ଚିନ୍ତାବ୍ୟକ୍ତ କଲା ଆଇଏମ୍‌ଏଫ୍‌;ଆଶାଠାରୁ ଅନେକ କମ୍‌ ରହିଛି ଭାରତର ବିକାଶ ହାର

ଓ୍ବାଶିଂଟନ,୧୪-୯: ଭାରତର ଆର୍ଥିକ ବିକାଶର ଅସ୍ପଷ୍ଟ ଚିତ୍ରକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଚିନ୍ତାବ୍ୟକ୍ତ କରିଛି। କର୍ପୋରେଟ ଓ ପରିବେଶ ସହ ଜଡ଼ିତ ନିୟାମକ ସଂସ୍ଥାଗୁଡ଼ିକରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ କେତେକ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଦୁର୍ବଳ ହେବା କାରଣରୁ ଭାରତର ଆର୍ଥିକ ବୃଦ୍ଧି ହାର ଅନେକାଂଶରେ କମିଛି। ଏହା ଆଶାଠାରୁ ଅନେକ କମ୍‌ ରହିଛି ବୋଲି ଆଇଏମ୍‌ଏଫ୍‌ କହିଛି।
ତେବେ ଭାରତରେ ଆର୍ଥିକ ମାନ୍ଦାବସ୍ଥା ମାଡି ସାରିଥିଲେ ସୁଦ୍ଧା ଚାଇନାର ବିକାଶ ହାର ଠାରୁ ଏହା ବହୁ ଆଗରେ ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। ବିଶ୍ୱରେ ଏହା ସର୍ବାଧିକ ଦ୍ରୁତ ବିକାଶ କରୁଥିବା ଦେଶ ଭାବେ ଆଗେଇ ଚାଲିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁମାନ କରିଛି। ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଆଇଏମ୍‌ଏଫ୍‌ ମୁଖପାତ୍ର ଗ୍ୟାରୀ ରାଇସ୍‌ କହିଛନ୍ତି ଯେ, ନିକଟରେ ପ୍ରକାଶ ପାଇଥିବା ଭାରତର ଜିଡିପି ହାର ଧିମା ଆର୍ଥିକ ବିକାଶର ସଙ୍କେତ ଦେଉଛି। ଖୁବଶୀଘ୍ର ନୂଆ ତଥ୍ୟ ସାମ୍‌ନାକୁ ଆସିବ। ତେବେ ଏହା ସ୍ପଷ୍ଟ ଯେ, ଭାରତର ଆର୍ଥିକ ବିକାଶ ହାର ଆଶାଠାରୁ କମ୍‌ ରହିଛି। ସେ କହିଛନ୍ତି ଯେ, ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥାଗୁଡ଼ିକ ପକ୍ଷରୁ ସୃଷ୍ଟି ହୋଇଥିବା ବିପଦ କାରଣରୁ ଭାରତର ଅର୍ଥନୀତି ଧିମା ହୋଇଛି ବୋଲି କୁହାଯାଇପାରେ। ଉଲ୍ଲେଖଥାଉ କି, ଆଇଏମ୍‌ଏଫ୍‌ ପକ୍ଷରୁ ଜୁଲାଇରେ ୨୦୧୯ ଓ ୨୦୨୦ ପାଇଁ ଭାରତ ଆର୍ଥିକ ବିକାଶ ହାର ଅନୁମାନ ଦର୍ଶାଯାଇସାରିଛି। ସେତେବେଳେ ଆଇଏମ୍‌ଏଫ୍‌ ପକ୍ଷରୁ ଭାରତର ଆର୍ଥିକ ବିକାଶ ହାର ୨ ବର୍ଷରେ ୦.୩% ହ୍ରାସ ପାଇବ ବୋଲି ଅନୁମାନ କରାଯାଇଥିଲା। ଭାରତର ଜିଡିପି ଅଭିବୃଦ୍ଧି ୨୦୧୯ରେ ୭% ଏବଂ ୨୦୨୦ରେ ୭.୨% ରହିବ ବୋଲି ଅନୁମାନ କରାଯାଇଥିଲା। ଚାଇନା ଓ ଭାରତର ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ରାଇସ୍‌ କହିଛନ୍ତି ଯେ, ଏ କ୍ଷେତ୍ରରେ ଭାରତ ଏହାର ପଡୋଶୀ ଦେଶ ଠାରୁ ବହୁ ଆଗରେ ରହିବ। ରାଇସ୍‌ କହିଛନ୍ତି ଯେ, ଭାରତର ଆର୍ଥିକ ଅଭିବୃଦ୍ଧି ହାର ଉପରେ ଆଇଏମ୍‌ଏଫ୍‌ କ୍ରମାଗତ ଦୃଷ୍ଟି ରଖିବ। ଉଲ୍ଲେଖଥାଉ କି, ଅଗଷ୍ଟ ୩୦ରେ ଜାରି ବର୍ତ୍ତମାନର ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସର ଜିଡିପି ହାର ଜାରି କରାଯାଇଥିଲା। ଏହି ସମୟରେ ଭାରତର ଜିଡିପି ବୃଦ୍ଧି ହାର ମାତ୍ର ୫% ରହିଥିବା ସରକାର ଘୋଷଣା କରିଥିଲା, ଯାହା କି ୬ ବର୍ଷର ସର୍ବନିମ୍ନ ସ୍ତର ଥିଲା। ଏହା ଅର୍ଥନୀତିଜ୍ଞମାନଙ୍କୁ ଚକିତ କରିଥିଲା। ଗତବର୍ଷ ପ୍ରଥମ ତ୍ରୈମାସରେ ଦେଶର ଆର୍ଥିକ ବିକାଶ ହାର ୮% ରହିଥିଲା। ଦୁର୍ବଳ ଘରୋଇ ଚାହିଦା ଏବଂ ନିବେଶ ବୃଦ୍ଧି ଧିମା ହେବା ଯୋଗୁ ଆର୍ଥିକ ବିକାଶ ହାର ହ୍ରାସ ପାଇଛି ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri