୋଡଣିକୁ ବନ୍ଦ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥ ଗଡିବ। ତେବେ ବଡଭାଇ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ କାହିଁକି ଗଡିବ ନାହିଁ କହି ସେବାୟତମାନେ ଶ୍ରୀଜୀଉଙ୍କ ମନ୍ଦିର ସମ୍ମୁଖରେ ସୋମବାର ଅପରାହ୍ନରେ ଧାରଣାରେ ବସିଛନ୍ତି। ଅପରପକ୍ଷେ ଟ୍ରଷ୍ଟ ପକ୍ଷରୁ ଶ୍ରୀଜୀଉଙ୍କ ରଥର ପ୍ରତୀକାତ୍ମକ ଭାବେ ସ୍ନାନ ମଣ୍ଡପ ହେବ ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି। ଏହି ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୫ଟାରେ ଶ୍ରୀଜୀଉଙ୍କ ଜୟମଙ୍ଗଳ ଆଳତି ହେବ। ପୂର୍ବାହ୍ନ ୧୧ଟା ସୁଦ୍ଧା ସେନାପଟା ଆରମ୍ଭ ହୋଇ ଅପରାହ୍ନ ୨ଟା ସୁଦ୍ଧା ସ୍ନାନମଣ୍ଡପକୁ ବିଜେ କରିବେ। ଏଠାରେ ଦୁଇଦିନ ଧରି ରଥରେ ନୀତିକାନ୍ତି ସମାପନ ହେବ। ୨୫ ତାରିଖ ସନ୍ଧ୍ୟା ୮ଟାରେ ଶ୍ରୀଜୀଉଙ୍କ ଜଗମୋହନ ମନ୍ଦିରରେ ପ୍ରସ୍ତୁତ ମାଉସୀମା’ ଆଡପ ମଣ୍ଡପକୁ ବିଜେ କରିବେ। ଅପରପକ୍ଷେ ସେବାୟତମାନେ ସ୍ନାନମଣ୍ଡପରେ ରଥ ନୀତି ପରିବର୍ତ୍ତେ ବ୍ରହ୍ମ ତାଳଧ୍ୱଜ ରଥ ଗଡିବାକୁ ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ସେବାୟତ ଗଗନ ପତ୍ରୀ, ନୃସିଂହ ପ୍ରସାଦ ପତ୍ରୀ, ଶଶିକାନ୍ତ ସୁଆର, ଧର୍ମଦର୍ଶୀ କର ପ୍ରମୁଖ କୁହନ୍ତି, ରଥ ଗଡିବା ନେଇ ଜିଲା ପ୍ରଶାସନ ହସ୍ତକ୍ଷେପ କରନ୍ତୁ । ଶ୍ରୀଜୀଉଙ୍କ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର କୁହନ୍ତି, କୋଭିଡ୍‌ ୧୯ ପାଇଁ ସାରା ଦେଶରେ କଟକଣା ଜାରି ହୋଇଛି। ପୂର୍ବରୁ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସମ୍ପର୍କରେ ସେବାୟତଙ୍କ ସହିତ ଆଲୋଚନା ହୋଇଛି । ସୁପ୍ରିମକୋର୍ଟ ମଧ୍ୟ ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ଦେଇ ନ ଥିବା ଉପଜିଲାପାଳ କହିଛନ୍ତି । ମନ୍ଦିର ପରିସରରେ ସୋମବାର ରାତି ୮ଟାରୁ ୨୫ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ଉପଜିଲାପାଳ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri