ଗରିବଙ୍କୁ ଲୁଟୁଛନ୍ତି ଅଧିକାରୀ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରହିଛି ରାଜ୍ୟ ଶାସନ ଭାର। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେଉଥିବା ସରକାର ଦାବି କରୁଛନ୍ତି। ୩-ଟି/୫-ଟି ଏମିତି କେତେ କ’ଣ ମନ୍ତ୍ର ବିଧାୟକଙ୍କଠାରୁ ଆରମ୍ଭ କରି ଅଫିସରଙ୍କୁ ଦିଆଯାଉଛି। ନିଷ୍ଠାପର ଭାବେ ଲୋକମାନଙ୍କ ସେବା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ସରକାରୀ ବାବୁମାନେ ଏହାକୁ ବେଖାତିର କରି ଚାଲିଛନ୍ତି। ପ୍ରଶାସନର ତୃଣମୂଳସ୍ତରରୁ ଉପର ଯାଏ ଦୁର୍ନୀତି ଭର୍ତ୍ତି ହୋଇରହିଛି। କେବଳ ପଞ୍ଚାୟତିରାଜ ବିଭାଗକୁ ଅନୁଧ୍ୟାନ କଲେ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଛି ତାହା ସହଜରେ ଅନୁମାନ କରାଯାଇପାରେ। ଇନ୍ଦିରାଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ବିଜୁ ପକ୍କା ଘର ଯୋଜନାରେ ଗ୍ରାମାଞ୍ଚଳ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ପକ୍କାଘର ପାଇଁ ସରକାରୀ କର୍ମଚାରୀ ପୁଳାପୁଳା ହାତଗୁଞ୍ଜା ନେଉଥିବା ଘଟଣା ପଦାକୁ ଆସିଛି। ଖୋଦ୍‌ ରାଜ୍ୟ ସରକାର ମଧ୍ୟ ଏକଥା ସ୍ବୀକାର କରିଛନ୍ତି। ଗତ ୨ ବର୍ଷରେ ୮୩୬ଜଣ ଅଧିକାରୀ ଘର ଯୋଗାଇ ଦେବା ନଁାରେ ଗରିବ ଅସହାୟ ଲୋକଙ୍କୁ ଲୁଟ୍‌ କରିଛନ୍ତି।
କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଏପର୍ଯ୍ୟନ୍ତ ଇନ୍ଦିରା ଆବାସ ଯୋଜନା (ଆଇଏଓ୍ବାଇ)/ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଜି) (ପିଏମ୍‌ଏଓ୍ବାଇ), ଧାନଖଳା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେତେ ଦୁର୍ନୀତି ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାର କାରଣ କ’ଣ ବୋଲି ପଚାରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ୨୦୧୭ରୁ ଏପର୍ଯ୍ୟନ୍ତ ଆଇଏଓ୍ବାଇ- ପିଏମ୍‌ଏଓ୍ବାଇ ଏବଂ ବିଜୁ ପକ୍କା ଘର ଯୋଜନାରେ ୮୩୬ଜଣ ଅଧିକାରୀ ଦୁର୍ନୀତିରେ ଜଡ଼ିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରେ ସର୍ବାଧିକ ୧୬୨ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଅନୁଗୋଳରେ ୪୦, ବାଲେଶ୍ୱରରେ ୨୪, ବରଗଡ଼ରେ ୧୮, ଭଦ୍ରକରେ ୬୧, ଢେଙ୍କାନାଳରେ ୬୦, କନ୍ଧମାଳରେ ୫୯, ଖୋର୍ଦ୍ଧାରେ ୪୬, ନବରଙ୍ଗପୁରରେ ୮୯, ନୂଆପଡ଼ାରେ ୮୧, ସମ୍ବଲପୁରରେ ୩୩ ଏବଂ ସୁନ୍ଦରଗଡ଼ରେ ସର୍ବାଧିକ ୫୮ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨୨ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରାଯାଇଛି। ସେହିପରି ୭୯ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୨୬୮ଜଣଙ୍କୁ କାର୍ଯ୍ୟରୁ କାହିଁକି ଅନ୍ତର କରା ନ ଯିବ ସେ ନେଇ କାରଣ ଦର୍ଶାଅ ଏବଂ ୪୩୨ଜଣଙ୍କୁ ଦୁର୍ନୀତି ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ପାଣିକୁ ଖସିପଡ଼ିଲା ଟ୍ରକ୍‌ ଡାଲା, ଯିଏ ପାରିଲେ ଯେତେ ବୋହିନେଲେ ଫଳ

ଭଣ୍ଡାରିପୋଖରୀ,୨୪ା୯(ରାଜେନ୍ଦ୍ର ଶତପଥୀ): ଭଣ୍ଡାରିପୋଖରୀ ଥାନା ୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ମଙ୍ଗଳବାର ଏକ ଫଳ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ଥିବା ମହାନ୍ତି...

ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର,୨୫।୯(ଅଭୟ ଦାଶ):ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଏପରିକି ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ...

ଆଜିଠୁ ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୫ା୯(ବନ୍ଦନା ସେଠୀ):ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାର ଓ ଗୁରୁବାର ଜରୁରିକାଳୀନ ରୋଗୀ ସେବାରେ ବାଧା ନ...

ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri