ବେଙ୍ଗାଲୁରୁ,୨୨।୧: ଚନ୍ଦ୍ରୟାନ-୩ ପାଇଁ କାମ ଆରମ୍ଭ ହୋଇ ସାରିଛି। ଏହାର ନିର୍ମାଣରେ ବୈଜ୍ଞାନିକମାନେ ଉତ୍ସାହର ସହିତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ ବୁଧବାର ସୂଚନା ଦେଇଛନ୍ତି। ଚନ୍ଦ୍ରୟାନ-୩ ଲାଣ୍ଡର ଏବଂ କ୍ରାଫ୍ଟ ନିର୍ମାଣ ଲାଗି ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଏହାର ଉତ୍କ୍ଷେପଣ ଲାଗି ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ପ୍ରୋପୁଲସନ୍ ମଡ୍ୟୁଲର ଲାଣ୍ଡର ଏବଂ ରୋଭର ରହିବ। ଇସ୍ରୋ ଚନ୍ଦ୍ରକୁ ମାନବ ମିଶନ ମଧ୍ୟ ପଠାଇବ। ତେବେ ଏଥିପାଇଁ କିଛି ସମୟ ଲାଗିବ ବୋଲି ଶିବନ କହିଛନ୍ତି।