ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ଉତ୍ପାଦନକାରୀ ଓ ସେବାଯୋଗାଣକାରୀଙ୍କ ଉପରେ ପହୁଛି।
ଦେଶର ଅର୍ଥନୀତି ଧୀମା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ନିର୍ବାଚିତ କରିବାରେ ଭୋଟର ପଛଘୁଞ୍ଚା ଦେଇନାହାନ୍ତି। ତେବେ ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ମୋଦିଙ୍କ ନିକଟରେ ଆର୍ଥିକ କ୍ଷେତ୍ରରେ ବହୁ ସଂସ୍କାରମୂଳକ ପଦକ୍ଷେପ ନେବାକୁ ହେବ। ଏଥିପାଇଁ ତାଙ୍କୁ ଆଉ ୫ ବର୍ଷ ସମୟ ମିଳିଛି। ରଏଟର ସର୍ଭେକୁ ବିଶ୍ୱାସ କଲେ ଦେଶର ବିକାଶ ହାର ମାର୍ଚ୍ଚ ଶେଷ ସୁଦ୍ଧା ବାର୍ଷିକ ୬.୩%କୁ ଖସି ଆସିବ। ଗତ ୬ ତ୍ରୈମାସରେ ଏହା ସର୍ବନିମ୍ନ ଧୀମା ହେବାକୁ ଯାଉଛି। ଏହି ସର୍ଭେ ସତ ହେଲେ ଚାଇନାର ଅର୍ଥନୀତିର ଗତି ଆଗରେ ଭାରତ ପଛୁଆ ହୋଇଯିବ। ବିଶ୍ୱର ଦ୍ରୁତ ଅର୍ଥନୀତି ଭାବେ ଭାରତ ମାନ୍ୟତା ହରାଇବ। ମାର୍ଚ୍ଚ ଶେଷ ସୁଦ୍ଧା ଚାଇନାର ବିକାଶ ହାର ୬.୪% ରହିଛି। ମୋଦି ଗୁରୁବାର ଦ୍ୱିତୀୟଥର ପାଇଁ ଶପଥଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ପ୍ରଥମେ ନୂତନ ନିଯୁକ୍ତି ସୃଷ୍ଟି କରିବାର ଆହ୍ବାନ ହେବ। ଅରୁଣ ଜେଟ୍‌ଲୀଙ୍କ ଅନୁପସ୍ଥିତିରେ ଜଣେ ଦୃଢ଼ ଅର୍ଥମନ୍ତ୍ରୀ ଖୋଜିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ। ତାଙ୍କ ସ୍ଥାନରେ ଯିଏବି ଅର୍ଥମନ୍ତ୍ରୀ ହେବେ ଆସନ୍ତା ଜୁଲାଇରେ ସେ ସରକାରଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିବେ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖି ଆର୍ଥିକ ଅଭିବୃଦ୍ଧି ସୂଚକ ପଦକ୍ଷେପ ବଜେଟରେ ଘୋଷଣା ହେବ ବୋଲି ଆଶାକରାଯାଉଛି। ଅନ୍ୟପକ୍ଷରେ ମୁଦ୍ରାସ୍ପୀତି ଦୃଷ୍ଟିରୁ ଦେଶ ଭଲ ଅବସ୍ଥାରେ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ମୁଦ୍ରାନୀତିରେ ରେପୋ ରେଟ୍‌ କମାଇ ସରକାରଙ୍କୁ ସହାୟତା କରିବାକୁ ସୁଯୋଗ ପାଇବେ। ଜାନୁୟାରୀ-ମାର୍ଚ୍ଚ ଏବଂ ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ଜିଡିପି ଡାଟା ଶୁକ୍ରବାର ପ୍ରକାଶ ପାଇବ। ଅନ୍ୟପକ୍ଷରେ ଆର୍‌ବିଆଇ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଦେଶର ବିକାଶ ହାର ୭.୨% ହ୍ରାସ ପାଇବ ବୋଲି ଅନୁମାନ କରିଛି। ଇତିମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ ଦୁଇଥରରେ ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିସାରିଛନ୍ତି। ଆହୁରି ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବାର ସମ୍ଭାବନା ରହିଛି। ରିଟେଲ ମୁଦ୍ରାସ୍ଫୀତି ଗତ ୬ ମାସରେ ୩% ତଳକୁ ରହିଥିବାରୁ ଆର୍‌ବିଆଇ ରେପୋ ରେଟ ହ୍ରାସ କରିବାର ବିପଦ ମୁଣ୍ଡାଇପାରିବେ। ଗାଡ଼ି ବିକ୍ରି, ରେଳ ଭଡ଼ା, ପେଟ୍ରୋଲିୟମ ପଦାର୍ଥର ବ୍ୟବହାର, ଘରୋଇ ବିମାନ ଯାତ୍ରା ଏବଂ ଆମଦାନୀ ହ୍ରାସ ପାଇବାରୁ ଏତିକି ସ୍ପଷ୍ଟ ଯେ, ଦେଶର ବିକାଶ ହାର ଧିମେଇ ଗଲାଣି। ସେହିପରି କର୍ପୋରେଟ ଆୟ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଧିମା ହୋଇ ୧୦.୭%ରେ ପହଞ୍ଚତ୍ଗଲାଣି ବୋଲି ଇକ୍ରା ରେଟିଂ ଏଜେନ୍ସି ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ୱ କମ୍ପାନୀଙ୍କୁ ସର୍ଭେ କରାଯାଇ କୁହାଯାଇଛି। ଉଦ୍ୟୋଗ ଜଗତ ଟିକସ ହ୍ରାସ ସହ ସୁଧ କମାଇବାକୁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri