ଚାଇନା ଇଟାଲି ପରେ ଏବେ କରୋନାର ନୂଆ ଠିକଣା ଆମେରିକା: ଡବ୍ଲ୍ୟୁଏଚ୍‌ଓ !

ଓ୍ବାଶିଂଟନ,୨୫।୩: ଚାଇନାରେ କରୋନା ତାଣ୍ଡବ ରଚିବା ପରେ ଇଟାଲି ମୁହାଁ ହୋଇଥିଲା। ଏବେ ଏହାର ନୂଆ ଠିକଣା ଆମେରିକା ପାଲଟିବାକୁ ଯାଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଏଠାରେ ୭୦୪ ଲୋକଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ନ୍ୟୁୟର୍କରେ ୨୧୦, ଓ୍ବାଶିଂଟନରେ ୧୨୩ ଏବଂ ଲୁସିଆନାରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ମାର୍ଚ୍ଚ ୪ଠାରୁ ଏଠାରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରତିଦିନ କରୋନା ସଂକ୍ରମିତଙକକ ସଂଖ୍ୟା ଏଠାରେ ପ୍ରତିଦିନ ୨୩ ପ୍ରତିଶତ ବୃଦ୍ଧି ପାଉଥିଲା। ତେବେ ମାର୍ଚ୍ଚ ୧୮-୧୯ରେ ସଂକ୍ରମିତଙ୍କ ସଂଖ୍ୟାରେ ଦିନ ପିଛା ୫୨ ପ୍ରତିଶତ ବୃଦ୍ଧି ପାଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଚାଇନା, ଇଟାଲି ପରି ଏଠାରେ ମଧ୍ୟ କରୋନା ତାଣ୍ଡବ ରଚିବ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ଆମେରିକା ଯୁଦ୍ଧପୋତରେ ୩ ସୈନିକଙ୍କଠାରେ କରୋନା ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି ବୋଲି ଆମେରିକା ନୌସେନାର କାର୍ଯ୍ୟନିର୍ବାହୀ ସଚିବ ଥୋମାସ ମୁଡଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମି ବାଡେନୋଚ୍‌ ହେଲେ କଞ୍ଜରଭେଟିଭ୍‌ ପାର୍ଟିର ନୂଆ ନେତା

ଲଣ୍ଡନ,୨ା୧୧: କେମି ବାଡେନୋଚ୍‌ଙ୍କୁ ଶନିବାର ବ୍ରିଟେନ୍‌ର କଞ୍ଜରଭେଟିଭ୍‌ ପାର୍ଟି ନେତା ନିର୍ବାଚିତ କରାଯାଇଛି। ଏଥିସହିତ ସେ ଋଷି ସୁନକ୍‌ଙ୍କ ସ୍ଥାନରେ ହାଉସ୍‌ ଅଫ୍‌ କମନ୍ସରେ ବିରୋଧୀ...

ନିଜ୍ଜର ମାମଲାରେ ଅମିତ ଶାହାଙ୍କ ନାମ ନେବାରୁ ରାଗିଲା ଭାରତ, କହିଲା ଭୋଗିବାକୁ ପଡିବ ଏହାର ପରଣାମ

ନୂଆଦିଲ୍ଲୀ,୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଗମ୍ଭୀର ହେବାରେ ଲାଗିଛି।...

ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍‌, ଉଚିତ ଜବାବ ଦିଆଯିବ…

ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ...

ସ୍ପେନ୍‌ରେ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା: ୨୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମାଡ୍ରିଡ୍‌,୨ା୧୧: ସ୍ପେନ୍‌ରେ ପ୍ରଳୟଙ୍କରୀ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଶନିବାର ୨୧୧ରେ ପହଞ୍ଚିଛି। ସର୍ବାଧିକ କ୍ଷତିଗ୍ରସ୍ତ ପୂର୍ବ ଭାଲେନ୍‌ସିଆ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଅତିରିକ୍ତ ୧୦,୦୦୦...

ଶେଖ ହାସିନାଙ୍କ ପରେ କାହିଁକି ଟାର୍ଗେଟରେ ଜାତୀୟ ପାର୍ଟି? ବାଂଲାଦେଶରେ ଥମୁ ନାହିଁ ହିଂସା

ଢାକା,୨।୧୧: ଆୱାମୀ ଲିଗ ନେତୃତ୍ୱାଧୀନ ଶେଖ ହାସିନା ସରକାରଙ୍କୁ ବାଂଲାଦେଶରେ କ୍ଷମତାରୁ ହଟାଇବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀ ସରକାର ମଧ୍ୟ ଦେଶ...

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ

କିଭ୍‌,୨ା୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୁଷିଆରେ ଥିବା ୪୦ ଜଣ ଉତ୍ତର କୋରିଆ...

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ...

ସ୍ପେନରେ ବନ୍ୟା, ୨୦୦ରୁ ଅଧିକ ଲୋକଙ୍କର ଗଲାଣି ଜୀବନ

ମାଡ୍ରିଡ, ୨।୧୧: ବନ୍ୟା ସମସ୍ୟା ସହ ସ୍ପେନ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri