ଇସଲାମାବାଦ,୧୨।୪: କରୋନା ସଂକ୍ରମଣ ଯୋଗୁ ପାକିସ୍ତାନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଗିଲ୍ଗିଟ୍, ବଲ୍ଟିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସଂକ୍ରମିତଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ଘଟୁଛି। ସରକାର ଏସମ୍ପର୍କରେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ସର୍ଭେ କରିଥିବା ଏକ ଆମେରିକା ସଂସ୍ଥାର ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ଏସବୁ ଅଞ୍ଚଳରେ ପ୍ରତିଦିନ କରୋନା ସଂକ୍ରମଣ ଚିହ୍ନଟ ପାଇଁ ମାତ୍ର ୧୫ ଜଣ ଲୋକଙ୍କ ପରୀକ୍ଷା କରାଯାଉଛି। ଏହା ଦ୍ୱାରା ଆଗାମୀ ଦିନରେ ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ଥିବା ସଂସ୍ଥାର ନିର୍ଦ୍ଦେଶକ ସେନେଗ୍ ଏଚ୍. ସେରିଙ୍ଗ୍ ସୂଚନା ଦେଇଛନ୍ତି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍