ଚା’ ପିଇ ଗପୁଥିଲେ, ସାପକାମୁଡ଼ା ରୋଗୀଙ୍କୁ ଲାଇନ୍‌ରେ ଆସିବାକୁ କହିଲେ: ଚିକିତ୍ସା ବିଳମ୍ବରୁ ଚାଲିଗଲା ମହିଳାଙ୍କ ଜୀବନ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାପ କାମୁଡାରେ ଆହତ ଜଣେ ମହିଳା ଚାଷୀଙ୍କ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ସୋମବାର ଅପରାହ୍ନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ଅବହେଳା ଓ ଚିକିତ୍ସାରେ ବିଳମ୍ବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। ମୃତ ମହିଳା ଜଣକ ହେଲେ ବାଲିଅନ୍ତା ଥାନା ଗଣ୍ଡିଲୋ ଗ୍ରାମର ମାଗୁଣି ଭୋଇ (୫୫)। ଚାମ୍ବରରେ ଡାକ୍ତରମାନେ ଗପି ଗପି ଚା’ ପିଇ ରୋଗୀଙ୍କୁ ଗୁରୁତ୍ୱ ନ ଦେବାରୁ ମାଗୁଣିଙ୍କ ଜୀବନ ଚାଲିଗଲା ବୋଲି କହି ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଉତ୍ତେଜନା ବଢ଼ୁଥିବାବେଳେ ଫାଣ୍ଡି ପୋଲିସ ପ୍ରଥମେ ସେମାନଙ୍କୁ ବୁଝାଶୁଝା କରିଥିଲେ। ପରେ ଗଣ୍ଡଗୋଳ କଲେ ବନ୍ଧା ହେବ ବୋଲି ଧମକ ଦେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ବାଲିଅନ୍ତା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲା।
ଅଭିଯୋଗ ଅନୁଯାୟୀ, ସବୁଦିନ ପରି ସୋମବାର ସକାଳେ ମାଗୁଣି ଘର ନିକଟ ଧାନ ବିଲରୁ ଘାସ ବାଛୁଥିଲେ। ସକାଳ ପ୍ରାୟ ୯ଟା ୩୦ରେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା। ମାଗୁଣି ସେଠାରେ ବିଲ ବାଛୁଥିବା ଅନ୍ୟମାନଙ୍କୁ ଜଣାଇବାରୁ ସେମାନେ ତାଙ୍କୁ ଘରକୁ ନେଇଆସିଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଉଥିବା ଦେଖି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ମଧ୍ୟ ତାହା ଆସି ନ ଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ଗୁରୁତର ଅବସ୍ଥାରେ ମାଗୁଣିଙ୍କୁ ଏକ ବାଇକ୍‌ରେ ବସାଇ ବାହାରିଥିଲେ। ରଙ୍ଗବଜାର ନିକଟରେ ଥିବା ଏକ ଘରୋଇ ଆମ୍ବୁଲାନ୍ସକୁ ଦେଖି ଡ୍ରାଇଭରଙ୍କ ହାତଗୋଡ଼ ଧରି ମାଗୁଣିଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ହସ୍ପିଟାଲରେ ପହଞ୍ଚତ୍ବା ସମୟରେ ଡାକ୍ତରଙ୍କ ପାଖରେ ଏକାଧିକ ରୋଗୀ ଧାଡିରେ ଛିଡା ହୋଇଥିଲେ। ମାଗୁଣିଙ୍କୁ ସାପ କାମୁଡିଥିବା ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିବାରୁ ତାଙ୍କୁ ଆଗେ ଦେଖିବା ପାଇଁ ପରିବାର ଲୋକେ ଅନୁରୋଧ କରିଥିଲେ। ହେଲେ ଡାକ୍ତର ଓ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଲାଇନ୍‌ରେ ଆସ କହିଥିଲେ। ପୁଣି ଡାକ୍ତର ଚା’ପିଇ ଗପୁଥିବାରୁ ମାଗୁଣିଙ୍କୁ ଦେଖିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ବୋଲି ତାଙ୍କ ନାତୁଣୀ ବୋହୂ ମନୋରମା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲରେ ପହଞ୍ଚତ୍ବାର ପ୍ରାୟ ଏକ ଘଣ୍ଟା ପରେ ରକ୍ତ ପରୀକ୍ଷା ପାଇଁ ନିଆଯାଇଥିଲା। ରିପୋର୍ଟ ବାହାରିବା ପରେ ଡାକ୍ତର ଇଞ୍ଜେକ୍ସନ ଦେଇ ଆଇସିୟୁକୁ ନେବା ପାଇଁ କହିଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଆଇସିୟୁକୁ ନେବା ସମୟରେ ରୋଗୀଙ୍କର ଜୀବନ ଚାଲିଯାଇଥିଲା। ମାଗୁଣିଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଡାକ୍ତରଙ୍କ ବିଳମ୍ବିତ ଚିକିତ୍ସାକୁ ଦାୟୀ କହିଛନ୍ତି। ଯଦି ଡାକ୍ତର ତାଙ୍କୁ ଶୀଘ୍ର ଦେଖି ଚିକିତ୍ସା ଆରମ୍ଭ କରିଥାନ୍ତେ ତେବେ ନିଶ୍ଚିତ ମାଗୁଣି ବଞ୍ଚତ୍ୟାଇଥାନ୍ତେ ବୋଲି ସେମାନେ କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଧନଞ୍ଜୟ ଦାସ କହିଛନ୍ତି, ଡାକ୍ତରଙ୍କର କିଛି ଅବହେଳା ନାହିଁ। ସେମାନେ ବିଳମ୍ବରେ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ରୋଗୀଙ୍କୁ ଦେଖି ତୁରନ୍ତ ସାପ କାମୁଡା ଇଞ୍ଜେକ୍ସନ ଦେଇଥିଲେ। ସେମାନେ କେବଳ କ୍ଷତିପୂରଣ ପାଇଁ ଏଭଳି ଅଭିଯୋଗ ଆଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଜ୍ୟରେ…

ଭୁବନେଶ୍ୱର,୫ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ...

ଘାଟ ଜଗିଛି କୁମ୍ଭୀର: କୁଆଖାଇରେ କୁମ୍ଭୀର ଦେଖି ଲୋକେ ଛାନିଆ

ଭୁବନେଶ୍ୱର,୫।୧୦: ଘାଟ ଜଗିଛି କୁମ୍ଭୀର। କୁଆଖାଇରେ ବୁଲୁଛି କୁମ୍ଭୀର। ଶନିବାର ସକାଳୁ କିଛି ଲୋକେ ଗାଧୋଇବାକୁ ଯାଇଥିବା ବେଳେ ନଦୀ ପଠାରେ କୁମ୍ଭୀର ଶୋଇଥିବା ଦେଖିବାକୁ...

+୨ ପରୀକ୍ଷା ତାରିଖ ଘୋଷଣା: ୨ ପର୍ଯ୍ୟାୟରେ ହେବ ପରୀକ୍ଷା

ଭୁବନେଶ୍ୱର,୫।୧୦: ଯୁକ୍ତ ଦୁଇ ପରୀକ୍ଷା ତାରିଖ ଶନିବାର ଘୋଷଣା ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା...

ପୁନଃଗଠନ ହେବ OSDMA, ବଢ଼ିବ କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର,୫ା୧୦: ରାଜ୍ୟରେ ପୁନଃଗଠନ ହେବ ଓସଡମା। ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ। ଓସଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭...

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ଶିମିଳିପାଳ ଜଙ୍ଗଲରେ ପୁଣି କ୍ୟାମେରାରେ କଏଦ ହେଲା କଳାବାଘ

ଭୁବନେଶ୍ୱର,୫।୧୦: ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛି କଳାବାଘ। ଏହା ପୁଣି ଥରେ କ୍ୟାମେରାରେ କଏଦ ହୋଇଛି। ଶୁକ୍ରବାର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ (ପିସିସିଏଫ୍‌)...

ନବୀନଙ୍କୁ ଭେଟିଲେ ଅସନ୍ତୁଷ୍ଟ କର୍ପୋରେଟର

ଭୁବନେଶ୍ୱର,୫।୧୦(ବନ୍ଦନା ସେଠୀ):ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ୨୯ ବିଜେଡି କର୍ପୋରେଟରଙ୍କ ସହ ପ୍ରାୟ ୫ଜଣ ପୂର୍ବତନ କର୍ପୋରେଟର ଶୁକ୍ରବାର ନବୀନ ନିବାସ ଯାଇ...

ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା, ଇଂଜିନିୟରିଂ ହଷ୍ଟେଲରେ ଉତ୍ତେଜନା

ଭୁବନେଶ୍ୱର, ୫।୧୦: ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ ଘଟିଛି। ଯାହା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri