ଚାଷୀଙ୍କ ପାଇଁ ସମର୍ପିତ ବସନ୍ତ ସାହୁ : ବିନା ପାରିଶ୍ରମିକରେ କରୁଛନ୍ତି ସେବା

ବନ୍ତଳା,୧୮ା୫(ଦୀନେଶ ଦେହୁରୀ)- ଇଚ୍ଛା ଥିଲା ସେନାବାହିନୀରେ ଚାକିରି କରିବେ। ଦେଶର ସୀମାକୁ ସୁରକ୍ଷିତ କରିବେ। ସେଥିପାଇଁ ଭଲ ପାଠ ପଢ଼ୁଥିଲେ। ହେଲେ ଭାଗ୍ୟ ତାଙ୍କୁ ଟାଣିଆଣିଲା କୃଷି କ୍ଷେତ୍ରକୁ। ଉଚ୍ଚଶିକ୍ଷିତ ହୋଇଥିବାରୁ ଦେଶର ସୁରକ୍ଷା ଓ ସେବାର ପ୍ରକୃତ ଅର୍ଥ ଶୀଘ୍ର ବୁଝିଗଲେ ସେ। ତେଣୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ନିଜକୁ ସମର୍ପି ଦେବାକୁ ନିଷ୍ପତ୍ତି ନେଇ ଆଗକୁ ବଢ଼ିଲେ। ଇତିମଧ୍ୟରେ ସେ ପ୍ରାୟ ୨ଶହରୁ ଅଧିକ ଚାଷୀଙ୍କ ସମସ୍ୟା ଦୂର କରିବା ସହ ବିନା ପାରିଶ୍ରମିକରେ ସମସ୍ତ ସହାୟତା କରି ଆସୁଛନ୍ତି। ନିଜେ ଜଣେ ସଫଳ ଚାଷୀ ଭାବେ ରାଜ୍ୟ ସରକାରଙ୍କଠାରୁ ପୁରସ୍କାର ମଧ୍ୟ ପାଇସାରିଛନ୍ତି।
ଚାଷୀଙ୍କ ପାଇଁ ସମର୍ପିତ ଏହି ମଣିଷ ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ବସନ୍ତ ସାହୁ(୪୦)। ବସନ୍ତଙ୍କ କହିବା ଅନୁଯାୟୀ, ବାପା ପୋଲିସରେ ଚାକିରି କରିଥିବାରୁ ସେ ମଧ୍ୟ ଯବାନ ହେବାକୁ ପିଲାବେଳୁ ଆଶା ବାନ୍ଧିଥିଲେ। ୧୯୯୪ରେ ପୋକତୁଙ୍ଗା ହାଇସ୍କୁଲରୁ ୬୬ ପ୍ରତିଶତ ମାର୍କ ରଖି ମାଟ୍ରିକ ପାଶ କରିଥିଲେ। ପରେ ବନ୍ତଳା ଶ୍ରୀ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନରେ ୫୫ ପ୍ରତିଶତ ଓ ଯୁକ୍ତ ୩ ବିଜ୍ଞାନରେ ୬୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ସେନାରେ ଚାକିରି ପାଇଁ ଅନେକ ଥର ପରୀକ୍ଷା ମଧ୍ୟ ଦେଇଥିଲେ। କିନ୍ତୁ ଚାକିରି ନ ହେବାରୁ ଶେଷରେ ସେ ଚାଷ କ୍ଷେତ୍ରକୁ ଓହ୍ଲାଇଥିଲେ। ପ୍ରଥମେ ଘର ପାଖରେ ମସଲା ଓ ସାର, କୀଟନାଶକ ଔଷଧ ଦୋକାନ ଖୋଲିଲେ। ଏହାପରେ ନିଜ ଜମିରେ ଉନ୍ନତମାନର କଦଳୀ, ବାଇଗଣ, ଭେଣ୍ଡି ଓ ଧାନ ଚାଷ କରି ବେଶ୍‌ ସଫଳ ହେଲେ। ତାଙ୍କ ପରି ଅନ୍ୟ ଚାଷୀମାନେ କିପରି ଚାଷରୁ ଅଧିକ ଲାଭବାନ ହୋଇପାରିବେ ଓ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରି ପାରିବେ ସେଥିପାଇଁ ସେ ଏଗ୍ରିକଲଚରରେ ଡିପ୍ଲୋମା କୋର୍ସ କଲେ। ଜିଲା କୃଷି ବିଭାଗରୁ ତାଲିମ ନେଇ ଚାଷୀମାନଙ୍କୁ ସହାୟତା କଲେ। ବିଭିନ୍ନ ସମୟରେ ସେମାନଙ୍କ ଧାନ ଓ ପରିବା ଫସଲରେ ଦେଖାଦେଉଥିବା ରୋଗପୋକ ସମସ୍ୟାର ସମାଧାନ କଲେ। କୃଷିକ୍ଷେତ୍ରରେ ରୋଗପୋକ ସମ୍ପର୍କରେ ଚାଷୀମାନେ ଖବର ଦେବା ପରେ ବସନ୍ତ ତୁରନ୍ତ ସହାୟତା ପାଇଁ ସେମାନଙ୍କ ଜମିରେ ପହଞ୍ଚି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା କରିବା ସହ ଚାଷୀଙ୍କୁ ସେହି କୌଶଳ ସମ୍ପର୍କରେ ମଧ୍ୟ ଶିକ୍ଷା ଦେଲେ। ବର୍ତ୍ତମାନ ସୁଦ୍ଧା ସେ ଦୁଇଶହରୁ ଊଦ୍ଧର୍‌ବ ଚାଷୀଙ୍କୁ ଏପରି ସହାୟତା ଯୋଗାଇ ଦେଇଛନ୍ତି। ବିନା ପାରିଶ୍ରମିକରେ ଚାଷୀଙ୍କୁ କରୁଥିବା ସହଯୋଗ ଓ ସଫଳ ଚାଷ ପାଇଁ ୨୦୧୨ରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ପୁରୀଠାରେ ବସନ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ବସନ୍ତଙ୍କ ଏପରି ସେବା ସମ୍ପର୍କରେ ଚାଷୀ ସୁରେଶ ପ୍ରଧାନ, ଲୋଚନ ପ୍ରଧାନ, ବିଶ୍ୱନାଥ ଦେହୁରୀ, ନାରାୟଣ ପ୍ରଧାନ, ନିରଞ୍ଜନ ପ୍ରଧାନ, ପ୍ରଶାନ୍ତ ପ୍ରଧାନ କୁହନ୍ତି, ବସନ୍ତଙ୍କ ପାଇଁ ରୋଗ ପୋକ ଦାଉରୁ ରକ୍ଷା ପାଇବା ସହିତ ପନିପରିବା ଚାଷ କରି ଲାଭବାନ ହେଉଛୁ। ସେହିପରି ବସନ୍ତ କହିଛନ୍ତି, ଯବାନ ହୋଇ ନ ପାରିଲେ ବି ଚାଷୀଙ୍କୁ ସେବା ଯୋଗାଇ ଦେଉଥିବାରୁ ଖୁସି ଲାଗୁଛି। ଜୀବନର ଲକ୍ଷ୍ୟ ପୂରଣ ହୋଇଥିବା ଅନୁଭବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri