ନୂଆଦିଲ୍ଲୀ,୮।୮: କଂଗ୍ରେସ ବରିଷ୍ଠ ନେତା ଗୁଲାମ୍ନବୀ ଆଜାଦ୍ ଗୁରୁବାର କଶ୍ମୀର ଗସ୍ତରେ ଯାଇଛନ୍ତି। ତେବେ ଏହା ବିଫଳ ହୋଇଛି। ତାଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ ରଖାଯାଇଛି। ତାଙ୍କ ସହିତ ଜମ୍ମୁ-କଶ୍ମୀର କଂଗ୍ରେସ ଅଧ୍ୟକ୍ଷ ଗୁଲାମ୍ ଅହମ୍ମଦ୍ ମୀର୍ଙ୍କୁ ମଧ୍ୟ ଅଟକ ରଖାଯାଇଛି। କାରଗିଲ୍ର ପୂର୍ବ ବିଧାୟକ ହାଜି ଅସଗର ଅଭିଯୋଗ କରିଛନ୍ତି ଯେ, ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ନେଇ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଉଛି। ଏଠାରେ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାଳନା କରାଯିବା ସହିତ ଲୁହବୁହା ଗ୍ୟାସ୍ର ମଧ୍ୟ ପ୍ରୟୋଗ କରାଯାଇଥିବା ସେ କହିଛନ୍ତି।