ଚାଇନାରେ ୯୩%, ଆମେରିକାରେ ୩% ଆରୋଗ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧ା୩: ସାରା ବିଶ୍ୱକୁ ଗ୍ରାସି ଚାଲିଥିବା କରୋନା ଭାଇରସ୍‌ ସୋମବାର ରାତି ୧୧ଟା ସୁଦ୍ଧା ୩୬ ହଜାର ୮୬୪ଜଣଙ୍କ ଜୀବନ ନେଇଥିବାବେଳେ ୭ ଲକ୍ଷ ୬୪ ହଜାର ୮୬୬ଲୋକଙ୍କୁ ସଂକ୍ରମିତ କରିଛି। ହେଲେ ଏହି ଭୂତାଣୁର ଜନ୍ମସ୍ଥାନ ଚାଇନାରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଥିବାବେଳେ ଅନ୍ୟ ଦେଶଗୁଡ଼ିକରେ ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି। ଏଭଳି ବିଚିତ୍ର ସ୍ଥିତିକୁ ନେଇ ଚାଇନା ଉପରେ ସାରା ଦୁନିଆରେ ସନ୍ଦେହ ବଢ଼ିବା ସହ ନାନା ଚର୍ଚ୍ଚା ହେଉଛି। କରୋନାରେ ସଂକ୍ରମିତ ଓ ଆରୋଗ୍ୟଙ୍କ ସଂଖ୍ୟାରୁ ଏଭଳି ସନ୍ଦେହ ଏବଂ ଚର୍ଚ୍ଚା ସୃଷ୍ଟି ହେଉଛି। ବିଶେଷକରି ଚାଇନା ସହ ଆମେରିକା, ଇଟାଲୀ, ସ୍ପେନ, ଜର୍ମାନୀ ଆଦି ଦେଶକୁ ତୁଳନା କଲେ ନାନା ପ୍ରଶ୍ନ ଉଠୁଛି।

ସୋମବାର ରାତି ୧୧ଟା ସୁଦ୍ଧା ଚାଇନାରେ ମୋଟ ୮୧ ହଜାର ୪୭୦ ଜଣ ସଂକ୍ରମିତ ହୋଇଥିବାବେଳେ ସେଥରୁ ୭୫ ହଜାର ୭୦୭ଜଣ ଅର୍ଥାତ୍‌ ୯୩% ଆରୋଗ୍ୟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଆମେରିକାରେ ୧ ଲକ୍ଷ ୫୨ ହଜାର ୬୩୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ହଜାର ୨୧୧ ଜଣ ଅର୍ଥାତ୍‌ ୩% ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଚାଇନାଠାରୁ ଆମେରିକା ଯଥେଷ୍ଟ ଆଗରେ ଥିବା ସତ୍ତ୍ୱେ ଆରୋଗ୍ୟଙ୍କ ସଂଖ୍ୟାରେ ବ୍ୟାପକ ତଫାତ୍‌ ବିଶ୍ୱବାସୀଙ୍କୁ ଯେତିକି ଚିନ୍ତା ପକାଇଛି ସେତିକି ଭିନ୍ନ ଭିନ୍ନ ଚିନ୍ତା କରିବାକୁ ବାଧ୍ୟ କରୁଛି। ଅନ୍ୟ ଦେଶଗୁଡ଼ିକର ଆରୋଗ୍ୟଙ୍କ ସଂଖ୍ୟାକୁ ଦେଖିଲେ ଇଟାଲୀରେ ୧୪%, ସ୍ପେନରେ ୨୦%, ଜର୍ମାନୀରେ ୧୪%, ଫ୍ରାନ୍ସରେ ୧୮%, ଇରାନରେ ୩୪%, ଦକ୍ଷିଣ କୋରିଆରେ ୫୪%, ପାକିସ୍ତାନରେ ୪% ଓ ଭାରତରେ ୧୦% ସଂକ୍ରମିତ ସୁସ୍ଥ ହୋଇଛନ୍ତି। ବ୍ରିଟେନରେ ଆରୋଗ୍ୟଙ୍କ ସ୍ଥିତି ଅତି ନିରୁତ୍ସାଜନକ ରହିଛି। ଏଠାରେ ମାତ୍ର ୦.୬୦୯% ସଂକ୍ରମିତ ସୁସ୍ଥ ହୋଇପାରିଛନ୍ତି। ଇଟାଲୀରେ ସୋମବାର ୮୧୨ ଜଣ ଆଖିବୁଜିବା ସହ ମୃତ୍ୟୁସଂଖ୍ୟା ହୋଇଛି ୧୧ ହଜାର ୫୯୧। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି।
ଉଦ୍‌ବେଗଜନକ ବିଷୟ ହେଉଛି ସୁସ୍ଥମାନଙ୍କ କ୍ଷେତ୍ରରେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। କରୋନା ଭାଇରସ୍‌ର ଯେଭଳି ଠିକ୍‌ ଔଷଧ ଓ ଉପଚାର ବାହାରିପାରିନାହିଁ ସେଭଳି ଏହାର ଲକ୍ଷଣଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇପାରୁନାହିଁ। ଅନେକ କ୍ଷେତ୍ରରେ କରୋନା ସଂକ୍ରମିତ ବୋଲି ବହୁ ବିଳମ୍ବରେ ଜଣାପଡ଼ୁଛି। ସୁସ୍ଥ ହୋଇଥିବା ଲୋକ କିଛିଦିନ ପରେ ପୁଣି କରୋନା ସଂକ୍ରମିତ ହେବା ଏବଂ ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କାକୁ ଏଡ଼ାଇ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ହଂକଂର ଏକ ହସ୍ପିଟାଲ କର୍ତ୍ତୃପକ୍ଷ କରୋନାରୁ ଆରୋଗ୍ୟ ହୋଇଥିବା ୧୨ଜଣଙ୍କ ଉପରେ ନଜର ରଖିଥିଲେ। ସେମାନଙ୍କ ମଧ୍ୟରୁ କିଛିଜଣଙ୍କ ଫୁସ୍‌ଫୁସ୍‌ କାର୍ଯ୍ୟଦକ୍ଷତା ୨୦ରୁ ୩୦% ହ୍ରାସ ହୋଇଥିବା ଉକ୍ତ ହସ୍ପିଟାଲର ନିର୍ଦ୍ଦେଶକ ସଙ୍ଗ୍‌-ତକ୍‌-ଇନ କହିଛନ୍ତି। ଏଥରୁ ଏହି ଭୂତାଣୁ କେତେ ସଂଘାତିକ ତାହା ସ୍ପଷ୍ଟ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଓ୍ବାରେଣ୍ଟ ଜାରି

ସିଓଲ,୩୧ା୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲଙ୍କ ବିରୋଧରେ ମହାଭିଯୋଗ ଗୃହୀତ ହୋଇଥିବାବେଳେ ତାଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟର ତଲାସି ନେବା...

ତାଲିବାନ ଏବଂ ପାକିସ୍ତାନ ସେନା ମଧ୍ୟରେ କାହିଁକି ହେଉଛି ଯୁଦ୍ଧ? ଏହାର ପରିଣାମ କ’ଣ…

ଇସଲାମାବାଦ,୩୧।୧୨: ଆଜିକାଲି ଚାରିଆଡୁ ଅଡ଼ୁଆରେ ଫସିଛି ପାକିସ୍ତାନ। ପଡ଼ୋଶୀ ଦେଶ ଆଫଗାନିସ୍ତାନ ସହ ପାକିସ୍ତାନର ଯୁଦ୍ଧ ଆରମ୍ଭ ହୋଇଛି। କିଛି ଦିନ ପୂର୍ବେ ପାକିସ୍ତାନ ଆଫଗାନିସ୍ତାନରେ...

ସବୁଠୁ ପ୍ରଥମେ ୨୦୨୫କୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ, ଅକଲ୍ୟାଣ୍ଡ ଉତ୍ସବ ମୁଖର

ନୂଆଦିଲ୍ଲୀ,୩୧।୧୨: ନ୍ୟୁଜିଲ୍ୟାଣ୍ଡ ୨୦୨୫ ବର୍ଷକୁ ଆତସବାଜି ସହିତ ସ୍ୱାଗତ କରିଛି। ଲୋକମାନେ ଅକଲ୍ୟାଣ୍ଡରେ ନୂଆ ବର୍ଷ ପାଳନ କରିବା ଆରମ୍ଭ କରିଛନ୍ତି। ରାତି ୧୨ ଟା...

ରନ୍‌ଓ୍ବେରେ ମୁହାଁମୁହିଁ ହେଲେ ଦୁଇଟି ବିମାନ, ଆଖି ପିଛୁଳାକେ ଅଟକିଗଲା ଯାତ୍ରୀଙ୍କ ନିଶ୍ୱାସ, ଦେଖନ୍ତୁ ଭିଡିଓ

ଲସ ଆଞ୍ଜେଲସ,୩୧।୧୨: ୨୦୨୪ର ଶେଷ ସପ୍ତାହରେ ଘଟିଥିବା ଦୁଇଟି ବିମାନ ଦୁର୍ଘଟଣା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ଆମେରିକାର ଲସ ଆଞ୍ଜେଲସ ବିମାନବନ୍ଦରରେ...

କିଏ ସେହି ନିମିଷା ପ୍ରିୟା? ୟେମେନରେ ମିଳିଛି ମୃତ୍ୟୁଦଣ୍ଡ, ଭାରତ ସରକାର ବଢାଇଛନ୍ତି ସହଯୋଗର ହାତ

ସାନା,୩୧।୧୨: ୟେମେନର ସୁପ୍ରିମକୋର୍ଟ ଜଣେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଜଣେ ସାଧାରଣ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ କୋର୍ଟ...

ପ୍ରଥମେ ମହାଅଭିଯୋଗ ଏବେ ଗିରଫ ହେବାର ଭୟ, ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତିଙ୍କ ବଢୁଛି ଅଡୁଆ

ସିଓଲ,୩୧।୧୨: ନିଲମ୍ବିତ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଗିରଫଦାରୀକୁ ଦକ୍ଷିଣ କୋରିଆ କୋର୍ଟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଉପରେ ସାମରିକ ଆଇନ...

ବଦଳିଯିବ ବାଂଲାଦେଶର ନାମ? ଶାରିଆ ଆଇନ ଆଣିବାକୁ ହେଉଛି ପ୍ରସ୍ତୁତି

ଢାକା,୩୧।୧୨: ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯାହା ଶେଖ ହସିନାଙ୍କୁ କ୍ଷମତାରୁ ହଟାଇ ଦେଇଛି ତାହା ପୁଣି ଥରେ ସକ୍ରିୟ ହେବାକୁ ଯାଉଛି। ଆଜି ଛାତ୍ର ନେତାମାନେ...

ଚିନାବାଦାମ ଚାଷୀରୁ ଆମେରିକା ରାଷ୍ଟ୍ରପତି

ଜଣେ ସାଧାରଣ ଚିନାବାଦାମ ଚାଷୀରୁ ଜିମ୍ମି କାର୍ଟର ଡେମୋକ୍ରାଟ୍‌ ନେତା ହେବା ସହ ଆମେରିକାର ୩୯ତମ ରାଷ୍ଟ୍ରପତି ହୋଇଥିଲେ। ୧୯୭୭ରୁ ୧୯୮୧ ରାଷ୍ଟ୍ରପତି ରହିଥିବା କାର୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri