Posted inଜାତୀୟ

ଗୀତ ଦେଲା ପରିଚୟ, ୧୦ ବର୍ଷ ପରେ ଏବେ ଝିଅଙ୍କୁ ଭେଟିଲେ ରାନୁ ମଣ୍ଡଳ

କୋଲକାତା, ୧୪।୮:ଭାଗ୍ୟ କେତେବେଳେ ଯେ କାହାକୁ କେଉଁଠି ଆଣି ଛିଡା କରାଇଦିଏ ତାହା କେହି କହିପାରିବେ ନାହିଁ। ସେମିତି ଜଣେ ଭିକ୍ଷା ବୃତ୍ତି କରୁଥିବ ରାନୁ ମଣ୍ଡଳ ରାତାରାତି ବନିଯାଇଛନ୍ତି ସେଲିବ୍ରିଟି। ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ ଷ୍ଟେଶନରେ ସୁରସାମ୍ରାଜ୍ଞୀ ଲତା ମଞ୍ଜେସ୍‌କରଙ୍କ ‘ପ୍ୟାର୍‌ କା ନଗମା ହୈ..’ ଗୀତ ଗାଉଥିବା ରାନୁଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଯାତ୍ରୀ ଏହି ଗୀତକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ସେହି ମହିଳାଙ୍କୁ ମୁମ୍ବାଇର ଏକ ରିୟଲିଟି ଶୋ’ରେ ଗୀତ ଗାଇବା ପାଇଁ ଅଫର ମିଳିଛି। ରାନୁଙ୍କର ମୁମ୍ବାଇରେ ହେବାକୁ ଥିବା ଖର୍ଚ୍ଚ ବହନ କରିବେ ବୋଲି ଇଭେଣ୍ଟ ଜଣାଇଛି। କେବଳ ଏତିକି ନୁହେଁ ରାନୁ ଦୀର୍ଘ ୧୦ ବର୍ଷ ପରେ ନିଜ ଝିଅଙ୍କୁ ଭେଟିଛନ୍ତି। ମୁଁ ଦ୍ୱିତୀୟ ଜୀବନ ପାଇଛି, ତାକୁ ଭଲ କରିବାକୁ ଚେଷ୍ଟା କରିବି ବୋଲି ରାନୁ କହିଛନ୍ତି। ସୂଚନାଯୋଗ୍ୟ, ରାନୁଙ୍କ ବିବାହ ମୁମ୍ବାଇର ବାବୁଲ ମଣ୍ଡଳଙ୍କ ସହିତ ହୋଇଥିଲା। କିନ୍ତୁ କିଛିବର୍ଷ ପରେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଗଲା ପରେ ସେ କୋଲକାତା ଫେରି ଆସିଥିଲେ।ରାନୁଙ୍କ କହିବାନୁଯାୟୀ, ସେ ପେଟ ପୋଶିବା ପାଇଁ ଷ୍ଟେସନରେ ଗୀତ ଗାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ବଡ଼ ସିକ୍ରେଟ ଖୋଲିଲେ ସୁନ୍ଦରୀ ହର୍ଷାଙ୍କ ବାପା, କହିଲେ ସେ ପୂର୍ବରୁ…

ନୂଆଦିଲ୍ଲୀ,୧୬।୧:ମହାକୁମ୍ଭରେ ଏବେ ସୁନ୍ଦରୀ ସାଧ୍ବୀ ହର୍ଷା ରିଚାରିଆଙ୍କୁ ନେଇ ବେଶ ଚର୍ଚ୍ଚା । ଗ୍ଲାମର ଦୁନିଆ ଛାଡ଼ି କାହିଁକି ସେ ସନ୍ୟାସିନୀ ବନିଗଲେ, ତାହା ଏବେ...

ଅନ୍ଧାରର ସୁଯୋଗ ନେଇ ଘରେ ପଶିଥିଲା ଚୋର, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ହେଲା ସୈଫଙ୍କ ଉପରେ ଆକ୍ରମଣ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର...

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ପଶି ତିନିଥର ଛୁରୀ ଭୁସିଲେ

ମୁମ୍ବାଇ,୧୬ା୧: ବଲିଉଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ଘରେ ପଶି ଜଣେ ଚୋର ସୈଫ...

ଭାରତରେ କେତେକ ଫିଚର୍ସ ପ୍ରତ୍ୟାହାର କରିପାରେ ମେଟା

ନୂଆଦିଲ୍ଲୀ,୧୬ା୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟାକୁ ଭାରତରେ ଏହାର କେତେକ ଫିଚର୍ସ ପ୍ରତ୍ୟାହାର କରିବାକୁ ପଡ଼ିପାରେ। ଭାରତ ସରକାରଙ୍କ ଏକ ଆଣ୍ଟିଟ୍ରଷ୍ଟ୍‌ ଡିରେକ୍ଟିଭ୍‌ ଅନୁଯାୟୀ...

ହତ୍ୟାରେ ଶେଷ ହେଲା ପ୍ରେମ କାହାଣୀ, ଝିଅକୁ ପୋଲିସ, ପଞ୍ଚାୟତ ଆଗରେ ଗୁଳିକଲେ ବାପା

ଗ୍ବାଲିଅର,୧୫।୧: ମଧ୍ୟପ୍ରଦେଶର ଗ୍ବାଲିଅରରୁ ବୁଧବାର ଏକ ଚାଞ୍ଚଲ୍ୟକର ଅନର କିଲିଂ ମାମଲା ସାମନାକୁ ଆସିଛି। ବିବାହର ୩ ଦିନ ପୂର୍ବରୁ ଜଣେ ବାପା ତାଙ୍କ ଝିଅଙ୍କୁ...

ନିର୍ବାଚନ ପୂର୍ବରୁ ଜୀବନରୁ ମାରିଦେବାକୁ ଯୋଜନା, କେଜ୍‌ରିଓ୍ବାଲ କହିଲେ- ‘ଯେଉଁ ଦିନ ଲାଇଫଲାଇନ୍‌ ସରିଯିବ ସେଦିନ…’

ନୂଆଦିଲ୍ଲୀ,୧୫।୧: ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆକ୍ରମଣ କରିବାକୁ ଏକ ଖଲିସ୍ତାନୀ ସମର୍ଥକଙ୍କ ଗୋଷ୍ଠୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ହସ୍ତଗତ...

କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ଦଳର ନୂଆ ଠିକଣା ’ଇନ୍ଦିରା ଭବନ’। ବୁଧବାର ଦଳର ନୂତନ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ...

ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’

ନୂଆଦିଲ୍ଲୀ,୧୫।୧: ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image