ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ

ଏମ୍‌ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଜଙ୍ଗଲରେ ପୋଡି ଦେଇଥିଲେ। ଏହି ଘଟଣାରେ ମଙ୍ଗଳବାର ଗିରଫ ହୋଇଥିବା ୩ଜଣ ଯୁବକ ପୋଲିସ ଆଗରେ ଉପରୋକ୍ତ ଅପରାଧ ସ୍ବୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଉରୁମାଗୁଡ଼ା ଗାଁର ମୁକା ମାଡକାମି, ମାସା ମାଡକାମି ଓ ଜବାନପାଲ୍ଲୀର ଲାକା କାର୍ତାମି। ଉରୁମାଗୁଡ଼ା ଗାଁର ଅନ୍ୟ ଜଣେ ଅଭିଯୁକ୍ତ ଆଇତା ମାଡକାମି ଫେରାର ଅଛନ୍ତି।

ପ୍ରକାଶ ଯେ, ନାଙ୍ଗା ମାଡକାମି ଉରୁମାଗୁଡ଼ାର ନାଙ୍ଗା କବାସୀ (୬୦) ଗୁଣିଗାରେଡି ଓ ଝଡାଫୁଙ୍କା କରି ଲୋକଙ୍କ ରୋଗ ଭଲ କରୁଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରୁଥିଲେ। ରୋଗ ହେଲେ ସେମାନେ ମେଡିକାଲ ଯିବା ପରିବର୍ତ୍ତେ ତାଙ୍କ ନିକଟକୁ ଯାଉଥିଲେ। ଗତ ୩ ତାରିଖରେ ଉକ୍ତ ଗାଁର ଦୁଲା ମାଡକାମୀ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ନାଙ୍ଗା ଗୁଣି କରି ବାପାଙ୍କୁ ମାରିଥିବା ଦୁଲାଙ୍କ ତିନିପୁଅ ମୁକା, ମାସା ଓ ଆଇତା ସନ୍ଦେହ କରିଥିଲେ। ଗତ ୫ ତାରିଖରେ ଜବାନପାଲୀ ଗାଁର ସମ୍ପର୍କୀୟ ଲାକା କର୍ତ୍ତାମୀଙ୍କ ସହ ମିଶି ୩ଭାଇ ନାଙ୍ଗା ଶୋଇଥିବାବେଳେ ତାଙ୍କ ଘରେ ପଶି ପିଟିପିଟି ହତ୍ୟା କରିଥିଲେ। ନାଙ୍ଗାଙ୍କ ପରିବାର ଲୋକେ ତାଙ୍କୁ ଛାଡିଦେବା ପାଇଁ କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ସମସ୍ତଙ୍କୁ ଜୀବନରୁ ମାରିଦେବୁ ବୋଲି ସେମାନେ ନାଙ୍ଗାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ। କିଛି ଦିନ ଚୁପ୍‌ ରହିବା ପରେ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ନାଙ୍ଗାଙ୍କ ପୁଅ ସୋମବାର ଏମ୍‌ଭି-୭୯ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ପୋଲିସ ତଦନ୍ତ କରିବା ସହ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ପୋଲିସ ଜଙ୍ଗଲକୁ ଯାଇ ମୃତଦେହ ପୋଡା ଯାଇଥିବା ସ୍ଥାନରୁ ପାଉଁଶ ଓ ହାଡ ଜବତ କରିଛି। ଏ ନେଇ ୬୦/୧୯ରେ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ମମତା ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ୩ ମନ୍ତ୍ରୀ

ପୁରୁଷୋତ୍ତମପୁର,୩ା୧୦(ସୀମାଞ୍ଚଳ ମିଶ୍ର): ଗୁରୁବାରଠାରୁ ସମସ୍ତ ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ସେହିକ୍ରମରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ମଧ୍ୟ ନବରାତ୍ର...

ଦାୟିତ୍ୱ ନେଲେ ଗଞ୍ଜାମ ଏସ୍‌ପି, କହିଲେ ଆଇନଶୃଙ୍ଖଳା ଉପରେ ରହିବ ପୂରା ଫୋକସ୍‌

ଛତ୍ରପୁର,୩ା୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ଏସ୍‌ପି ଭାବେ ଶୁଭେନ୍ଦୁ କୁମାର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତ। ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପାତ୍ର ଏହା ପୂର୍ବରୁ...

ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡ

ବ୍ରହ୍ମପୁର,୩ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌-୧ ଡ. ଇନ୍ଦୁ ଶର୍ମା ଗୁରୁବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।...

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

କଲେଜରେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ଗୁରୁବାର ଜଣେ ଛାତ୍ରଙ୍କୁ ଅନ୍ୟ ଗୋଷ୍ଠୀର ୪ ଛାତ୍ର କ୍ଲାସରୁମ୍‌ରେ...

ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…

ଭୁବନେଶ୍ୱର,୩ା୧୦: ବୁଧବାର  ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri