ଗୋଷ୍ଠୀ ଗଠନ କରି ଲୁଟିଛନ୍ତି ଆଇଏଫ୍‌ଆଇଏନ୍‌; ଚାର୍ଜସିଟ୍‌ ଦାଖଲ କଲା ଏସ୍‌ଏଫ୍‌ଆଇଓ

ନୂଆଦିଲ୍ଲୀ,୩-୬: ପ୍ରାୟ ୯୦ ହଜାର କୋଟି ଟଙ୍କା ଋଣରେ ବୁଡ଼ି ଯାଇଥିବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ମୂଳ ତଥା ଏକାଧିକ ସହଯୋଗୀ କମ୍ପାନୀରେ ଅନିୟମିତତା ହୋଇଛି। ଏହାର ତଦନ୍ତ କରୁଥିବା ସିରିୟସ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ୍‌(ଏସ୍‌ଏଫଆଇଓ) ଏକ ସହଯୋଗୀ କମ୍ପାନୀ ଆଇଏଫ୍‌ଆଇଏନ୍‌ର ଯାଞ୍ଚ କରିଥିଲା। ଯାଞ୍ଚରୁ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଟପ୍‌ ମ୍ୟାନେଜମେଣ୍ଟ, ଅଡିଟର ଏବଂ ସ୍ବାଧୀନ ନିର୍ଦ୍ଦେଶକମାନେ ଏକ ଗୋଷ୍ଠୀ ଗଠନ କରି କମ୍ପାନୀକୁ ଲୁଟିଥିଲେ ବୋଲି ଦାଖଲ ଚାର୍ଜସିଟ୍‌ରେ ଦର୍ଶାଯାଇଛି।
ଏସ୍‌ଏଫ୍‌ଆଇଓର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଗୋଷ୍ଠୀ ମିଳିମିଶି କମ୍ପାନୀକୁ ନିଜର ଘରୋଇ ବ୍ୟବସାୟ ମନେ କରି ପରିଚାଳନା କରୁଥିଲେ ଏବଂ ଅନିୟମିତତାରେ ସହଭାଗୀ ଥିଲେ ବୋଲି ଯାଞ୍ଚରୁ ଜଣାପଡିଛି। ସେ କହିଛନ୍ତି ଯେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ ମାମଲା ମହାଦୁର୍ନୀତିର କେବଳ ଏକ ନମୁନା ମାତ୍ର। ଆଇଏଲଆଣ୍ଡଏଫ୍‌ଏସ୍‌ ଗ୍ରୁପ୍‌ ଏବେ ୯୦ ହଜାର କୋଟି ଟଙ୍କାର ବକେୟା ଋଣ ଫେରସ୍ତ କରିବାକୁ ବାଧ୍ୟ। ଏସ୍‌ଏଫ୍‌ଆଇଓର ପ୍ରଥମ ଚାର୍ଜସିଟ୍‌ରେ କେବଳ ଏକ ସହଯୋଗୀ କମ୍ପାନୀ ଆଇଏଫ୍‌ଆଇଏନ୍‌ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଗ୍ରୁପ୍‌ର ମୂଳ କମ୍ପାନୀ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଲିମିଟେଡ ଓ ଅନ୍ୟ ସହଯୋଗୀ କମ୍ପାନୀରେ ହୋଇଥିବା ଦୁର୍ନୀତିର ତଦନ୍ତ ଚାଲିଛି। ଅଧିକାରୀ ଜଣକ କହିଛନ୍ତି ଯେ, ଆଇଏଫ୍‌ଆଇଏନ୍‌ର ପୂର୍ବତନ ଏକ୍‌ଜିକ୍ୟୁଟିଭ ଏବଂ ସ୍ବାଧୀନ ନିର୍ଦ୍ଦେଶକମାନଙ୍କୁ ଅପରାଧି ଭାବେ ଦର୍ଶାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଅନ୍ତରୀଣ ଭାବେ ବାଜ୍ୟାପ୍ତ କରିବାକୁ ଏସ୍‌ଏଫ୍‌ଆଇଓ ପ୍ରସ୍ତୁତି ଚଳାଇଛି। ଏଥିରେ ବ୍ୟାଙ୍କ ଲକର, ଆକାଉଣ୍ଟ ଆଦିକୁ ସାମିଲ କରାଯାଇଛି। ଏହାଛଡ଼ା ଆଇଏଫ୍‌ଆଇଏନ୍‌ ଦ୍ୱାରା ବ୍ୟାଙ୍କଠାରୁ ନିଆଯାଇଥିବା ସମସ୍ତ ପ୍ରକାର ଋଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ଏସ୍‌ଏଫ୍‌ଆଇଓ। ଏହାବାଦ୍‌ ବ୍ୟାଙ୍କ ଅଧିକାରୀ, କ୍ରେଡିଟ ରେଟିଂ ଏଜେନ୍ସିର ଭୂମିକା ମଧ୍ୟ ଯାଞ୍ଚ ଘେରରେ ରହିଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଏସ୍‌ଏଫ୍‌ଆଇଓର ପ୍ରଥମ ଚାର୍ଜସିଟ୍‌ରେ ୪୦୦ରୁ ଅଧିକ ସଂସ୍ଥାର ଆକାଉଣ୍ଟର ଯାଞ୍ଚ ସହ ଫରେନ୍ସିକ୍‌ ଅଡିଟ କରାଯାଇଥିବା ରିପୋର୍ଟ, ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ କାର୍ଯ୍ୟାଳୟର କମ୍ପ୍ୟୁଟରରୁ ପ୍ରାପ୍ତ ତଥ୍ୟକୁ ସାମିଲ କରାଯାଇଛି। ଏଥିସହିତ ଗ୍ରୁପ୍‌ କମ୍ପାନୀର ସର୍ଭରରୁ ବାହାର କରାଯାଇଥିବା ଇ-ମେଲ୍‌, ଆର୍‌ବିଆଇର ଯାଞ୍ଚ ରିପୋର୍ଟ, ବୈଠକ ସମ୍ପର୍କିତ ତଥ୍ୟ ଓ ଅନ୍ୟ ଦସ୍ତାବିଜକୁ ଏଥିରେ ଯୋଡାଯାଇଛି। ନଗଦ ସଙ୍କଟ କାରଣରୁ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗତବଷର୍ର୍ ଋଣ ପରିଶୋଧ କରିପାରିବାରୁ ମହାଦୁର୍ନୀତିର ପର୍ଦ୍ଦାଫାଶ ହୋଇଥିଲା। ଏସ୍‌ଏଫ୍‌ଆଇଓ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛି ଯେ, ଟପ୍‌ ମ୍ୟାନେଜମେଣ୍ଟ, ସ୍ବାଧୀନ ନିର୍ଦ୍ଦେଶକ ଓ ଅଡିଟର ମିଳିମିଶି ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ଅଣଦେଖା କରି ବେନିୟମ କାର୍ଯ୍ୟରେ ଲିପ୍ତ ଥିଲେ। ରବି ପାର୍ଥସାରଥୀ, ହରିଶଙ୍କରନ, ଅରୁଣ ସାହା, ରମେଶ ବାବା, ବିଭବ କପୁର ଓ କେ.ରାମଚନ୍ଦ୍ର ଏହି ଦୁର୍ନୀତିରେ ସାମିଲ ଥିଲେ ବୋଲି ଚାର୍ଜସିଟ୍‌ରେ ଦର୍ଶାଯାଇଛି। ଏନ୍‌ବିଏଫ୍‌ସି କମ୍ପାନୀ ରୂପରେ ଆଇଏଫ୍‌ଆଇଏନ୍‌ ଶିବା, ଏବିଜି, ଏ୨ଜେଡ୍‌, ପାର୍ଶ୍ୱନାଥ ଡେଭଲପର୍ସ ତଥା ଅନ୍ୟ କେତେକ କମ୍ପାନୀଙ୍କୁ ଋଣ ଦେଇଥିଲା। ଯେଉଁମାନେ ଠିକ୍‌ ସମୟରେ ଋଣ ପରିଶୋଧ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri