ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ନିକଟ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପକ୍ଷରୁ ହେତୁବାଦୀ ସମାଜ ସହାୟତାରେ ଗୁଣି ଗାରେଡ଼ି ଉପରେ ଏକ ସଚେତନତା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ମଧ୍ୟରେ ଏବେବି ଗୁଣି ଉପରେ ଅନ୍ଧ ବିଶ୍ୱାସ ଭରି ରହିଛି। ଏଥିପାଇଁ ବିଭିନ୍ନ ସମୟରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି। ତେଣୁ ଏଥିପ୍ରତି ଦୂରେଇ ରହିବାକୁ କୁହାଯାଇଛି। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ବନମାଳି ଲେଙ୍କା ସଭାପତିତ୍ୱ କରିଥିଲେ। କୁଞ୍ଜ ବିହାରୀ ପଣ୍ଡା ମୁଖ୍ୟ ଅତିଥି, ବାର ଆସୋସିଏଶନ ସଭାପତି ଅଭିମନ୍ୟୁ ଗୌଡ଼, ଦେବେନ୍ଦ୍ର ସୁତାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ନେତାଜୀ ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନ, ପଦ୍ମଚରଣ ପ୍ରଧାନ, ହରିକୃଷ୍ଣ ସାହୁ, ରବୀନ୍ଦ୍ର ଗୌଡ଼, ଦୁର୍ଲଭ ଚନ୍ଦ୍ର ସ୍ବାଇଁ, ଭଞ୍ଜ ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।