ଗାଁ ସମସ୍ୟା ବୁଝିବାକୁ ୫ କି.ମି. ଚାଲିଲେ ବିଡିଓ

ପାପଡାହାଣ୍ଡି,୨୦। ୬(ଡି.ଏନ.ଏ.): ଦୀର୍ଘ ଦିନ ହେଲା ଗ୍ରାମରେ ଲାଗି ରହିଛି ବିଭିନ୍ନ ସମସ୍ୟା । ପାନୀୟ ଜଳ, ବିଦ୍ୟୁତ୍‌, ଶିକ୍ଷା, ଆବାସ ଯୋଜନା ଆଦି ପହଞ୍ଚିିପାରିନି। ଗ୍ରାମର ବିକାଶରେ ବାଧକ ସାଜିଛି ରାସ୍ତା। ଜଙ୍ଗଲ ମୂଳକରେ ଭଗବାନ ଭରସାରେ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟା ଗ୍ରାମବାସୀ । ଲୋକଙ୍କ ସମସ୍ୟା ବୁଝିବା ଲାଗି ବୁଧବାର ଘଞ୍ଚ ଜଙ୍ଗଲ ରାସ୍ତାରେ ୫ କିମି ଦୂର ଚାଲି ଚାଲି ଯାଇଥିଲେ ପାପଡାହାଣ୍ଡି ବିଡିଓ ରଞ୍ଜିତା ମଲିକ । ଜଙ୍ଗଲ ମୂଲକରେ ବସବାସ କରନ୍ତି କୁସୁମଖୁଣ୍ଟା ଗ୍ରାମବାସୀ। ୨୦୧୫ ମସିହା ପରେ ଏଠାରେ ଗାଁ ଥିବା ଜଣାପଡିବାରୁ ପଞ୍ଚାୟତରେ ସାମିଲ କରାଯାଇ ଲୋକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଗାଁର ଜନସଂଖ୍ୟା ପ୍ରାୟ ୧୨୦ ରୁ ଊର୍ଦ୍ଧ୍ୱ । ଗ୍ରାମରେ ରହିଛି ତଳ ସାହି ଓ ଉପର ସାହି । ମୁଖ୍ୟତଃ ସାନ୍ତା ଓ ପାଇକ ଶ୍ରେଣୀର ଲୋକେ ଏଠାରେ ବସବାସ କରନ୍ତି। ସାନ୍ତାମାନେ ରାୟଗଡା ଓ କାଶୀପୁର ଅଞ୍ଚଳରୁ ଏବଂ ପାଇକମାନେ ନିକଟସ୍ଥ ଗୁମିଦୋରା ଅଞ୍ଚଳରୁ ଆସି ଏଠାରେ ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି । ଚାଷ ସହ ବନଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବା ଲୋକଙ୍କ ମୁଖ୍ୟ ଜୀବିକା। ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଉପର ସାହି ଲୋକେ ଝରଣା ପାଣି ଓ ତଳ ସାହି ଲୋକେ କୂଅ କରି ପାଣି ପିଅନ୍ତି । ଗ୍ରାମରେ ଆବାସ ଯୋଜନାରେ କେହି ସାମିଲ ହୋଇ ପାରି ନାହାନ୍ତି । ଶିକ୍ଷା କହିଲେ ଗ୍ରାମର ପିଲାମାନେ ନିକଟସ୍ଥ କତରା ଗ୍ରାମର ହଷ୍ଟେଲରେ ରହିକି ପାଠ ପଢ଼ନ୍ତି । ବିଦ୍ୟୁତ ସେବା ବି ଅପହଞ୍ଚ । ଡିବିରି ଆଲୁଅ ହିଁ ଲୋକଙ୍କ ଭରସା। ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଗାଁ କୁ ଯାଇ ସେବା ଯୋଗାଇଥାନ୍ତି। ଲୋକେ ମଇଦଲପୁର ଆସି ପଞ୍ଚାୟତରୁ ଚାଉଳ ନେଇଥାନ୍ତି । ଗ୍ରାମର ୪ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ହେଲେ ଗ୍ରାମର ବିକାଶରେ ବାଧକ ସାଜିଛି ରାସ୍ତା । ଜଙ୍ଗଲ ସହ ପଥୁରିଆ ଖାଲ ଢିପ ରାସ୍ତା ଯୋଗୁଁ ଗ୍ରାମକୁ କୌଣସି ଗାଡି ଯାତାୟାତ କରେ ନାହିଁ। କରଲାକୋଟା ଗ୍ରାମରୁ କୁସୁମଖୁଣ୍ଟା ଯିବାକୁ ହେଲେ ୫ କିମି ଘଞ୍ଚ ଅରଣ୍ୟ ରାସ୍ତା ରହିଛ। ବୁଧବାର ବିଡିଓ ରଞ୍ଜିତା ଦୀର୍ଘ ୫ କ.ିମ.ି ରାସ୍ତା ଚାଲି ଚାଲି ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନ କରିଥିଲେ। ଲୋକମାନେ କିପରି ସରକାର ଯୋଜନାରୁ ବଞ୍ଚିତ ନ ହେବେ ସେ ନେଇ ପ୍ରତିଶ୍ରୁତି ଦେବା ସହ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବି ବୋଲି କହିଥିଲେ। ଝରଣା ପାଣି ବ୍ୟବହାର କରିବାକୁ ବାରଣ କରିବା ସହ ବର୍ଷା ଜଳକୁ ଗଚ୍ଛିତ କରି ବ୍ୟବହାର କଲେ ଭଲ ହେବ ବୋଲି ଗ୍ରାମବାସୀଙ୍କୁ କହିଥିଲେ । ସ୍ବାସ୍ଥ୍ୟ ସମସ୍ୟା ହେଲେ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ପରାମର୍ଶ ନେବାକୁ କହିଥିଲେ । ବିଡିଓଙ୍କ ଗସ୍ତ ସମୟରେ ମଇଦଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ହରିଜନ, ଜିଆରଏସ ଦିଲୀପ କୁମାର ପଟ୍ଟନାୟକ, ଗାଦବା କୋତରା ପଞ୍ଚାୟତ ନିର୍ବାହୀ ଅଧିକାରୀ ନୀଳକଣ୍ଠ ଭତରା, ପଦଲାମ ଯାନୀ, ସହଦେବ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୪ା୧୧: ଆସନ୍ତାକାଲି ଅର୍ଥାତ୍‌ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ...

ତୀବ୍ର ହେଉଛି ଯାଜପୁର ରାଜନୀତି: ପ୍ରେସ୍‌ମିଟ୍‌ କରି ଖୁବ୍‌ ବର୍ଷିଲେ ପ୍ରମିଳା, କହିଲେ ଭାଜପା ସରକାର ଆସିବା ପରଠାରୁ…

ଭୁବନେଶ୍ୱର,୨୪ା୧୧: ଯାଜପୁରରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଭାଜପା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡ଼ିଛି। ଉଭୟ ଭାଜପା...

କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ

ଅନୁଗୋଳ,୨୪।୧୧( ମାନସ ବିଶ୍ୱାଳ)- ସାମାନ୍ୟ ପାଟି ତୁଣ୍ଡକୁ ନେଇ ମା’କୁ ହତ୍ୟା। ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ...

ଖାତାକୁ ଆସିଲା ସୁଭଦ୍ରା ଟଙ୍କା, ଏଥର ବି କିଛି ହିତାଧିକାରୀ କାହିଁକି ପଡ଼ିଲେ ବାଦ୍‌ ଜାଣି ରଖନ୍ତୁ…

ଭୁବନେଶ୍ୱର,୨୪ା୧୧: ରବିବାର ମଧ୍ୟାହ୍ନରେ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ ଗସ୍ତରେ ଯାଇ ...

ଶୁକ୍ରବାରଠାରୁ ଘରୁ ପଳାଇ ଆସିଥିଲେ, ଆଜି ରେଳଧାରଣାରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

କେନ୍ଦ୍ରାପଡା, ୨୪।୧୧ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଆଳସିଂ ଠାରେ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି l ରେଳଧାରଣାରେ ଯୁବକଙ୍କ...

ହଠାତ୍‌ ଘର ପାର୍କିଂରେ ଜଳିବାକୁ ଲାଗିଲା ୪ଟା ଗାଡ଼ି

ଭୁବନେଶ୍ୱର,୨୪।୧୧: ଘର ପାର୍କିଂରେ ଜଳିଗଲା ୩ଟି ବାଇକ, ଗୋଟିଏ ସ୍କୁଟି। ଏଭଳି ଘଟଣା ଘଟିଛି ଭୁବନେଶ୍ବର ଗୋଠପାଟଣା ଅଞ୍ଚଳରେ । ସନ୍ତୋଷ ମହାନ୍ତି ନାମକ ବ୍ୟକ୍ତିଙ୍କ...

ହଠାତ୍‌ ଜୁଆଆଡ୍ଡା ଭିତରକୁ ପଶିଲା ପୋଲିସ, ଜଣଙ୍କ ପରେ ଜଣେ ୬୦ ଜଣଙ୍କୁ ମାଡ଼ିବସିଲା

ନୂଆପଡା,୨୪।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର୍‌ ରୋଡ ଜୋଙ୍କ ଥାନା ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଶନିବାର ବିଳମ୍ବିତ ରାତିରେ ଚଢ଼ାଉ ହୋଇଛି। ଏଥିରେ ୬୦ରୁ...

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା

ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri