ଚାଲିଛି ସୌନ୍ଦର୍ଯ୍ୟକରଣ କାମ, ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନ ସାମୟିକ ଭାବେ ସ୍ଥଗିତ ରହିଛି। ଆଗକୁ ଏକାଧିକ ମଠ ଭଙ୍ଗାଯିବା ଲାଗି ମାପଚୁପ ସରିଥିବାବେଳେ ପ୍ରଶାସନ ସୌନ୍ଦର୍ଯ୍ୟକରଣ ଉପରେ ଏବେ ଗୁରୁତ୍ୱ ଦେଇଛି। ଉଚ୍ଛେଦ ସ୍ଥଳ ଆବଡ଼ାଖାବଡ଼ା ରହିଥିବାରୁ ଏହା ଅସୁନ୍ଦର ଲାଗୁଥିଲା। ଏପରି କି ଉଚ୍ଛେଦ ମଠରେ ଉପାସିତ ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତମାନେ ଯାଇପାରୁ ନ ଥିଲେ। ସେଠାକୁ ଯିବା ପାଇଁ ରାସ୍ତା ବି ନ ଥିଲା। ତେଣୁ ଉଚ୍ଛେଦ ସ୍ଥଳକୁ ସମତୁଲ କରି ଏହା ଉପରେ ଟାଇଲ ବିଛାଯାଉଛି। ଉଚ୍ଛେଦ ଅଭିଯାନ ଏବେ ସାମୟିକ ବନ୍ଦ ରହିଥିବା ବେଳେ ସୌନ୍ଦର୍ଯ୍ୟକରଣ କାମ ଜୋର୍‌ଦାର ଚାଲିଛି। ଏହି କାମ ସରିବା ପରେ ପୁଣି ଉଚ୍ଛେଦ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ କ୍ରମରେ ବର୍ତ୍ତମାନ ସୁଦ୍ଧା ୩ଟି ମଠ ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡ଼ା ମଠକୁ ଭଙ୍ଗାଯାଇଛି। ପୂର୍ବରୁ ଏମାର ମଠର ଯେଉଁ ଜାଗାରୁ ଉଚ୍ଛେଦ ହୋଇଥିଲା, ତାହାକୁ ଟାଇଲ ପକାଯାଇ ସମତୁଲ କରିଦିଆଯାଇଥିଲା। ଏବେ ଲଙ୍ଗୁଳି ଓ ବଡ଼ଆଖଡା ମଠର ଉଚ୍ଛେଦସ୍ଥଳରେ ଟାଇଲ ବିଛାଯିବା ସହ ଆଲୋକୀକରଣ କରାଯାଉଛି। ଏଥିଲାଗି ଉଚ୍ଛେଦ ସାମୟିକ ସ୍ଥଗିତ ଥିବାବେଳେ ଏଥିରେ କିଛି ଆଇନଗତ ପ୍ରତିବନ୍ଧକ ସାଜିଥିବା ଶୁଣିବାକୁ ମିଳୁଛି। ତେବେ ଏହାକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଇଛି। ଏହି ୩ଟି ମଠ ଉଚ୍ଛେଦ ପରେ ଶ୍ରୀମନ୍ଦିର ପୂର୍ବପାର୍ଶ୍ୱରେ ବିସ୍ତୃତ ଖୋଲା ଜାଗା ବାହାରିପାରିଛି। ଫଳରେ ଭକ୍ତମାନେ ନୀଳଚକ୍ରରେ ବାନା ବନ୍ଧାଯିବାର ଦୃଶ୍ୟକୁ ଭଲ ଭାବେ ଦେଖିପାରୁଥିବାବେଳେ ସନ୍ଧ୍ୟାରେ ସିଂହଦ୍ୱାର ସମ୍ମୁଖ ଖୋଲା ଜାଗାରେ ନିରୋଳାରେ ବସି ଠାକୁରଙ୍କୁ ସ୍ମରଣ କରୁଥିବା ଦେଖିବାକୁ ମିଳୁଛି। ରାତିରେ ବି ବିଭିନ୍ନ ସ୍ଥାନରେ ମେଳି ବାନ୍ଧି ଭକ୍ତ ବସି ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। ଏହି ତିନିମଠ ଉଚ୍ଛେଦ ପରେ ଶ୍ରଦ୍ଧାଳୁଙ୍କ ଯାତାୟାତ ଲାଗି ମଧ୍ୟ ରାସ୍ତା ପ୍ରଶସ୍ତ ହୋଇଛି। ଏହାବ୍ୟତୀତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯିବାର ଯୋଜନା ମଧ୍ୟ କରିଛି ପ୍ରଶାସନ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସୌନ୍ଦର୍ଯ୍ୟକରଣ କାମ ଯୋଗୁ ଉଚ୍ଛେଦ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅନ୍ୟ କୌଣସି କାରଣ ନାହିଁ। କେବଳ ଭାଙ୍ଗିଦେଇ ଛାଡ଼ିଦେଲେ ହେବ ନାହିଁ। ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସୁଛନ୍ତି, ତେଣୁ ସେହିସବୁ ସ୍ଥାନର ସୌନ୍ଦର୍ଯ୍ୟକରଣ ଉପରେ ପ୍ରାଥମିକତା ଦିଆଯାଇ କାମ ଚାଲିଛି। ଏହାଦ୍ୱାରା ଭକ୍ତମାନେ ସୁରୁଖୁରରେ ବୁଲି ଦର୍ଶନ କରିପାରିବେ। ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ। ଆଗକୁ କେତେକ ମଠ ଭଙ୍ଗାଯିବା ଲାଗି ଯୋଜନା ପ୍ରସ୍ତୁତ ସରିଛି। ସମୟାନୁସାରେ ଏହି କାର୍ଯ୍ୟ କରାଯିବ। ଥଇଥାନ ସମ୍ପର୍କିତ ପ୍ରଶ୍ନରେ ଉପଜିଲାପାଳ କହିଥିଲେ, ବର୍ତ୍ତମାନ ସହରର ବିଭିନ୍ନ ଜାଗାରେ ଜମି ଦେଖୁଛୁ। କେଉଁ ଜାଗାରେ ବିସ୍ଥାପିତଙ୍କ ଲାଗି ଆପାର୍ଟମେଣ୍ଟ ତିଆରି କରାଯିବ, କେଉଁଠି ପ୍ଲଟିଂ କରି ଜମି ଦିଆଯିବ ତାହାର ତର୍ଜମା ଚାଲିଛି। ଏହା ଖୁବଶୀଘ୍ର ଚୂଡ଼ାନ୍ତ ହେବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ସରକାର ପୁରୀକୁ ପଠାଇଥିବା ୫ଜଣ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ସେମାନେ ମଧ୍ୟ ତାଙ୍କ କାମ ଆରମ୍ଭ କରିଦେଇଛନ୍ତି ବୋଲି ଉପଜିଲାପାଳ ସାହୁ ପ୍ର୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri