ଗରିବଙ୍କ ରାଶନ ଖାଉଥିଲେ ଅଯୋଗ୍ୟ ହିତାଧିକାରୀ: ଧରାପକାଇଲା ଆଧାର

ଭୁବନେଶ୍ୱର,୩।୯(ବ୍ୟୁରୋ): ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଯୋଗ୍ୟ ହିତାଧିକାରୀ ଗତ ୪ବର୍ଷ ହେବ ଗରିବଙ୍କ ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୁଟି ନେଉଥିଲେ। ଗାଡ଼ି ଘୋଡ଼ା, କୋଠାଘର, ଏକର ଏକର ସମ୍ପତ୍ତି, ସରକାରୀ ଚାକିରି ଥିବା ଅଯୋଗ୍ୟ ହିତାଧିକାରୀ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା (ଏନ୍‌ଏଫ୍‌ଏସ୍‌ଏ)ରେ ଗରିବଙ୍କ ଖାଦ୍ୟ ସାମଗ୍ରୀ ହଡ଼ପ କରୁଥିଲେ। ତାହା ପୁଣି ଖୋଦ୍‌ ସରକାରୀ ବାବୁମାନଙ୍କ ଜ୍ଞାତସାରରେ। ରାଶନ କାର୍ଡ ସହ ଆଧାର ସଂଯୋଗ ହେବା ପରେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଲକ୍ଷ ୭୯ ହଜାର ଅଯୋଗ୍ୟ ହିତାଧିକାରୀ ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିଛନ୍ତି। ସେଥିରୁ ୮ଲକ୍ଷ ୧୮ ହଜାର ଏନ୍‌ଏଫ୍‌ଏସ୍‌ଏ କାର୍ଡଧାରୀ ଆଧାର ଲିଙ୍କ ପରେ ବାଦ୍‌ ପଡ଼ିଥିବା ବେଳେ ୨ ଲକ୍ଷ ୬୧ ହଜାର କାର୍ଡଧାରୀଙ୍କ ମୃତ୍ୟୁ ହୋଇସାରିଛି। ତେବେ ଏହି ଅଯୋଗ୍ୟ ଏବଂ ମୃତ ବ୍ୟକ୍ତିଙ୍କ କାର୍ଡରେ ବର୍ଷ ବର୍ଷ ଧରି କିପରି ରାଶନ ଲୁଟି ଚାଲିଥିଲେ ଏବଂ ଏହା ଜାଣି ମଧ୍ୟ କିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ ଓ କେଉଁମାନଙ୍କୁ ବାଦ୍‌ ଦିଆଯିବ ସେ ନେଇ ରାଜ୍ୟ ସରକାର ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଗାଇଡ୍‌ ଲାଇନ୍‌ ଅନୁଯାୟୀ ୬ଟି ମାନଦଣ୍ଡ ଆଧାରରେ ଗରିବ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଏନ୍‌ଏଫ୍‌ଏସ୍‌ଏରେ ସାମିଲ କରାଯାଉଥିବା ବେଳେ ୯ଟି ମାନଦଣ୍ଡ ଆଧାରରେ ସ୍ବଚ୍ଛଳ ବର୍ଗଙ୍କୁ ଏଥିରୁ ବାଦ୍‌ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ତଥ୍ୟ ଗୋପନ ରଖି ଲକ୍ଷଲକ୍ଷ ଅସାଧୁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ଭରପୂର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ଏ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ତତ୍କାଳୀନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧରପଗଡ଼ ମଧ୍ୟ ଜୋରଦାର ହୋଇଥିଲା। କେତେକ ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଫୌଜଦାରି ମାମଲା ରୁଜୁ ହୋଇଥିଲା। ବେଆଇନ ଭାବେ ନେଇଥିବା ଖାଦ୍ୟ ଶସ୍ୟ ବାବଦରେ ବଜାର ଦର ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରି କି ଗଞ୍ଜାମ ଜିଲାର ୯ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯାଇଥିଲା। ତନାଘନା ଯୋଗୁ ଲକ୍ଷଲକ୍ଷ ସଂଖ୍ୟାରେ ବେଆଇନ ରାଶନ କାର୍ଡଧାରୀ ଭୟରେ ଫେରାଇ ଦେଇଥିଲେ। ଖାଦ୍ୟ ଶସ୍ୟ ବାବଦରେ ବେଆଇନ ରାଶନ କାର୍ଡଧାରୀଙ୍କ ଠାରୁ ୪୨ କୋଟି ୧୩ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା। ଏହାକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିଯୋଗୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଶକ୍ତ ଝଟ୍‌କା ମଧ୍ୟ ଲାଗିଥିଲା। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ପଞ୍ଚାୟତରେ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। କାଳେ ୨୦୧୯ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ଏଥିପାଇଁ ଗୋଇନ୍ଦା ସୂଚନା ଆଧାରରେ ରାଜ୍ୟ ସରକାର ବେଆଇନ ହିତାଧିକାରୀଙ୍କଠାରୁ ଆଦାୟ କରିଥିବା ଜରିମାନା ରାଶି ଫେରାଇବା ସହ ମକଦ୍ଦମା ଉଠାଇ ଦେଇଥିଲେ। ଆଦାୟ ହୋଇଥିବା ରାଶିରୁ ୩୬ କୋଟି ୨୭ ଲକ୍ଷ ୫୫ ହଜାର ୭୮୫ ଟଙ୍କା ସରକାର ବେଆଇନ ରାଶନକାର୍ଡଧାରୀଙ୍କୁ ଫେରାଇ ଦେଇଥିଲେ। ଏହାର ସୁଯୋଗ ନେଇ ପୁଣି ବେଆଇନ ଏବଂ ଅସାଧୁ ଲୋକମାନେ ଏନ୍‌ଏଫ୍‌ଏସ୍‌ଏ କାର୍ଡ ହାତେଇବାରେ ସଫଳ ହୋଇଥିଲେ। କେନ୍ଦ୍ର ସରକାର ଯୋଗାଉଥିବା ଗରିବଙ୍କ ଖାଦ୍ୟ ସାମଗ୍ରୀ ଲୁଟ୍‌ କରିଚାଲିଲେ। ରାଜ୍ୟ ସରକାର ଏସବୁ ଜାଣି ମଧ୍ୟ ଦେଖି ନ ଦେଖିଲା ପରି ଚୁପ୍‌ ରହିଲେ। ତେବେ ଆଧାର କାର୍ଡକୁ ରାଶନ କାର୍ଡ ସହ ଶତପ୍ରତିଶତ ସଂଯୋଗ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଲେ। ଆଧାର ସଂଯୋଗ ନ ହେଲେ ରାଶନ ଯୋଗାଇ ଦିଆଯିବ ନାହିଁ ବୋଲି ପରୋକ୍ଷ ଚେତାବନୀ ଦେଲେ। ଏଭଳି ନିର୍ଦ୍ଦେଶ ପରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୯୭ ପ୍ରତିଶତ ପରିବାରଙ୍କୁ ଆଧାର ସହ ସଂଯୋଗ କରାଯାଇଛି। ଆଧାର ସଂଯୋଗ ହେବା ପରେ ଚୋରି ଛୁପି ରାଶନ ଲୁଟ୍‌ କରୁଥିବା କଳାକାରନାମାର ଫର୍ଦ୍ଦାଫାଶ ହୋଇଛି। ଏନ୍‌ଏଫ୍‌ଏସ୍‌ରୁ ବାଦ୍‌ ପଡିଥିବା ୧୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ ଚାଉଳ ପାଉଥିବା ସମ ପରିମାଣ ଲୋକଙ୍କୁ ସାମିଲ କରାଯାଇଛି। ରାଜ୍ୟ ସରକାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ରାଶନ ଯୋଗାଇ ଦେଉଥିଲେ। ସେଥିରୁ ୧୧ଲକ୍ଷ ବାଦ୍‌ ପଡ଼ିବା ଯୋଗୁ କାଳେ କୋଟା କମିଯିବ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଏନ୍‌ଏଫ୍‌ଏସ୍‌ରେ ସାମିଲ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଏନ୍‌ଏଫ୍‌ଏସ୍‌ରୁ ବାଦ୍‌ ପଡିଥିବା ୨୫ଲକ୍ଷ ଲୋକଙ୍କୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ଯୋଗାଇ ଦେଉଥିଲେ। ସେଥିରୁ ୧୧ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ତେବେ ୧୦୦ ପ୍ରତିଶତ ଆଧାର ଲିଙ୍କ ହେବା ପରେ ଆହୁରି ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିବେ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ ଯେଉଁ ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସାମଗ୍ରୀ ଲୁଟୁଥିଲେ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ନା ଭୋଟ ଭୟରେ ଏହାକୁ ଅଣଦେଖା କରିବେ ଏ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ଧାରାରେ ଅଫିମ ଚାଷୀ

ବାରିପଦା, ୪ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦିନ ଥିଲା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଲୋକେ ଅଫିମ ଚାଷ କରୁଥିଲେ। ପୋଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ...

ଭାଜପା ବିରୋଧରେ ବିଜେଡିର ସାଂଘାତିକ ଅଭିଯୋଗ: ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ସାଜିଛି ରାଜଭବନ

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର):ନିକଟରେ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭେଟିବା ଘଟଣାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି।...

ଜିଲା କାରାଗାରରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ବରଗଡ଼,୪ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ...

ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ କମିବ ଗୁଳୁଗୁଳି

ଭୁବନେଶ୍ୱର,୪ା୧୦ (ଅନୁରାଧା ମହାରଣା) ମୌସୁମୀ ଅପସାରଣ ପ୍ରକିୟା ଜାରି ରହିଥିବାରୁ ବାୟୁରେ ଆର୍ଦ୍ରତା ବଢ଼ୁଛି। ଏହା ପ୍ରଭାବରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରୁ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଏହି ଦିନ ମିଳିବ ପିଏମ୍‌ କିଷାନ କିସ୍ତି

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର):ଦଶହରା ପୂର୍ବରୁ ଚାଷୀମାନଙ୍କ ପାଇଁ ଖୁସି ଖବର ଆସିଛି। ପିଏମ୍‌ କିଷାନ ଯୋଜନାର ୧୮ତମ କିସ୍ତି ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ। ଆସନ୍ତା ୫...

ଉଚ୍ଚ ଶବ୍ଦରେ ବାଜିବନି ଡିଜେ, ଚାନ୍ଦିନୀଚୌକ, ଖାନନଗର ପୂଜା କମିଟି ଦେବେ ଅଣ୍ଡରଟେକିଂ

କଟକ,୪।୧୦ (କାର୍ତ୍ତିକ ସାହୁ) ଚଳିତ ଶାରଦୀୟ ଦୁର୍ଗାପୂଜାକୁ ସରସ ସୁନ୍ଦର କରିବା ପାଇଁ ରାସ୍ତାଘାଟ ଚକାଚକ କରିବା ସହ ପୂଜାରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା...

ଆଜି ଢିଙ୍କିଆ ନିର୍ବାଚନ, ପୋଲିସ ଛାଉଣୀରେ ପଞ୍ଚାୟତ

କୁଜଙ୍ଗ,୪।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ୍‌ର ବହୁ ଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତର ସରପଞ୍ଚ ଓ ୱାର୍ଡସଭ୍ୟାସଭ୍ୟଙ୍କ ନିମନ୍ତେ ଶୁକ୍ରବାର ଭୋଟ ଗ୍ରହଣ କରାଯିବ। ସକାଳ...

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri