ଗରାଏ ପାଣିକୁ ୧୦ଟଙ୍କା

ରାୟଗଡା ଅଫିସ୍‌, ୧୭।୫: ରାୟଗଡା ସହରର ରୟତ କଲୋନୀରେ ୧୩ଟି ଲେନ ରହିଛି। ୧୩ଟି ଲେନ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲେନରେ ଜଳ ଯୋଗାଣ ସହରର ଅନ୍ୟ ଅଞ୍ଚଳ ଭଳି ସ୍ବାଭାବିକ ରହିଛି। ହେଲେ ପଞ୍ଚମ ଠାରୁ ତ୍ରୟୋଦଶ ଲେନ ପର୍ଯ୍ୟନ୍ତ ସବୁ ଗଳିରେ ପାନୀୟ ଜଳର ସମସ୍ୟା ଦେଖାଦେଇଛି। ଏହି ୧୩ଟି ଲେନରେ ରହୁଥିବା ୩ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ପାଣି ଟୋପାଏ ପାଇଁ ନା ନା ସଂଗ୍ରାମ କରୁଛନ୍ତି। ପ୍ରତିଦିନ ରାତିପାହିଲେ ସେମାନଙ୍କ ସଂଗ୍ରାମ ଅସରନ୍ତି ହୋଇପଡିଛି । ଏହାର ମୂଳ କାରଣ ହେଲା ୪ବର୍ଷ ହେବ ଏଠାରେ ଥିବା ପମ୍ପହାଉସ ଅଚଳ। ଫଳରେ ଲୋକେ ଗରାଏ ପାଣିକୁ ୧୦ ଟଙ୍କାରେ କିଣିବାକୁ ବାଧ ହେଉଛନ୍ତି ।
୧୯୯୩ ଓ ୨୦୧୮ରେ ରୟତ କଲୋନୀର ୧୩ଟି ଲେନ ପାଇଁ ଗୋଟିଏ ଲେଖାଏଁ ପମ୍ପ ହାଉସ୍‌ ନିର୍ମାଣ ହୋଇଥିଲା। ୧୯୯୩ରେ ନିର୍ମିତ ପମ୍ପହାଉସ୍‌ ସମସ୍ତ ଲେନକୁ ଜଳ ଯୋଗାଣ କରୁଥିଲା। ହେଲେ ଗୋଟିଏ ପମ୍ପହାଉସ ସମସ୍ତ ଅଞ୍ଚଳକୁ ଜଳ ଯୋଗାଣ କରିବାରେ ଅଧିକ ଚାପ ହେବାରୁ ୨୦୧୮ରେ ନୂତନ ପମ୍ପହାଉସ ନିର୍ମାଣ କରାଗଲା। ଏହା ପୂର୍ବରୁ ପୁରୁଣା ପମ୍ପ ହାଉସଟି ୨୦୧୫ ରୁ ଅଚଳ ହୋଇଯାଇଛି । ନୂତନ ପମ୍ପହାଉସ ୪ଟି ଲେନକୁ ସମ୍ପୂର୍ଣ୍ଣ ରୂପେ ଜଳ ଯୋଗାଣ କରିପାରୁଛି । ହେଲେ ଅନ୍ୟ ୯ଟି ଲେନକୁ ଜଳ ଯୋଗାଣ କରିପାରୁନାହିଁ । ଗୋଟିଏ ପମ୍ପହାଉସରୁ ଏତେ ଅଞ୍ଚଳକୁ ଜଳ ଯୋଗାଣ କରିବା ମଧ୍ୟ ସମ୍ଭବପର ନୁହେଁ। ତେବେ ଦୂରଦୃଷ୍ଟି ଅଭାବରୁ ପିଏଚ୍‌ଡି କର୍ତ୍ତୃପକ୍ଷ ଠିକଭାବେ ୨ଟି ପମ୍ପହାଉସ ନିର୍ମାଣ କରିପାରିନାହଁାନ୍ତି । ରାଜନୈତିକ ଚାପରେ ଇଚ୍ଛା ମୁତାବକ ପମ୍ପ ହାଉସ ସ୍ଥାପନ କରାଯାଇଛି । ଫଳରେ ବର୍ତ୍ତମାନ ଘୋର ଜଳ ସମସ୍ୟା ଉକ୍ତ ଅଞ୍ଚଳରେ ଦେଖାଦେଇଛି । ଲୋକେ ପାଣି ପାଇ ନ ପାରି ୧୦ଟଙ୍କା ଦେଇ ଗରାଏ ପାଣି କିଣୁଛନ୍ତି । ରୟତକଲୋନୀକୁ ଲାଗି ରହିଥିବା ଅନ୍ୟ ଏକ ବସ୍ତିରୁ ପାଣି କିଣି ଶୋଷ ମେଣ୍ଟାଉଛନ୍ତି । ଗାଧୋଇବା ଠାରୁ ଆରମ୍ଭକରି ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆବଶ୍ୟକ ପାଣି ପାଇ ନ ପାରି ମହିଳାମାନେ ଛଟପଟ ହେଉଥିବା ପ୍ରକାଶ କରିଛନ୍ତି । ସାହିରେ ଯେଉଁ ଷ୍ଟାଣ୍ଡପୋଷ୍ଟ ରହିଛି ତାହା କେବଳ ନାମକୁମାତ୍ର ରହିିଛି । ସେହିଭଳି ଘରକୁ ପାଇପ୍‌ ଜଳ ଯୋଗାଣ ଧର୍ମକୁ ଆଖିଠାର ସଦୃଶ୍ୟ ପାଲଟିଛି। ଜଳ ସମସ୍ୟା ନେଇ ସାହିବାସିନ୍ଦା ବାରମ୍ବାର ପିଏଚ୍‌ଡି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତ। କେବଳ ପାଇପ୍‌ ଜଳ ଯୋଗାଣ କଥା ନୁହେଁ ପିଏଚ୍‌ଡି ପକ୍ଷରୁ ଯେଉଁ ନଳକୂପ ଖନନ ହୋଇଛି ତାହା ମଧ୍ୟ କାମ କରୁନାହିଁ । ବର୍ଷାଧିକ କାଳ ହେବ ୭ଟି ନଳକୂପ ଅଚଳ ହୋଇ ପଡିରହିଛି । ନଳକୂପ ଗୁଡିକ ଖନନ ପରେ ତାହାର ରକ୍ଷଣାବେକ୍ଷଣ ଓ ମରାମତି କରାଯାଇ ନ ଥିବା ସାହିବାସିନ୍ଦା ସୂଚନା ଦେଇଛନ୍ତି। ଫଳରେ ଅଚଳ ନଳକୂପରେ ଲୋକେ ଗାଈଗୋରୁ ବାନ୍ଧୁଛନ୍ତି । ପଞ୍ଚମ, ଷଷ୍ଠ ଓ ସପ୍ତମ ଲେନକୁ ଯେଉଁ ଅଳ୍ପ ମାତ୍ରାରେ ପମ୍ପ ହାଉସ୍‌ରୁ ଜଳ ଯୋଗାଣ ହେଉଛି ତାହା ଗୋଟିଏ ପରିବାର ପାଇଁ ଆବଶ୍ୟକତାର ମାତ୍ର ୨୦ରୁ ୨୫ପ୍ରତିଶତ। ପିଏଚ୍‌ଡି କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ରୟତକଲୋନୀର ଜଳ ଯୋଗାଣ ସମସ୍ୟା ଦୂର କରିବା ନେଇ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ...

ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା...

ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ...

ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ...

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ...

ରାସ୍ତା, ନେଟ୍‌ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର

ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା...

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ...

ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ

ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri