କାନପୁର,୧୮।୬: ଉତ୍ତର ପ୍ରଦେଶର କାନପୁରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୃତଦେହର ଏକ ପୁତ୍ତଳିକାକୁ ନେଇ କେତେଜଣ ଲୋକ ଶୋଭାଯାତ୍ରାରେ ସଂସ୍କାର କରିବାକୁ ବାହାରି ଥିବା ଦେଖାଯାଇଛି। ଗଲଓ୍ବାନ ଘାଟିରେ ଭାରତ-ଚାଇନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସେନା ଶହୀଦ ହେବା ପରେ ଏହା ଦେଶବାସୀଙ୍କ ମନରେ ଚାଇନା ପ୍ରତି ଥିବା କ୍ରୋଧ ବୋଲି କୁହାଯାଉଛି। ସୀମାରେ ଚାଇନାର ଏହି ବର୍ବରତାକୁ ବିରୋଧ କରି ଲୋକେ ଏହି ଶୋଭାଯାତ୍ରା ବାହାର କରିଥିବା କୁହାଯାଏ।
ଅନ୍ୟପଟେ ବିହାରର ପାଟନାରେ ମଧ୍ୟ ଗଧକୁ ଲୋକେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଫଟୋ ଲଗାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ସୀମାରେ ଚାଇନାର ବର୍ବରତା ପାଇଁ ଲୋକେ ଚାଇନାକୁ ଘୋର ବିରୋଧ କରିଛନ୍ତି।