‘ଗାନ୍ଧୀ ସର୍କିଟ’କୁ ଭୁଲିଗଲେ ସରକାର

ଭୁବନେଶ୍ୱର,୬ା୭(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ ଉଜ୍ଜୀବିତ କରି ରଖିବା ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀ ସର୍କିଟ୍‌ର ପରିକଳ୍ପନା କରାଯାଇଥିଲା। ମୃତ୍ୟୁ ପୂର୍ବରୁ ଗାନ୍ଧିଜୀ ଓଡିଶାର ଯେଉଁସବୁ ସ୍ଥାନକୁ ଆସିଥିଲେ ତାହାକୁ ଏକାଠି କରି ଗାନ୍ଧୀ ସର୍କିଟ୍‌ରେ ପରିଣତ କରିବାକୁ ୨୦୧୫ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନେଇ ବ୍ୟାପକ ଆଲୋଚନା ହୋଇଥିଲା। ଗୁଜରାଟର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତକରି ଭିତ୍ତିଭୂମି ବୁଲି ଦେଖିଥିଲେ। ତାହାର ବିକାଶ ଲାଗି ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବ ବୋଲି ସରକାରଙ୍କ ପକ୍ଷରୁ ବିଧାନସଭାରେ ଘୋଷଣା କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଘୋଷଣା କେବଳ ପରିକଳ୍ପନାରେ ରହିଯାଇଥିବାବେଳେ ଗାନ୍ଧିଜୀଙ୍କ ସହ ଜଡ଼ିତ ଉକ୍ତ ସ୍ଥାନଗୁଡିକ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସୂଚନା ଅନୁଯାୟୀ, ୧୯୨୧ରେ ପ୍ରଥମଥର ମହାତ୍ମା ଗାନ୍ଧୀ ଓଡିଶା ଗସ୍ତରେ ଆସିଥିଲେ। ମାର୍ଚ୍ଚ ମାସରେ କଟକରେ ପହଞ୍ଚତ୍ବା ପରେ କାଠଯୋଡି ପଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇଥିଲେ। ସ୍ବାଧୀନତା ସଂଗ୍ରାମ ଲାଗି ଗାନ୍ଧିଜୀ ସେଠାରେ ମଞ୍ଜି ବୁଣିଥିଲେ। ଏହାପରେ ସେ ଭଦ୍ରକ ଜିଲାର ସାଳନ୍ଦୀ ନଦୀ ନିକଟରେ ଏକ ସଭାରେ ଯୋଗଦେଇ ସେଠାରୁ ସିଧା ପୁରୀ ଅଭିମୁଖେ ଯାଇଥିଲେ। ମାର୍ଚ୍ଚ ୨୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ମିଶି ବ୍ରହ୍ମପୁର ଯାଇଥିଲେ। ସେଠାରେ ଏକ ବିଶାଳ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫେରିଯାଇଥିଲେ। ସେହିଭଳି ୧୯୨୫ ଅଗଷ୍ଟରେ ଗାନ୍ଧିଜୀ ଦ୍ବିତୀୟ ଥର ଲାଗି କଟକକୁ ଆସିଥିଲେ। ୧୯୨୭ ଡିସେମ୍ବରରେ ବାଲେଶ୍ୱର, ଭଦ୍ରକ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ କଟକ ଫେରି ଆସିଥିଲେ। ୧୯୨୮ରେ ଝାରସୁଗୁଡା ଏବଂ ସମ୍ବଲପୁର ଗସ୍ତରେ ଆସିଥିଲେ। ୧୯୩୪ ମେ’ରେ ଓଡିଶା ଗସ୍ତ କରିବା ସମୟରେ ଏକାଧିକ ସଭାରେ ଅଭିଭାଷଣ ପ୍ରଦାନ କରିଥିଲେ। ଝାରସୁଗୁଡା, ସମ୍ବଲପୁର, ଭଦ୍ରକ, ପୁରୀର ବିଭିନ୍ନ ସଭାରେ ଯୋଗଦେଇ ପୁରୀରୁ କଟକ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ଏହି ପଦଯାତ୍ରା ସମୟରେ ସେ ହରେକୃଷ୍ଣପୁର, ଚନ୍ଦନପୁର, ସାକ୍ଷୀଗୋପାଳ, କାଦୁଅ ଆଶ୍ରମ, ଦାଣ୍ଡମୁକୁନ୍ଦପୁର, ପିପିଲି, ବାଳକାଟୀ, ସତ୍ୟଭାମାପୁର, ତେଲେଙ୍ଗାପେଣ୍ଠ, କାଜିପାଟଣା ଦେଇ ଅତିକ୍ରମ କରିଥିଲେ। ଏକ ସପ୍ତାହ ଧରି ଅବିଭକ୍ତ କଟକ, ଭଦ୍ରକ ଏବଂ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ। ୧୯୩୮ ମାର୍ଚ୍ଚରେ ପୁରୀ ଜିଲାର ଗାନ୍ଧୀ ସେବାସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେଇଥିଲେ। ଶେଷଥର ଲାଗି ୧୯୪୬ରେ କଟକ ଏବଂ ବ୍ରହ୍ମପୁରରେ ଭାଷଣ ଦେଇଥିଲେ ଗାନ୍ଧୀ।
ମହାତ୍ମା ଗାନ୍ଧୀ ଗସ୍ତ କରିଥିବା ସ୍ଥାନଗୁଡିକରେ ତାଙ୍କର ଜୀବନୀ ଏବଂ ଚାଲିଚଳଣି ଆଜି ବି ଦେଖିବାକୁ ମିଳୁଛି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉକ୍ତ ସ୍ଥାନଗୁଡ଼ିକର ବିକାଶ କରି ତାହାକୁ ପରସ୍ପର ସହ ଯୋଡ଼ିବାକୁ ଗାନ୍ଧୀ ସର୍କିଟ୍‌ର ପରିକଳ୍ପନା କରାଯାଇଥିଲା। କଟକର ସ୍ବରାଜ ଆଶ୍ରମ, ତେଲେଙ୍ଗାପେଣ୍ଠ, ପୁରୀ ଜିଲାର ବେରବୋଇ ଏବଂ ବାଲିଅନ୍ତାକୁ ଏହି ସର୍କିଟରେ ଅନ୍ତର୍ଭୁକ୍ତ କରାଯାଇଥିବା ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ଏପରି କି ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗର ବେରବୋଇ ଏବଂ ବାଲିଅନ୍ତାର ନିକୁଞ୍ଜ ବିହାରୀର ଭିତ୍ତିଭୂମି ବିକାଶ ସହ ଟଙ୍କପାଣି ରୋଡ୍‌ ଅଞ୍ଚଳରେ ଗାନ୍ଧିଜୀଙ୍କର ୧୧ଟି ପ୍ରତିମୂର୍ତ୍ତି ସ୍ଥାପନା କରି ତାହାକୁ ଗାନ୍ଧୀ ସର୍କିଟ ସହ ଯୋଡ଼ିବାକୁ ମଧ୍ୟ ମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ୩କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲା। କେବଳ ଗାନ୍ଧୀ ସର୍କିଟ୍‌ ନୁହେଁ, ଖଣ୍ଡଗିରି ପାଦଦେଶରେ ୨୦୧୩ରୁ ନିର୍ମାଣ ପାଇଁ ଯୋଜନା ହୋଇଥିବା ଇଟର୍‌ନାଲ୍‌ ଗାନ୍ଧୀ ପିସ୍‌ ସେଣ୍ଟର ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏନେଇ ବର୍ତ୍ତମାନର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ଏନେଇ ଯାଞ୍ଚ କରିବାପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

କଟକ,୨୪।୯: କଟକ ଜିଲା ବମ୍ଫକୁଦ ଗାଁ ନିକଟ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର...

ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା

ଖଣ୍ଡାବସାର ନାମକରଣ: ଜୁନାଗଡ଼ ସହର ବଙ୍ଗଳା ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବରେ ମା’ ଲଙ୍କେଶ୍ୱରୀ ପୂଜା ପାଇଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ...

ପୋଲିସ ମେଳି ପ୍ରସଙ୍ଗ, ଅଡୁଆରେ ଅଫିସର

ଭୁବନେଶ୍ୱର,୨୪ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନା ନିର୍ଯାତନା ଘଟଣାରେ ଏକପାଖିଆ ନିଷ୍ପତ୍ତି ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଉଠାଇ ଏହା ପ୍ରତିବାଦରେ ଗତ ୨୧ ତାରିଖ ଅପରାହ୍ନରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri