ଚୋରା ପଥରଖଣି ବ୍ୟବସାୟ: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ/ ଭୁବନେଶ୍ୱର, ୩।୮(ବ୍ୟୁରୋ): ଖୋର୍ଦ୍ଧା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଚୋରା ପଥର ଖଣିର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ପ୍ରଦୀପ ବେହେରା ଓରଫ କାଳୁ(୨୬) ଶୁକ୍ରବାର ଧରାପଡ଼ିଛନ୍ତି। କ୍ରାଇବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସ୍ଥାନୀୟ ଜଙ୍ଗଲରେ ଚଢ଼ାଉ କରି ଏକ ଘରୁ ତାଙ୍କୁ ଗିରଫ କରିଛି। ସେଠାରୁ କିଛି ମାରଣାସ୍ତ୍ର ମିଳି ନ ଥିବାବେଳେ ସେ ଚୋରା ବନ୍ଧୁକ ରଖୁଥିବା ନେଇ ଅଭିଯୋଗ ଥିବାରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। ପ୍ରଦୀପଙ୍କ ନାମରେ ବିଭିନ୍ନ ଥାନାରେ ଅପହରଣ, ଦାଦା ବଟି ଓ ହତ୍ୟା ଉଦ୍ୟମ ଭଳି ବହୁ ମାମଲା ରହିଛି। ତାଙ୍କୁ ରିମାଣ୍ଡରେ ଆଣି ଆପରାଧିକ ସାମ୍ରାଜ୍ୟକୁ ଧ୍ୱଂସ କରିବାକୁ ଯୋଜନା ରଖିଛି ଏସ୍‌ଟିଏଫ୍‌।
ଏସ୍‌ଟିଏଫ୍‌ର ସୂଚନାନୁସାରେ, ପ୍ରଦୀପ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରେ ବେଆଇନ ଭାବେ ପଥର ଖନନ କରିବା ସହ ଚାଲାଣ କରନ୍ତି। ବିଳମ୍ବିତ ରାତିରେ ପଥର ବ୍ଲାଷ୍ଟିଂ କରନ୍ତି। ଗୋଟିଏ ଟ୍ରିପ୍‌ ପଥରକୁ ୨ ହଜାର ଟଙ୍କା ଲେଖାଏରେ ବିକ୍ରି କରନ୍ତି। ରାତିକୁ ପ୍ରାୟ ଦୁଇଶହ ଟ୍ରିପ୍‌ ପଥର ଚାଲାଣ କରି ମାସକୁ ୬୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ରୋଜଗାର କରନ୍ତି। ଉକ୍ତ ଟଙ୍କାରୁ କେତେଜଣ ରାଜନେତା, ସ୍ଥାନୀୟ ଥାନାର ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଇ ଅନାୟାସରେ ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲେ। ବିଶେଷକରି ପଥର ବ୍ଲାଷ୍ଟିଂ ଯୋଗୁ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ସାହସ କରିପାରୁ ନ ଥିଲେ। ଚୋରା ପଥର ଖଣି ଉପରେ ଏସ୍‌ଟିଏଫ୍‌ର ନଜର ପଡ଼ିବା ପରଠାରୁ ଖଣି ମାଫିଆଙ୍କ ମଧ୍ୟରେ ପଡ଼ିଥିଲା ଭାଳେଣି। ବ୍ରାଉନସୁଗାର ବ୍ୟବସାୟୀ ତଥା ଚୋରା ପଥର ଖଣି ଇଲାକାରେ ରାଜୁତି କରୁଥିବା ଛୋଟା ଓରଫ ସୁଧାଂଶୁ ପରିଡ଼ା ଓ ଅନ୍ୟ କେତେଜଣ ଜେଲ୍‌ଯିବା ପରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟର ଓ ଅନ୍ୟମାନେ ଭୟରେ ଉଭାନ ହୋଇଯାଇଛନ୍ତି। ତେବେ ଏସ୍‌ଟିଏଫ୍‌ ସେମାନଙ୍କ ତାଲିକା କରି ଗୋଟିଗୋଟିକରି ଖୋଜି ଧରୁଛି। ଏସ୍‌ଟିଏଫ୍‌ କେସ୍‌ ନଂ-୭/୧୯ରେ ଏକ ମାମଲା ରୁଜୁ କରି ପ୍ରଦୀପଙ୍କୁ ଖୋଜୁଥିଲା। ପ୍ରଦୀପ ଓ ଅନ୍ୟ ୪ଜଣ ଖୋର୍ଦ୍ଧା ସହରର କିଛି ଦୂରରେ ଥିବା ଏକ ଜଙ୍ଗଲରେ ଘର କରି ରହୁଥିବା ଓ ସେଠାରେ ମଦମାଂସର ଆସର ଜମୁଥିବା ଏସ୍‌ଟିଏଫ୍‌ ନିକଟରେ ଖବର ପହଞ୍ଚଥିଲା। ଏପରିକି ଧରା ନ ପଡ଼ିବା ପାଇଁ ସେଠାରେ କେହି ହେଲେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁ ନ ଥିଲେ। ଶେଷରେ ଏସ୍‌ଟିଏଫ୍‌ ଉକ୍ତ ସ୍ଥାନକୁ ଠାବ କରିବା ପରେ ଗୁରୁବାର ରାତିରେ ଏକ ଟିମ୍‌ ଜଙ୍ଗଲରେ ପଶି ଉକ୍ତ ଘର ଉପରେ ଚଢାଉ କରିଥିଲା। ଚଢ଼ାଉ ସମୟରେ ସମସ୍ତେ ମଦପିଇ ମଉଜ କରୁଥିଲେ। ହେଲେ ଏସ୍‌ଟିଏଫ୍‌ ଅଧା ମଦ ପିଆରୁ ୫ଜଣଙ୍କୁ ଉଠାଇ ଆଣିଥିଲା। ପ୍ରଦୀପଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ସହ ଅନ୍ୟ ୪ଜଣଙ୍କର ଆପରାଧିକ ଲିଙ୍କ୍‌ ଖୋଜିଥିଲା। ମାତ୍ର ସେପରି କିଛି ନ ମିଳିବାରୁ ସେମାନଙ୍କୁ ଛାଡ଼ି ଦେଇଥିଲା। ତେବେ ପଚରାଉଚରା ପରେ ଏସ୍‌ଟିଏଫ୍‌କୁ ବହୁ ତଥ୍ୟ ମିଳିଛି। ଗିରଫ ଭୟରେ ପ୍ରଦୀପ ଜଙ୍ଗଲ ଭିତରେ ଘର କରି ଲୁଚି ରହିଥିଲେ। ଭୟ ଲାଗୁଥିବାରୁ ସେ ୪ଜଣ ସାଙ୍ଗଙ୍କୁ ମଦ ଓ ମାଂସ ଦେଇ ପାଖରେ ରଖିଥିଲେ। ଅନ୍ୟପକ୍ଷରେ ଗିରଫ ପ୍ରଦୀପଙ୍କୁ ପଚରାଉଚରାବେଳେ ସେ ତାଙ୍କ ଆପରାଧିକ ସାମ୍ରାଜ୍ୟ ସହ ଲିଙ୍କ୍‌ରେ ଥିବା ସହଯୋଗୀଙ୍କ ନାମ କହିଛନ୍ତି। ଏପରିକି ତାଙ୍କୁ ସୁରକ୍ଷା ଦେଉଥିବା ରାଜନେତା ଓ ଗ୍ୟାଙ୍ଗ୍‌ଷ୍ଟାରଙ୍କ ସମ୍ପର୍କରେ ମଧ୍ୟ ଏସ୍‌ଟିଏଫ୍‌ ବହୁତ କିଛି ଜାଣିବାକୁ ପାଇଛି। ତେଣୁ ୪ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର୍‌ କହିଛନ୍ତି। ତେଣୁ ଆଗକୁ ବହୁ ନେତା ଓ ଗ୍ୟାଙ୍ଗ୍‌ଷ୍ଟର ଏସ୍‌ଟିଏଫ୍‌ ଜାଲରେ ଫସିବେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ...

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ...

କୋର୍ଟଙ୍କ ଆଦେଶକୁ ଅବମାନନା: ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପୀଡ଼ିତା ଯେଉଁ ମହିଳା ପୋଲିସଙ୍କ...

ଯୁବତୀ-ମହିଳାଙ୍କୁ ଟାର୍ଗେଟ୍‌ କରି ଲୁଟୁଥିଲେ ସୁନା ଚେନ୍‌, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୭ା୯: ବାଇକ୍‌ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍‌ କରି ସୁନା ଚେନ୍‌ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪...

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri