ସାଧାରଣତଃ ଗୋରା ଏବଂ କୋମଳ ତ୍ୱଚା ପାଇଁ ଲୋକେ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟ କରିଥାନ୍ତି। କିଛି ଦିନ ଗୋରା ଦେଖାଯିବା ପରେ ପୁଣି ମଳିନ ପଡ଼ିଯାଇଥାନ୍ତି। ମାତ୍ର ଘରୋଇ ଉପାୟରେ ମଧ୍ୟ ତ୍ୱଚାରେ ଚମକ ଆସିବ ବୋଲି ଅନେକ ଜାଣି ନ ଥାନ୍ତି। ତେବେ ଜାଣନ୍ତୁ ଏ ସମ୍ପର୍କରେ କିଛି ନୂଆ ଉପାୟ…
– ଗୋରା ହେବା ପାଇଁ କ୍ଷୀର ସବୁଠୁ ଭଲ। ଗୋଟିଏ କଦଳୀକୁ କ୍ଷୀରରେ ଚକଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଶୁଖିଗଲା ପରେ ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ। ସପ୍ତାହକୁ ୩/୪ ଥର ଏପରି କଲେ ମୁହଁ ଉଜ୍ଜ୍ୱଳ ଦିଶିବା ସହ କୋମଳ ହୋଇଥାଏ।
– ବେସନରେ କ୍ଷୀର, ଲେମ୍ବୁରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ଏପରି ନିୟମିତ କଲେ ଫରକ କ’ଣ ଜାଣିପାରିବେ।
– ଗୋଟିଏ ଅଣ୍ଡା, କିଛି ସୋୟାବିନ ଗୁଣ୍ଡ, ଦୁଇ ଚାମଚ ମହୁ , କିଛି କ୍ଷୀର ସର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫/୨୦ ମିନିଟ୍ ରଖନ୍ତୁ। ପରେ ମୁହଁକୁ ଭଲ ଭାରେ ଧୋଇଦିଅନ୍ତୁ। ଦେଖିବେ ତ୍ୱଚା ଉଜ୍ଜ୍ୱଳ ଦିଶିବ।
– କିଛି ଗୋଲାପ ଜଳକୁ ତୂଳାରେ ନେଇ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ। ଏମିତି କିଛି ସପ୍ତାହ କରିବା ପରେ ତ୍ୱଚା ଚମକି ଉଠିବ।