ଘରୋଇ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି

ବାଲେଶ୍ୱର ଅଫିସ, ୩୦।୫-ବାଲେଶ୍ୱର ଜିଲା ତଥା ସହରରେ ଥିବା ଘରୋଇ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ଥିବା କାରଣରୁ ଛାତ୍ରୀଛାତ୍ରଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଶିକ୍ଷା ପ୍ରଦାନରେ ବ୍ୟାଘାତ ସୃଷ୍ଟି ହେବା ସହିତ ଉକ୍ତ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ, ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଆର୍ଥିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ଏହି ସଙ୍କଟରୁ ଉଦ୍ଧାର ପାଇଁ ଘରୋଇ କୋଚିଂ ଓ ଟ୍ୟୁଟୋରିଆଲ ସେଣ୍ଟର ମାଲିକମାନେ ଶୁକ୍ରବାର ପୂର୍ବାହ୍ନରେ ଏକଜୁଟ୍‌ ହୋଇ ସେଣ୍ଟରଗୁଡ଼ିକୁ ଖୋଲିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କଠାରେ ଲିଖିତ ଆବେଦନ କରିଛନ୍ତି।
କରୋନା ମହାମାରୀ ପାଇଁ ଘରୋଇ କୋଚିଂ ସେଣ୍ଟରଗୁଡ଼ିକ ଦୀର୍ଘଦିନ ହେଲା ବନ୍ଦ ରହିଛି। ଫଳରେ ଶତାଧିକ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେବା ସହ ଅନୁଷ୍ଠାନଗୁଡ଼ିକ ମଧ୍ୟ ଆର୍ଥିକ କ୍ଷତି ସହୁଛନ୍ତି। ଅନ୍‌ଲାଇନ୍‌ ପାଠ୍ୟ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସମ୍ପୂର୍ଣ୍ଣ ଉପକୃତ ହୋଇପାରୁ ନ ଥିବାବେଳେ ଏହା ଏକ ପ୍ରହସନ ପାଲଟିଛି। ଅନେକ ଦିନ ଧରି ବନ୍ଦ ଯୋଗୁ ଅନୁଷ୍ଠାନ ପାଇଁ ନିଆଯାଇଥିବା ଘରଭଡ଼ା ଓ ଶିକ୍ଷକମାନଙ୍କ ମାସିକ ବେତନ ବୋଝ ଉପରେ ଲଳିତା ବିଡ଼ା ସାଜିଛି। ଅନୁଷ୍ଠାନ ଉପରେ ନିର୍ଭର କରି ଚଳୁଥିବା ମାଲିକ ଓ କର୍ମଚାରୀମାନେ ଆର୍ଥିକ ସଙ୍କଟରେ ଗତି କରି ପରିବାର ଚଳାଇବାରେ ଅସମର୍ଥ ହୋଇପଡ଼ିଲେଣି। ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମା ପାଳନ ତଥା ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସୁଶାନ୍ତ ମହାନ୍ତି, ଓମ୍‌ପ୍ରକାଶ ମହାପାତ୍ର, ଜଗନ୍ନାଥ ସାସମଲ, ଦିଲୀପ ଦାସମହାପାତ୍ର, ଶୈଳେନ୍ଦ୍ର ମିଶ୍ର, କ୍ଷୀତିଶ କୁମାର ମଣ୍ଡଳ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri