ଚାଷୀଙ୍କ ଚିନ୍ତା ବଢ଼ାଇଛି କରୋନା

ରସୁଲପୁର,୨୬।୩(ଡି.ଏନ୍.ଏ.): ଅମଳ ଅପେକ୍ଷାରେ ଖରିଫ କ୍ଷେତ ରହିଥିଲାବେଳେ ଏଥିରେ ବାଧକ ସାଜିଛି କରୋନା। ମାତ୍ର ଏବେ କରୋନା ଆତଙ୍କ ଯୋଗୁ ଶ୍ରମିକ ମିଳୁ ନାହାନ୍ତି। ଫଳରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟକୁ ଏକାକୀ ଅମଳ କରିବାରେ ଅକ୍ଷମତା ପ୍ରକାଶ କରୁଛି। ତେଣେ ଖରାର ପ୍ରକୋପ ବଢୁଥିବାରୁ ଫସଲ କିଆରୀ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କ୍ଷେତ କେମିତି ଖଳାକୁ ଆସିବ ସେହି ଚିନ୍ତାରେ ଚାଷୀ ବ୍ୟସ୍ତ ବିବ୍ରତ ହୋଇପଡ଼ିଛି। ବାଦାମ, ମୁଗ, ବିରି, ହରଡ଼ ଭଳି ଡାଲିଜାତୀୟ ଫସଲ ଅମଳ ନ ହେଲେ ବିଲରେ ଉଜୁଡ଼ିବା ଆଶଙ୍କା ଦେଖାଦେଇଛି। ତେଣେ ପରିବା ଚାଷୀଙ୍କ ସାମଗ୍ରୀ ବିକ୍ରି ହେବା ନେଇ ଚିନ୍ତା ଘାରିଛି। ଉତ୍ପାଦିତ  ଦ୍ରବ୍ୟ ବିକ୍ରି ହୋଇ ନ ପାରିଲେ ସେମାନଙ୍କ ପରିବାର ଲୋକଙ୍କ ଜୀବନ ଭୋକ ଉପାସରେ ଚାଲିଯିବ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଡାଲି, ଆଳୁ, ପିଆଜ, ରସୁଣ, ତେଲ ଭଳି ସାମଗ୍ରୀ ଦର ଆକାଶଛୁଆଁ ହୋଇରହିଛି। ଶ୍ରମିକ ଓ ଚାଷୀ ପରିବାର ଏଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବଜାରରୁ କ୍ରୟ କରିବା ଦିଗରେ ଅକ୍ଷମତା ପ୍ରକାଶ କରୁଛନ୍ତି। ଏସବୁ ଅତ୍ୟାବଶ୍ୟକ ସାମଗ୍ରୀକୁ ରିଲିଫ ଆକାରରେ ପ୍ରଦାନ କରିବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ,୧୫।୧୧(ଶିଳ୍ପା ପ୍ରିୟଦର୍ଶିନୀ):ଏସିଆ ମହାଦେଶର ସର୍ବବୃହତ୍‌ ମୁକ୍ତାକାଶ ମେଳା ତଥା ଐତିହାସିକ କଟକ ବାଲିଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହେବ। ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଯମୁନା’ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ: ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ 

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଖପାଖ ସ୍ଥାନରେ ମହାବଳ ବାଘୁଣୀ ‘ଯମୁନା’କୁ ନେଇ...

ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍‌...

ପାରାଦୀପରେ ହେବ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

ପାରାଦୀପ,୧୪ା୧୧: ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା: ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର 

ପୁରୀ,୧୪ା୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ...

ଭତ୍ତା ଦେବା ପାଇଁ ଘରେ ଆଣି ରଖିଥିଲେ ୩ ଲକ୍ଷ ଟଙ୍କା, ନେଇଗଲେ ଦୁର୍ବୃତ୍ତ

କୁଆଁରମୁଣ୍ଡା,୧୪ା୧୧(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ପୌରପାଳିକା କର୍ମଚାରୀ ବିଶ୍ୱଜିତ ସାମନ୍ତରାୟଙ୍କ ଘରୁ ୩ ଲକ୍ଷ ଭତ୍ତା ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri