ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁ ଦିବସ ପାଳନ କରାଯାଏ। ଭାରତ ବର୍ଷରେ କାହିଁ କେତେ କାଳରୁ ଗୁରୁ ଶିଷ୍ୟ ପରମ୍ପରା ରହିଆସିଛି। ଆମ ଜୀବନରେ ଗୁରୁଙ୍କ କେତେ ମହତ୍ତ୍ୱ ରହିଛି ତାହା ବେଶ୍‌ ସମସ୍ତଙ୍କୁ ଜଣା। ଜନ୍ମଦାତ୍ରୀ ମା’ ପ୍ରତ୍ୟେକ ପିଲାର ପ୍ରଥମ ଗୁରୁ ହୋଇଥିବା ବେଳେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଆଲୋକ ଦେଇଥାନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ। ପ୍ରତି ମୁହୂର୍ତ୍ତରେ ଜୀବନରେ ଆସୁଥିବା ଝଡ଼ଝଞ୍ଜାକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଆମକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ଯେତେବେଳେ ଗୁରୁ ଶିଷ୍ୟଙ୍କ କଥା ଆଲୋଚନା ହୁଏ ସେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ କଥା ମନକୁ ଆସେ। ସେମାନଙ୍କର କାହାଣୀ ଏକ ରୋଚକ ହୋଇ ରହିଛି। କିପରି ସେ ଗୁରୁ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣାରେ ନିଜ ଆଙ୍ଗୁଠିକୁ କାଟି ଦେଇଥିଲେ ସେ କାହାଣୀ ଆଜି ବି ସମସ୍ତଙ୍କ ମନେ ରହିଛି। ପ୍ରାଚୀନ କାଳରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁଙ୍କ ସହ ଆଶ୍ରମରେ ରହିବାକୁ ପଡ଼ୁଥିଲା। ସେହି ସମୟରେ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କ ଛଡ଼ା ଆଉ କାହାକୁ ଶିକ୍ଷା ଦିଆଯାଉ ନ ଥିଲା। ଏକଦା ଶୃଙ୍ଗବେରପୁରରେ ନିଷାଦରାଜ ହିରଣ୍ୟଧନୁଙ୍କ ରାଣୀ ସୁଲେଖା ଏକ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲେ। ଏହାପରେ ତାଙ୍କର ନାମକରଣ କରାଯାଇ ଅଭିଦ୍ୟୁମ୍ନ ନାମିତ କରାଯାଇଥିଲା। ଛୋଟବେଳେ ତାଙ୍କୁ ଅଭୟ ବୋଲି ସମସ୍ତେ ଡାକୁଥିଲେ। ଯେତେବେଳେ ସେ ଶିକ୍ଷା ଲାଭ କରିବା ପାଇଁ ଗୁରୁକୁଳ ଆସିଥିଲେ ସେତେବେଳେ ଅସ୍ତ୍ରଶସ୍ତ୍ର ବିଦ୍ୟାରେ ତାଙ୍କର ନିଷ୍ଠା ଓ ଏକାଗ୍ରତାକୁ ଦେଖି ଗୁରୁ ଏକଲବ୍ୟ ନାମରେ ସମ୍ବୋଧିତ କରିଥିଲେ। ଏହାପରେ ଧନୁର୍ବିଦ୍ୟାରେ ଉଚ୍ଚଶିକ୍ଷା ପାଇଁ ଏକଲବ୍ୟ ଗୁରୁ ଦ୍ରୋଣଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସେ କେବଳ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କୁ ଶିକ୍ଷାଦାନ କରୁଥିଲେ। କିନ୍ତୁ ଏକଲବ୍ୟ ଏହା ଜାଣି ମଧ୍ୟ ଧନୁର୍ବିଦ୍ୟା ଶିକ୍ଷା ଲାଭ କରିବା ପାଇଁ ଗୁରୁ ଦ୍ରୋଣଙ୍କୁ ନିଜ କଳାରେ ପ୍ରଭାବିତ କରିବାକୁ ଯାଇଥିଲେ। ହେଲେ ଏଭଳି କିଛି ହୋଇ ନ ଥିଲା ବରଂ ଦ୍ରୋଣ ତାଙ୍କୁ ଅପମାନିତ କରି ଆଶ୍ରମରୁ ବାହାର କରିଦେଇଥିଲେ। ଏହାପରେ ଜଙ୍ଗଲରେ ସେ ଦ୍ରୋଣଙ୍କ ପ୍ରତିମା ରଖି ଧନୁର୍ବିଦ୍ୟା ଅଭ୍ୟାସ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ଦିନେ ଦ୍ରୋଣାଚାର୍ଯ୍ୟ ଜଙ୍ଗଲରେ ବୁଲୁଥିବା ସମୟରେ ଏକଲବ୍ୟଙ୍କ ଧନୁର୍ବିଦ୍ୟାରେ ପାରଙ୍ଗମ ଦେଖି ତାଙ୍କ ଗୁରୁଙ୍କ ବିଷୟରେ ଜାଣିବାକୁ ଜିଜ୍ଞାସା କରିଥିଲେ। ହେଲେ ପ୍ରତିମାରେ ନିଜ ଛବିକୁ ଦେଖି ଏକଲବ୍ୟଙ୍କୁ ସେ ଗୁରୁ ଦକ୍ଷିଣା ମାଗିଥିଲେ। ତାଙ୍କୁ ଦେବା ପାଇଁ ଏକଲବ୍ୟଙ୍କ ପାଖରେ କିଛି ନ ଥିବାରୁ ଦ୍ରୋଣ ତାଙ୍କର ଆଙ୍ଗୁଠି ଦେବାକୁ କହିଥିଲେ। କାରଣ ପୂର୍ବରୁ ଅର୍ଜୁନଙ୍କୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବାକୁ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମିଥ୍ୟାରେ ପାଲଟି ଯାଇଥାନ୍ତା। ତେବେ ଏକଲବ୍ୟ ମଧ୍ୟ ନିଜ ଆଙ୍ଗୁଠି କାଟି ଗୁରୁଙ୍କୁ ସମର୍ପି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ ଅର୍ଜୁନ ପହଞ୍ଚିବା ପୂର୍ବରୁ ହିଁ ଭିଡ ହୋଇଥିଲା ଅସମ୍ଭାଳ, ଭାଙ୍ଗି ଯାଇଥିଲା ଗେଟ୍‌, ଆସିଲା ସିସିଟିଭି ଫୁଟେଜ

ଚେନ୍ନାଇ,୨୫।୧୨: ଡିସେମ୍ବର ୪ରେ ହାଇଦ୍ରାବାଦର ସାା ଥିଏଟରରେ ଘଟିଥିବା ଷ୍ଟାମ୍ପଡେଡର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ୧୪ସେକେଣ୍ଡର ଭିଡିଓରେ କୌଣସି ଶବ୍ଦ ବା...

‘ତାଙ୍କର ଭିଜନ ବିକଶିତ ଭାରତର ସଂକଳ୍ପରେ…’, ଭାରତ ରତ୍ନଙ୍କ ୧୦୦ ତମ ଜନ୍ମ ଜୟନ୍ତିରେ ମୋଦିଙ୍କ ବିଶେଷ ବାର୍ତ୍ତା

ନୂଆଦିଲ୍ଲୀ,୨୫।୧୨: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

ହିମାଚଳରେ ତୁଷାରପାତ: ୨୨୩ ରାସ୍ତା ଅବରୋଧ

ଶିମ୍‌ଲା,୨୫ା୧୨(ପି.ଟି.): ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ ଯୋଗୁ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି। କିନ୍ନୌର, ଲହାଉଲ, ସ୍ପିଟି ସମେତ ଶିମ୍‌ଲା,...

ନିର୍ବାଚନ ନିୟମ ସଂଶୋଧନକୁ ବିରୋଧ କରି ସୁପ୍ରିମକୋର୍ଟ ଗଲା କଂଗ୍ରେସ

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ନିକଟରେ ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ରେ କରିଥିବା ସଂଶୋଧନକୁ ବିରୋଧ କରି ମଙ୍ଗଳବାର କଂଗ୍ରେସ ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନ ଦାଏର କରିଛି। ନିର୍ବାଚନ...

ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍‌ର ୩ ଘଣ୍ଟା ଜେରା

ହାଇଦ୍ରାବାଦ,୨୫ା୧୨(ପି.ଟି.): ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର...

ଆମ୍ବେଡ୍‌କରଙ୍କୁ ନେଇ ଚଣ୍ଡିଗଡ଼ ପୌରସଭା ରଣକ୍ଷେତ୍ର

ଚଣ୍ଡିଗଡ଼,୨୫ା୧୨: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଲିଗାସୀକୁ ନେଇ ମଙ୍ଗଳବାର ଚଣ୍ଡିଗଡ଼ ମ୍ୟୁନିସିପାଲିଟି ବୈଠକରେ ଉତ୍ତେଜନା ସୃଷ୍ଟି ହେବା ସହ ଭାଜପା ଏବଂ କଂଗ୍ରେସ କାଉନ୍‌ସିଲରଙ୍କ ମଧ୍ୟରେ ସଂଘର୍ଷ...

ଖାତରେ ଖସିଲା ସେନା ଗାଡ଼ି: ୫ ଯବାନ ମୃତ

ମେନ୍ଧର/ଜମ୍ମୁ,୨୪ା୧୨: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସେନା ଗାଡ଼ି ପ୍ରାୟ ୩୫୦ ଫୁଟ୍‌ ଗଭୀର ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri