ଚୋରାବାଲି କାରବାର ଉପରେ ଲାଗିଲା ରୋକ୍‌: ନିଷିଦ୍ଧାଞ୍ଚଳ ଘୋଷଣା , ଖୋଳାଗଲା ଟ୍ରେଞ୍ଜ

ଚମ୍ପୁଆ, ୧୨ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରାଜସ୍ବ ବିଭାଗ ଅଧୀନରେ ରହିଥିବା ଚୋରା ବାଲିଉତ୍ସଗୁଡିକରୁ ନିୟମିତ ଚୋରା ବାଲିଚାଲାଣ ହେଉଥିବା ଜଣାପଡିବା ପରେ ରାଜସ୍ବ ବିଭାଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଚୋରା ବାଲି କାରବାର ହେଉଥିବା ରାସ୍ତାଗୁଡିକରେ ବାଲି ବୋଝେଇ ଗାଡିଗୁଡିକ ଯାତାୟାତ ନ କରିବା ପାଇଁ ଟ୍ରେଞ୍ଚ ଖୋଳାଯାଇଥିବା ବେଳେ ଉକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ସୂଚନାଫଳକ ଲଗାଯାଇଛି।
ଚମ୍ପୁଆ ତହସିଲ ଅଧୀନରେ ଥିବା ମେର୍ମେଦା, ଗୋପୀନାଥପୁର, ଶଶାଙ୍ଗ, ଲକ୍ଷ୍ମୀପଶିରେ ବାଲି ମାଫିଆମାନେ ରାତିରେ ବାଲିଚାଲାଣ କରୁଥିବା ବେଳେ ତହସିଲ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉଛି। ଏହାସତ୍ତ୍ୱେ ମାଫିଆମାନେ ତହସିଲ ବିଭାଗକୁ ଚକ୍‌ମା ଦେଇ ଅନାୟାଶରେ ଏହି କାରବାର କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକ: ସ୍କୁଟିରେ ଯାଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ୟୁନିଟ୍‌ ସୋମବାର ସାରେ କେନ୍ଦୁଝର ସହରରେ ଥିବା ହୋଟେଲ ଅଜନ୍ତା ନିକଟରେ ଏକ ସ୍କୁଟି (ଓଡି୦୯ଏଏ ୯୩୪୮)ରୁ ୨...

ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ, ଘଟଣାସ୍ଥଳରେ ଉତ୍ତେଜନା: ପୋଲିସ ଫୋର୍ସ ମୁତୟନ

କେନ୍ଦୁଝର,୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଦୈତାରୀ ଲୁହାପଥର ଖଣିରେ ଲୋଡିଂ ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ...

ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା: ପ୍ରବଳ ଜନସମାଗମ

ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାର ପଡ଼ା ବ୍ଲକ ରେ ସୋମବାର ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ପୂର୍ବତନ...

କେନ୍ଦୁଝରରେ ବିଜେଡିକୁ ଝଟକା: ଭାଜପାରେ ଯୋଗଦେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା

ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରିନା ନାୟକ ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ଭାଜପାରେ ସାମିଲ

କେନ୍ଦୁଝର,/ପାଟଣା(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ (ରାଜା) ଏବଂ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାୟକ ବିଜେଡି...

ମଣିଷ ଗନ୍ଧ ବାରି ଛୁଆହାତୀକୁ ଗ୍ରହଣ କରୁନି ମା’ ହାତୀ

କେନ୍ଦୁଝର,୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟ ଗ୍ରାମରୁ ଉଦ୍ଧାର ହୋଇଥିବା ଛୁଆହାତୀକୁ ରବିବାର ବନ ବିଭାଗ ପୁଣି ଥରେ...

ଚମ୍ପୁଆ ବନ୍ଦ, ସୀମାନ୍ତରେ ଉତ୍ତେଜନା

ଚମ୍ପୁଆ/କେନ୍ଦୁଝର,୩।୧୧(ମହେଶ୍ୱର ଦାସ/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଓ ଝାଡ଼ଖଣ୍ଡ ମଧ୍ୟରେ ଲାଇଫ୍‌ଲାଇନ ସାଜିଥିବା ବୈତରଣୀ କୂଳରେ ଅବସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗକଶୁକ୍ରବାର...

ଗାଁକୁ ପଶି ଆସିଲା ହାତୀଛୁଆ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ଜଗଦଳା ଡ୍ୟାମ୍‌ ନିକଟ ରେଙ୍ଗାଳବେଡ଼ା ଗ୍ରାମ ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀଛୁଆ ପଶି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri