ବାସୁଦେବପୁର,୧।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ-ଚୁଡାମଣି ରାସ୍ତା ରବିବାର ଗ୍ରାମବାସୀଙ୍କ ପକ୍ଷରୁ ଅବରୋଧ କରାଯାଇଛି। ଚୋରାମଦ କାରବାର ବନ୍ଦ ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଛି। ଇରମ ଗ୍ରାମର ଜୟନ୍ତୀ ଦାସ ନାମକ ଜଣେ ମହିଳା ରାସ୍ତାରେ ଶୋଇ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ଇରମ,ଅଢ଼ୁଆଁ ପଞ୍ଚାୟତରେ ଚୋରାମଦ ବିକ୍ରି ବଢ଼ିଚାଲିଥିବାରୁ ଏହି ଆନ୍ଦୋଳନ ହୋଇଥିବା ଗ୍ରାମବାସୀ କହିଛନ୍ତି। ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି।