ଗୋଟିଏ ଦିନରେ ସାପ କାମୁଡ଼ାରେ ୮ ଆହତ

ଭଞ୍ଜନଗର,୫।୮(ଡି.ଏନ.ଏ.)-ବର୍ଷାଦିନେ ଗାତ ଗୁଡିକରେ ପାଣି ଭର୍ତ୍ତି ହୋଇଯାଉ ଥିବାରୁ ସାପ ବାହାରି ଶୁଖିଲା ସ୍ଥାନକୁ ଚାଲିଆସି ଲୋକଙ୍କୁ କାମୁଡ଼ୁଛନ୍ତି। ଏପରିକି ଘର ଭିତରକୁ ମଧ୍ୟ ପଶି ଆସୁଛନ୍ତି। ଗତ ସପ୍ତାହକ ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ସାପ କାମୁଡାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ କନ୍ଧନୂଆପଲ୍ଲୀର ଜୟ ମାଝି ଓ ଅନ୍ୟ ଜଣେ ଭଞ୍ଜନଗର ବ୍ଲକ ଡୁମାକୁମ୍ପା ଗ୍ରାମର। ରବିବାର ଗୋଟିଏ ଦିନରେ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ୮ଜଣ ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ କେତେଜଣ ସୁସ୍ଥ ହୋଇ ସୋମବାର ଘରକୁ ଫେରିଛନ୍ତି। ସାପ କାମୁଡ଼ାରେ ଆହତଙ୍କ ସଂଖ୍ୟା ବଢ଼ୁଥିବାରୁ ଡାକ୍ତରଖାନାରେ ଆବଶ୍ୟକ ଔଷଧ, ଇଞ୍ଜେକ୍ସନ ମହଜୁଦ୍‌ ରଖିବା ଆବଶ୍ୟକ ହୋଇପଡିଛି। ଅନ୍ୟପକ୍ଷରେ ସାପ ଧରିବାକୁ ବନ ବିଭାଗ ପାଖକୁ ଏକାଧିକ ଫୋନ କଲ୍‌ ଆସୁଛି । କିନ୍ତୁ ଏଠାରେ ଥିବା କର୍ମଚାରୀ ଜଣଙ୍କ ପାଖରେ ଲାଇସେନ୍ସ ନ ଥିବା ଯୋଗୁ ସାପ ଧରିବାକୁ ସେ ଆଭଗର ହେଉନାହାନ୍ତି। ବିଭାଗ ପକ୍ଷରୁ ଅଞ୍ଚଳବାସୀଙ୍କ ସୁବିଧା ପାଇଁ କିଛିଦିନ ହେବ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି କହିଛନ୍ତି, ବର୍ଷା ଦିନେ ସାପ ଗାତରୁ ବାହାରିବା ଯୋଗୁ ସମସ୍ୟା ହେଉଛି । ଏହି ଦିନେ ସାପ ଅଣ୍ଡା ଦିଅନ୍ତି। ତେଣୁ ଲୋକେ ନିଜ ଘର ଚତୁପାର୍ଶ୍ୱ ସଫା ରଖିବା ଆବଶ୍ୟକ। ଚାଳ ଓ ଝାଟିମାଟି ଘର ହୋଇଥିଲେ ଅଧିକ ସତର୍କ ରହିବା ଦରକାର। ରାତିରେ ଅନ୍ଧାରରେ ନ ଯାଇ ପର୍ଯ୍ୟାପ୍ତ ଆଲୁଅରେ ଯିବାକୁ ହେବ। ଘର ଚତୁପାଶ୍ୱର୍ର୍ରେ କଳା ଫିନାଇଲ, ଦାନାଦାର ପକାଇଲେ ଗନ୍ଧରେ ସାପ ଘରେ ପଶିବେ ନାହିଁ। ଶୀତଦିନେ ସାପ ପ୍ରାୟ ଗାତକୁ ଚାଲିଯାଆନ୍ତି। କାହାକୁ ସାପ କାମୁଡ଼ିଲେ ତୁରନ୍ତ ଚିକିସତ୍ା ପାଇଁ ଡାକ୍ତରଖାନା ନେବା ଆବଶ୍ୟକ। ଝଡା ଼ଫୁଙ୍କା ଅନ୍ଧବିଶ୍ୱାସ ବୋଲି ଲୋକେ ସଚେତନ ହେବା ଦରକାର ବୋଲି ବାନାର୍ଜି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

କୋକସରା,୧୦ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ୍‌ କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀଙ୍କ...

ଜଗନ୍ନାଥ, ଅଷ୍ଟଶମ୍ଭୁ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଗଞ୍ଜାମ,୧୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ବିରୁଳିଗଡ଼ ତାଳୁକା ଅନ୍ତର୍ଗତ ଉମ୍ବୁରି ଧର୍ମଶରଣପୁର ଶାସନ ଗ୍ରାମରେ ନୂତନ ଜଗନ୍ନାଥ, ଅଷ୍ଟଶମ୍ଭୁ, କମଳା, ବିମଳା ମନ୍ଦିର ଓ ନାମ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡା,୧୦ା୩(କାଳିଚରଣ ଦାଶ): ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର ଗୌରହରି ଦଳରା(୨୧)କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ...

ଗାଡ଼ି ଚକରେ ଲାଗିଗଲା ଶାଢ଼ି: ଆଖି ବୁଜିଲେ ଆଶାକର୍ମୀ

ପୁରୁଷୋତ୍ତମପୁର,୧୦।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଧୋବାସାହି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ମୋପେଡ୍‌ ଗାଡିରୁ ଖସିପଡି ଆଛୁଲି ଗ୍ରାମର ଆଶାକର୍ମୀ ପ୍ରମିଳା...

ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍‌, ଅଧାବାଟରେ ମାଡିବସିଲା ଅବକାରୀ ବିଭାଗ

ଭଞ୍ଜନଗର,୧୦। ୩(ବାବୁଲା ପ୍ରଧାନ): ଚୋରା ଗଞ୍ଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଦୈନନ୍ଦିନ ଭାୟା ଭଞ୍ଜନଗର ଦେଇ ରାଜ୍ୟ...

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ପାଇଁ ସବୁ ନାମାଙ୍କନ ରଦ୍ଦ କଲେ ନିର୍ବାଚନ ଅଧିକାରୀ

ଦିଗପହଣ୍ଡି,୧୦।୩(ଅଶେଷ ନାଥ ମିଶ୍ର): ମାର୍ଚ୍ଚ ୨୯ ତାରିଖ ଦିନ ହେବାକୁ ଥିବା ଆଇନଜୀବୀଙ୍କ ନିର୍ବାଚନକୁ ନେଇ ସମଗ୍ର ଓଡ଼ିଶାରେ ଉଷ୍ମତା ଲାଗିରହିଛି। ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ...

ଚୋରା ଚାଲାଣ ବେଳେ ଧରାପଡିଥିଲା ୩ ଟ୍ରାକ୍ଟର

ଦିଗପହଣ୍ଡି,୧୦|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ୩ ଜଣ ଗାଡ଼ି ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri