ପୁରୀ ଅଫିସ, ୬।୨: ପୁରୀ ସମୁଦ୍ରରେ ବୁଡିଯାଉଥିବା ବେଳେ ୪ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗୁରୁବାର ଲାଇଫ୍ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ହାୱଡାର ଦମ୍ପତି ଗୋବିନ୍ଦ ଧର(୪୨)ଓ ତନୁଶ୍ରୀ(୨୬) ଏବଂ ବାବୁଲା ମାଲକର୍(୩୪) ଓ ତାଙ୍କ ସ୍ତ୍ରୀ ଝୁମା(୩୦)। ଏହି ଦୁଇ ପରିବାର ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ। ଅପରାହ୍ନରେ ସେକ୍ଟର-୧୧ ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଲାଇଫ୍ଗାର୍ଡମାନେ ସମୁଦ୍ରକୁ ଡେଇଁ ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି କୂଳକୁ ଆଣିଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ