ନୂଆଦିଲ୍ଲୀ,୮।୯: ଭାରତର ଚନ୍ଦ୍ରୟାନ-୨ ମିଶନ ବିଫଳ ହୋଇଛି। ତେବେ ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ-୩ ମିଶନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏଥିରେ ଭାରତ-ଜାପାନ ମିଳିତ ଭାବେ କାର୍ଯ୍ୟ କରିବାର ସମ୍ଭାବନା ଥିବା କୁହାଯାଉଛି। ଏନେଇ ଇସ୍ରୋ ପକ୍ଷରୁ ଜାପାନ ଏରୋସ୍ପେଶ୍ ଏକ୍ସପ୍ଲୋରେଶନ୍ ଏଜେନ୍ସି ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଚନ୍ଦ୍ରୟାନ-୨ ମିଶନରେ ଭାରତ-ରୁଷିଆ ମିଳିତ ଭାବେ କାର୍ଯ୍ୟ କରିବାର ଯୋଜନା ଥିଲା। ତେବେ ଏଥିରୁ ରୁଷିଆ ଓହରି ଯାଇଥିଲା। ଫଳରେ ଭାରତ ଏକା ଏକା ଚନ୍ଦ୍ରୟାନ-୨ ମିଶନରେ କାମ କରିଥିଲା।