ଖଲ୍ଲିକୋଟ,୧୪ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଞ୍ଚଳର ୨ଜଣ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଗତ ଶୁକ୍ରବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ଖଲ୍ଲିକୋଟ ପୋଲିସ ନଂ.୧୧୧/୨୦ ମାମଲା ରୁଜୁ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୩ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି। ଛତ୍ରପୁର ଏସ୍ଡିପିଓ ଗୌତମ କିସାନ ଘଟଣାର ତଦନ୍ତ କରୁଛନ୍ତି।
ପ୍ରକାଶ ଯେ, ଗତ ୧୦ ତାରିଖ ହୋଲି ଦିନ ଦୁଇ ନାବାଳିକା (୧୫ ଓ ୧୬)ଙ୍କୁ ଏକୁଟିଆ ପାଇ ବେଗୁନିଆପଡ଼ା ଅଞ୍ଚଳର ୫ ଜଣ ଯୁକଙ୍କ ଗଣବଳାତ୍କାର କରିଥିଲେ। ଏହି ସମୟର ଭିଡିଓ ରେକର୍ଡିଂ କରି କାହାକୁ ଜଣାଇଲେ ଭାଇରାଲ କରିଦେବୁ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିବା ପୀଡ଼ିତା ଦ୍ୱୟ ଥାନାରେ ଅଭିଯୋଗ କରିଥିଲେ। ଶନିବାର ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ପଠାଯାଇଛି।