ଗ୍ରେଟ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର

ଭୁବନେଶ୍ୱର,୪-୧୦: ଇଲେକଟ୍ରୋନିକ୍ସ ରିଟେଲ ଚେନ୍‌ ଗ୍ରେଟ୍‌ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ଷ୍ଟୋରରୁ ପ୍ରତି କ୍ରୟ ଉପରେ ୨୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ ପାଇପାରିବେ। ଏହାବାଦ ପ୍ରତି କ୍ରୟ ଉପରେ ଫ୍ରି ଗିଫ୍ଟ ବ୍ୟବସ୍ଥା କରାଯାଇଛି। ଷ୍ଟୋର ଦିନ ୧୦ରୁ ରାତି ୧୦ଟା ଯାଏ ଖୋଲା ରହୁଛି। ୧୦୦ କିମି ମଧ୍ୟରେ ମାଗଣାରେ ସାମଗ୍ରୀ ଡେଲିଭରୀ ବ୍ୟବସ୍ଥା କରାଯାଇଛି। ଗ୍ରାହକ ସହଜ କିସ୍ତିରେ ବିଭିନ୍ନ ସାମଗ୍ରୀ ଘରକୁ ନେଇପାରିବେ। ଡେବିଟ କାର୍ଡ କ୍ରୟ ଉପରେ ୧୦% କ୍ୟାଶବ୍ୟାକ, କ୍ରେଡିଟ କାର୍ଡରେ ରିଓ୍ବାର୍ଡ ପଏଣ୍ଟ, ବଛାବଛା ବ୍ରାଣ୍ଡ ଉପରେ ୧୦% ପର୍ଯ୍ୟନ୍ତ ଅତିରିକ୍ତ ରିହାତି ରହିଛି। ଗ୍ରାହକଙ୍କୁ ବିଭିନ୍ନ ପ୍ରଡକ୍ଟ ଉପରେ ଅତିରିକ୍ତ ଓ୍ବାରେଣ୍ଟି ପ୍ରଦାନ କରାଯାଉଛି। ଫ୍ରି ଇନହୋମ ଇନଷ୍ଟାଲେଶନ ଏବଂ ଡେମୋ ବ୍ୟବସ୍ଥା କରାଯାଇଛି। ଏହବାଦ ଗ୍ରାହକ ବେଷ୍ଟ ଏକ୍ସଚେଞ୍ଜ ଭାଲ୍ୟୁ ଲାଭ କରିପାରିବେ।
ଅଫର ଶୁଭାରମ୍ଭ ଅବସରରେ କମ୍ପାନୀର ନିର୍ଦ୍ଦେଶକ ପୁଲକିତ ବୈଦ କହିଛନ୍ତି ଯେ, ଗ୍ରାହକ ଏସ୍‌ବିଆଇ କାର୍ଡ ଉପରେ ୪,୫୦୦ ଟଙ୍କାର ରିହାତି ପାଇପାରିବେ। ସେହିଭଳି ଏଚ୍‌ଡିଏଫ୍‌ସି ଡେବିଟ୍‌ କାର୍ଡରେ ୭.୫%, ବଜାଜ କାର୍ଡରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଗିଫ୍ଟ ଭାଉଚର ସୁବିଧା ମିଳିବ। ଗତ ୪ ବର୍ଷ ହେବ ଓଡ଼ିଶା ବଜାରରେ ସେବା ଯୋଗାଣ ଧାରା ଜାରି ରଖିଛୁ। ଏଠାରେ ଗ୍ରାହକଙ୍କଠାରୁ ଭଲ ରେସପନ୍ସ ମିଳିଛି। ବର୍ତ୍ତମାନ ମୋଟ ୮ ଷ୍ଟୋରରେ ଗ୍ରାହକ ଏହି ଅଫର ଲାଭ କରିପାରିବେ। ଭୁବନେଶ୍ୱରରେ ଏବଂ କଟକରେ ୪ ଷ୍ଟୋର ସହ ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଏବଂ ଯାଜପୁର ଭଳି ସ୍ଥାନଗୁଡିକରେ ଗ୍ରେଟ୍‌ ଇଷ୍ଟର୍ନ ଷ୍ଟୋର ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଷ୍ଟୋରଗୁଡିକରେ ଅଭିଜ୍ଞ ସେଲସ ଟିମ୍‌ ଦ୍ୱାରା ସେବା ଯୋଗାଣ ହେଉଛି। ଗ୍ରାହକଙ୍କ ଲାଗି ସର୍ବବୃହତ୍ତ ଡିସ୍ପଲେ ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ଓଡିଶାରୁ ୨୦ କୋଟି ଟଙ୍କା ବାଣିଜ୍ୟ କାରବାର ନେଇ ଲକ୍ଷ୍ୟ ରଖାଯାଇଛି। ପାର୍ବଣରେ ଭଲ କାରବାର ନେଇ ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri