ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ଦଲାଲିରାଜ : ଦଲାଲ ମାଧ୍ୟମରେ ନ ଗଲେ ଫର୍ମରେ ହେଉନି ଦସ୍ତଖତ, ସାଧାରଣ ଲୋକ ଫର୍ମ ଡିପୋଜିଟ କଲେ ହେଉଛନ୍ତି ହଇରାଣ

ଚଣ୍ଡିଖୋଲ,୧୩।୯(ଡି.ଏନ.ଏ)- ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ପରିବହନ ବିଭାଗ ଓ ପୋଲିସ ତ୍ୱରାନ୍ବିତ କରିଥିଲେ। ଏହି ଆଇନରେ ଅଧିକ ପରିମାଣର ଜରିମାନା ଆଦାୟ କରାଯିବାକୁ ନିୟମ ରହିଥିବାରୁ ଏବେ ସମସ୍ତ ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ବ୍ୟାପକ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି। ଚଣ୍ଡିଖୋଲସ୍ଥିତ ଆରଟିଓ କାର୍ଯ୍ୟାଳୟରେ ଗତ ୧ସପ୍ତାହ ଧରି ବ୍ୟାପକ ଭିଡ଼ ଲାଗି ରହିଛି। ଦୈନିକ ଲାଇସେନ୍ସ ପାଇଁ ୩ଶହରୁ ୪ଶହ ଲୋକ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ି ବାନ୍ଧୁଛନ୍ତି। ତେବେ ଡ୍ରାଇଭିଂ ଲାଇସେନ୍ସ ସହ ହାଲୁକା ଯାନର ଫିଟନେସ ଦାୟିତ୍ୱ ମୋଟରଯାନ ଇନ୍ସପେକ୍ଟର (ଏମଭିଆଇ) ଚନ୍ଦ୍ରା ବିଶ୍ୱାସ ନେଇଛନ୍ତି। ସାଧାରଣ ଲୋକଟିଏ ଲାଇସେନ୍ସ ଫର୍ମ ଡିପୋଜିଟ କରିବାକୁ ଗଲେ କିମ୍ବା ଗାଡ଼ି ଚାଳନା ପରୀକ୍ଷା ଦେବାକୁ ଗଲେ ଏମ୍‌ଭିଆଇ ସମ୍ପୃକ୍ତ ଫର୍ମରେ ଦସ୍ତଖତ କରୁ ନ ଥିବା ଅଭିଯୋଗ ହୋଇଛି। ଯଦି ଦଲାଲଙ୍କ ମାଧ୍ୟମରେ ଫର୍ମଗୁଡ଼ିକ ଯାଉଛି ସେଥିରେ ସହଜରେ ଓ ଅନାୟସରେ ଦସ୍ତଖତ କରାଯାଉଛି। ଫର୍ମଗୁଡ଼ିକ ଉପରେ ଦଲାଲଙ୍କ କୋଡ୍‌ ନମ୍ବର ଲେଖାଯାଉଛି। ସେଥିପାଇଁ ପ୍ରତ୍ୟେକ ଲାଇସେନ୍ସ ଫର୍ମ ଉପରେ ୧୦୦ଟଙ୍କା ଲେଖାଏଁ ଦଲାଲଙ୍କ ଜରିଆରେ ଏମ୍‌ଭିଆଇ ନେଉଥିବା ବହୁବ୍ୟକ୍ତି ଅଭିଯୋଗ କରିଛନ୍ତି। ଯେଉଁମାନେ ସିଧାସଳଖ ଯାଉଛନ୍ତି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇ ହଇରାଣ କରାଯାଉଛି। ତିନି ଚକିଆ ଓ ଚାରି ଚକିଆ ହାଲୁକା ଯାନର ଫିଟନେସ ସାର୍ଟିଫିକେଟ କେବଳ ଦଲାଲଙ୍କ ମାଧ୍ୟମରେ କରାଯାଉଛି। ସେଥିପାଇଁ ଏହି ପରିବହନ କାର୍ଯ୍ୟାଳୟ ଚର୍ତୁଃପାର୍ଶ୍ୱରେ ୨ଶହରୁ ଅଧିକ ଦଲାଲ କାର୍ଯ୍ୟ କରୁଛନ୍ତି। ପରିବହନ ସଚିବ ଯେପରି କୌଣସି ଆରଟିଓ କାର୍ଯ୍ୟାଳୟରେ ଦଲାଲି ରାଜ ନ ଚାଲିବ ସେନେଇ ନିର୍ଦ୍ଦେଶନାମା ଜାରି କରିଥିଲାବେଳେ ଏଠାରେ ତାର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ସେଥିପାଇଁ ଗୁରୁବାର ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ଘଟଣାକୁ ନେଇ କିଛି ବ୍ୟକ୍ତି ପାଟିତୁଣ୍ଡ କରୁଥିବା ଶୁଣିବାକୁ ମିଳିଥିଲା। ୨୦୧୬ରେ ଦଲାଲଙ୍କ ପାଇଁ ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟ ବଦନାମ ହୋଇଥିଲା। ୨୭ଟି ଭୂତଗାଡ଼ିର ରେଜିଷ୍ଟ୍ରେଶନ ଦଲାଲଙ୍କ ମାଧ୍ୟମରେ କରି ଜଣେ ଜୁନିୟର ଏମ୍‌ଭିଆଇ ଓ ଷ୍ଟେନୋଙ୍କ ସମେତ ୬ଜଣ ଗିରଫ ହୋଇଥିଲେ। ଏବେ ମୋଟରଯାନ ଆଇନ ଲାଗୁ ହେବା ପରେ ପୁଣି ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି। ଏମାନଙ୍କୁ କିଛି ଅଧିକାରୀ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଉଠିଛି। ଏ ସମ୍ପର୍କରେ ଏମ୍‌ଭିଆଇ ଚନ୍ଦ୍ରା ବିଶ୍ୱାସଙ୍କୁ ପଚାରିବାରେ, ଦଲାଲମାନେ ଯେତେବେଳେ ଫର୍ମ ଆଣି ଦେଉଛନ୍ତି ସେଠାରେ ଆମେ କିଛି କରିପାରିବୁ ନାହିଁ। ବୁଧବାର ୪୭ଟି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କରାଯାଇଥିବାବେଳେ ସେଥରେ ୪୦ଟି ଦଲାଲଙ୍କର ଥିଲା ଓ ୭ଜଣ ସିଧାସଳଖ ଭେଟି ଲାଇସେନ୍ସ ନେଇଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନି ଆଳୁ ବିହନ

ମହାକାଳପଡ଼ା, ୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଚାଷୀମାନଙ୍କୁ ଆଳୁଚାଷ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି। ବଜାରରେ ଆଳୁ ସଙ୍କଟ ଥିବା ସମୟରେ ଯେପରି ଚାଷୀଟିଏ...

ଶହୀଦଙ୍କ ଦୁଇ ପୁଅକୁ ପଢୁଆଁ କଲେ ପୂର୍ବତନ ବିଧାୟକ

ବାହାନଗା, ୨୭।୧୧(ଅରୂପ କୁମାର ଦାସ): ପ୍ରଥମାଷ୍ଟମୀରେ ମାମୁଘର କିମ୍ବା ମା’ବାପା ନିଜର ବଡ଼ ପୁଅକୁ ନୂଆ ବସ୍ତ୍ର ଦେଇ ପ୍ରଥମାଷ୍ଟମୀ ପାଳନ କରିଥାନ୍ତି। ସେହି ଅନୁଯାୟୀ...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା:ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ ଦିନ ହେଲା….

ବାରିପଦା,୨୭।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ ଦିନ ହେଲା ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ହୋଇ ପଡ଼ିଥିବାରୁ ରୋଗୀଙ୍କ ମଧ୍ୟରେ ଉଦ୍‌ବେଗ...

ଗ୍ରହରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅଚେତ୍‌ କଲେ ଭଣ୍ଡବାବା: ଆଉ ତା’ପରେ…

ଡେରାବିଶ, ୨୭ା୧୧ ( ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ମିଶନ ଶକ୍ତି ଏମ୍‌ବିକେ କାର୍ଯ୍ୟ କରୁଥିବା ହିମାଂଶୁ ପାତ୍ରଙ୍କ...

ବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବନଖଣ୍ଡ ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ଚାଲିଥିବା ସମଯରେ ବନ ବିଭାଗ ଚଢ଼ଉ କରି ୩...

ଅଙ୍ଗନଓ୍ବାଡି ଚାଉଳ ହଡ଼ପ, ଠିକାଦାରଙ୍କ ଗୋଦାମ ସିଲ୍‌

ଧାମନଗର,୨୭।୧୧(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ଯୋଗାଉଥିବା ଚାଉଳ ହଡ଼ପ ଅଭିଯୋଗରେ ଠିକାଦାରଙ୍କ ଗୋଦାମକୁ ମଙ୍ଗଳବାର ସିଲ୍‌ କରାଯାଇଛି। ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ...

ଚର୍ଚ୍ଚାରେ ବ୍ରହ୍ମପୁର ମେୟର, ବିଜେଡି କର୍ପୋରେଟରଙ୍କ ପୁରୀ ଗସ୍ତ

ବ୍ରହ୍ମପୁର,୨୭ା୧୧(ନରସିଂହ ସାହୁ):ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍‌ସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ବିବେକ ରେଡ୍ଡୀଙ୍କ ସମେତ ୨୬ ବିଜେଡି କର୍ପୋରେଟର ହଠାତ୍‌ ପୁରୀ...

କେନ୍ଦ୍ରର ଜନବିରୋଧୀ ନୀତିକୁ ବିଭିନ୍ନ ସଙ୍ଗଠନର ବିରୋଧ

ଭବାନୀପାଟଣା,୨୭ା୧୧(ଉତ୍ତମ କୁମାର ଦାଶ):କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ମଙ୍ଗଳବାର ଭବାନୀପାଟଣା ଜିଲାପାଳଙ୍କ ଅଫିସ ସମ୍ମୁଖରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। କଳାହାଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri